ETV Bharat / bharat

‘ନିର୍ବାଚନୀ ବଣ୍ଡ’ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ପାଳନ କରିବ ନିର୍ବାଚନ ଆୟୋଗ - Election commission

SC order on electoral bond issue: ନିର୍ବାଚନ ଆୟୋଗ ପାଳନ କରିବ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ । ଜନତା ଜାଣିପାରିବେ ରାଜନୈତିକ ଚାନ୍ଦାର ସବିଶେଷ ତଥ୍ୟ । ଅଧିକ ପଢନ୍ତୁ

ନିର୍ବାଚନୀ ବଣ୍ଡ ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ପାଳନ କରି ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Feb 18, 2024, 5:06 PM IST

Updated : Feb 18, 2024, 5:15 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନର ମାତ୍ର ଦୁଇମାସ ପୂର୍ବରୁ ସର୍ବୋଚ୍ଚ କୋର୍ଟ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ପୂର୍ବରୁ ଥିବା ‘ନିର୍ବାଚନୀ ବଣ୍ଡ’ ଯୋଜନାକୁ ଅବୈଧ ଘୋଷଣା କରିଛନ୍ତି । ଏହା ସହ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ କେତେସଂଖ୍ୟକ ବଣ୍ଡ ବିକ୍ରି ହୋଇଛି, କେଉଁ ରାଜନୈତିକ ଦଳ କେତେ ଦାନ ସଂଗ୍ରହ କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସ୍ପଷ୍ଟ କରିଛନ୍ତି ।

ରାଜ୍ୟଓ୍ବାରୀ ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ ଜାରି ରଖିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କ ଟିମ୍‌ । ଗତକାଲି ଓଡିଶାରେ 3 ଦିନିଆ ପ୍ରସ୍ତୁତି ସମୀକ୍ଷା କରିବା ପରେ ଅପରାହ୍ନରେ ସେ ପ୍ରେସମିଟ କରିଥିଲେ । ଏହି ନିର୍ବାଚନୀ ବଣ୍ଡ ମାମଲାରେ ମୁଖ୍ୟ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ନିର୍ବାଚନ ପରିଚାଳନା କ୍ଷେତ୍ରରେ ସଠିକ ସୂଚନାର ସରବରାହ ଓ ପୁରା ପ୍ରକ୍ରିୟାରେ ପାରଦର୍ଶିତାକୁ ଆଧାର କରି ନିର୍ବାଚନ ଆୟୋଗ କାମ କରିଆସୁଛି । ତେଣୁ ଏହି ନିର୍ବାଚନୀ ବଣ୍ଡ ମାମଲାରେ ସର୍ବୋଚ୍ଚ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ମଧ୍ୟ ସଠିକ ଭାବେ ଅନୁପାଳନ ହେବ । କୋର୍ଟଙ୍କ ଦ୍ବାରା ଯେବେ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି ହେବା ପରେ, ସେହି ଆଧାରରେ ଆୟୋଗ ମଧ୍ୟ ପରବର୍ତ୍ତୀ କାର୍ଯ୍ୟପ୍ରଣାଳୀ ଗ୍ରହଣ କରିବ ।

ସେହିପରି ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ସହ ଏହାକୁ ବନ୍ଦ କରିବା ନେଇ କୋର୍ଟରେ ବିଚାରାଧୀନ ଥିବା ମାମଲାରେ ସମ୍ପର୍କରେ ମୁଖ୍ୟ ନର୍ବାଚନ କମିଶନର କହିଛନ୍ତି, ଏହି ମାମଲା ଏବେ ବିଚାର ପ୍ରକ୍ରିୟା ମଧ୍ୟରେ ରହିଛି । ଏହାର ନିଷ୍ପତ୍ତି ଅଦାଲତ ଗ୍ରହଣ କରିବ । ଯଦି ସେହି କ୍ଷେତ୍ରରେ କିଛି ରାୟ ଆସେ, ତେବେ ଏଥିରେ ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ :- କମଲନାଥଙ୍କ ପରେ ବିଜେପି ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ !

ମୋଦି ସରକାର କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ରାଜନୈତିକ ଚାନ୍ଦା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ‘ନିର୍ବାଚନୀ ବଣ୍ଡ’ ଯୋଜନା କାର୍ଯ୍ୟକାରୀ କରିଥିଲେ । ପ୍ରତ୍ୟେକ୍ଷ ଦାନ ଦେବା ପରିବର୍ତ୍ତେ ବ୍ୟାଙ୍କ ମାଧ୍ୟମରେ କୌଣସି ରାଜନୈତିକ ଦଳକୁ ଚାନ୍ଦା ବା ପାଣ୍ଠି ଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମାତ୍ର ଏଥିରେ ଦାତାଙ୍କ ନାମ ଓ ରାଶି ଗୋପନୀୟ ରଖାଯାଉଥିଲା । ଯାହାକୁ ସର୍ବୋଚ୍ଚ କୋର୍ଟ ସୂଚନା ଅଧିକାର ଅଧିନିୟମର ସମ୍ପର୍ଣ୍ଣ ଉଲ୍ଲଙ୍ଘନ ବୋଲି ଦର୍ଶାଇ ଅବୈଧ ଘୋଷଣା କରିଥିଲେ ।

ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଷ୍ଟେଟବ୍ୟାଙ୍କ କେତେ ସଂଖ୍ୟକ ବଣ୍ଡ ବିକ୍ରି କରିଛି ଓ କେଉଁ ରାଜନୈତିକ ଦଳ,କେତେ ଚାନ୍ଦା ପ୍ରାପ୍ତ କରିଛନ୍ତି, ସେ ସମ୍ପର୍କରେ ସମସ୍ତ ବିସ୍ତୃତ ତଥ୍ୟ ନିର୍ବାଚନ ଆୟୋଗରେ ଦାଖଲ କରିବାକୁ କହିଥିଲେ । ଏହି ତଥ୍ୟକୁ ନିର୍ବାଚନ ଆୟୋଗ ନିଜ ଅଫିସିଆଲ ଓ୍ବେବସାଇଟରେ ଅପଲୋଡ କରିବ ଓ ସାଧାରଣ ଜନତାଙ୍କ ପାଇଁ ଏହି ତଥ୍ୟ ଉପଲବ୍ଧ ହେବ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2024, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.