ETV Bharat / bharat

କମୁଛି ଯମୁନାର ପ୍ରଦୂଷଣ ମାତ୍ରା, ଏବେବି ଚିନ୍ତାଜନକ ସ୍ଥିତିରେ BOD ସ୍ତର - ଯମୁନା ଜଳ ପ୍ରଦୂଷଣ

Yamuna Cleaning: ଯମୁନା ଜଳର ପ୍ରଦୂଷଣ ମାତ୍ରାରେ ଆସିଛି ସୁଧାର । ସରକାରଙ୍କ ପ୍ରଚେଷ୍ଟା ଫଳରେ ପରିବର୍ତ୍ତନ ନଜର ଆସିଛି । ଅଧିକ ପଢନ୍ତୁ

Yamuna Cleaning
Yamuna Cleaning
author img

By ETV Bharat Odisha Team

Published : Jan 31, 2024, 4:41 PM IST

Updated : Jan 31, 2024, 4:47 PM IST

ନୂଆଦିଲ୍ଲୀ: ଯମୁନାର ପ୍ରଦୂଷିତ ଜଳକୁ ପରିଷ୍କାର କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି ସରକାର । ଏଥିପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ଲଗାତର ପ୍ରଚେଷ୍ଟା କରାଯାଉଛି । ଯଦିଓ ବର୍ତ୍ତମାନ ଯମୁନା ନଦୀର ବିଭିନ୍ନ ସ୍ଥାନରେ ଜଳ ପ୍ରଦୂଷିତ ରହିଛି, ତଥାପି ପୂର୍ବ ଅପେକ୍ଷା ପ୍ରଦୂଷଣ ମାତ୍ରା କମ୍ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଯମୁନାରେ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ (BOD)ର ସୂଚକାଙ୍କ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି । ଯମୁନା ହାଇ ଲେବଲ କମିଟିର ଅଷ୍ଟମ ରିପୋର୍ଟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।

୨୦୨୨ ଡିସେମ୍ବର ତୁଳନାରେ ୨୦୨୩ ଡିସେମ୍ବରରେ ଅସଗରପୁରରେ ଯମୁନାର ପ୍ରଦୂଷଣ ମାତ୍ରାରେ ୩୦ ପ୍ରତିଶତ ସୁଧାର ଆସିଥିବା ନେଇ ଏକ ରିପୋର୍ଟରୁ ଜଣାପଡ଼ିଛି । ୨୦୨୨ ମସିହାରେ ଲିଟର ପିଛା ୭୩ଏମଜି ରହିଥିଲା ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ । ହେଲେ ୨୦୨୩ରେ ଏହା ହ୍ରାସ ପାଇ ପ୍ରତି ଲିଟର ପିଛା ୫୧ ଏମଜିରେ ପହଞ୍ଚିଥିଲା ।

ରିପୋର୍ଟ ଅନୁସାରେ, ପଲ୍ଲାରେ ଗତବର୍ଷ ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ ୨.୨ ଏମଜି ରହିଥିବାବେଳେ ବର୍ତ୍ତମାନ ଏହା ୨.୦ଏମଜିକୁ ହ୍ରାସ ପାଇଛି । ୱଜିରାବାଦରେ ପୂର୍ବରୁ ୯ MG ଥିବାବେଳେ ବର୍ତ୍ତମାନ ରହିଛି ୮ଏମଜି । ଆଇଏସବିଟି ବ୍ରିଜ୍ ନିକଟରେ ବିଓଡି ପୂର୍ବରୁ ୪୬ ଥିବାବେଳେ ବର୍ତ୍ତମାନ ୩୫ କୁ ହ୍ରାସ ପାଇଛି । ସେହିପରି ନିଜାମୁଦ୍ଦିନ ବ୍ରିଜ ନିକଟରେ ପୂର୍ବରୁ ବିଓଡି ୫୩ ଥିବାବେଳେ ବର୍ତ୍ତମାନ ୪୦ ରହିଛି । ଓଖଲା ବ୍ୟାରେଜରେ ପୂର୍ବରୁ ୬୮ ଆଉ ବର୍ତ୍ତମାନ ରହିଛି ୪୩ ଏମଜି । ଆଇଟିଓ ବ୍ରିଜ ନିକଟରେ ବିଓଡି ପୂର୍ବରୁ ୪୨ ଥିବାବେଳେ ବର୍ତ୍ତମାନ ତାହା ୨୯କୁ ଖସି ଆସିଛି ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ବଢୁଛି ବାୟୁ ପ୍ରଦୂଷଣ, ଦିନ 12ଟା ଯାଏଁ ପଡୁନି ସୂର୍ଯ୍ୟ କିରଣ

ଏହା ମଧ୍ୟ ପଢନ୍ତୁ...ପ୍ରଦୂଷଣ ବଢାଉଛି କ୍ଷୁଦ୍ର ଖତ କେନ୍ଦ୍ର, ଦିଲ୍ଲୀଠୁ ବି ଭୟଙ୍କର ଭୁବନେଶ୍ବର !

ପୂର୍ବରୁ ଯମୁନାର ଜଳ ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ରାଜଧାନୀ ଦିଲ୍ଲୀରେ ଗୋଟିଏ ପଟେ ବାୟୁ ପ୍ରଦୂଷଣ ଆଉ ଗୋଟିଏ ପଟେ ଯମୁନା ନଦୀର ପ୍ରଦୂଷିତ ଜଳ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ନଦୀରେ ଫେଣ ଭଳି ଭାସମାନ ପଦାର୍ଥ ଦେଖିବାକୁ ମିଳୁଥିଲା । ଏଣୁ ପ୍ରଦୂଷଣ କମାଇବାକୁ ଦିଲ୍ଲୀ ଜଳ ବୋର୍ଡ କେମିକାଲ ସିଞ୍ଚନ ମଧ୍ୟ କରୁଥିଲା । ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଫଳରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା କମିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2024, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.