ETV Bharat / bharat

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ନିଖୋଜ ! ଘରୁ BMW କାର୍ ଜବତ କଲା ଇଡି

author img

By ETV Bharat Odisha Team

Published : Jan 30, 2024, 8:38 AM IST

Updated : Jan 30, 2024, 9:06 AM IST

ED seizes Jharkhand CM's BMW: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଇଡି ରେଡ୍ । ମୁଖ୍ୟମନ୍ତ୍ରୀ ବାସଭବନରେ ନଥିବା ବେଳେ 18 ଘଣ୍ଟା ହେଲା ସେ ଫେରାର ଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ନିଖୋଜ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ED Searches Hemant Sorens Delhi Home

ନୂଆଦିଲ୍ଲୀ: ନିଖୋଜ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ! ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଖୋଜୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ପତ୍ତା ମିଳୁନଥିବା ସରକାରୀ ସୂତ୍ରରୁ ଜଣାପଡିଛି । ହେମନ୍ତଙ୍କୁ ପଚାରଉଚରା କରିବାକୁ ସୋମବାର ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲା ଇଡି ଟିମ୍ । ହେଲେ ବାସଭବନରେ ସୋରେନ ନଥିଲେ । ଏହାପରେ ଦୀର୍ଘ 13 ଘଣ୍ଟା ଧରି ଇଡି ସେଠାରେ ଯାଞ୍ଚ କରିବା ପରେ ତାଙ୍କର ଏକ ବିଏମଡବ୍ଲୁ କାରକୁ ସିଜ କରିଥିଲା । କିନ୍ତୁ ସୋରେନଙ୍କ କୌଣସି ଖୋଜଖବର ମିଳିନଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସୋରେନ ନିଖୋଜ ଅଛନ୍ତି ଏବଂ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସି ଯୋଗଯୋଗ କରିପାରୁନଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

  • #WATCH | A team from the Enforcement Directorate yesterday seized a luxury car belonging to Jharkhand Chief Minister Hemant Soren from his Delhi residence, in connection with the probe into a money laundering case linked to an alleged land scam. pic.twitter.com/354sURUDxF

    — ANI (@ANI) January 30, 2024 " class="align-text-top noRightClick twitterSection" data=" ">

ସୋରେନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କ ସ୍ଥିତିକୁ ଅବୈଧ କରିବାକୁ ମିଥ୍ୟା କାହାଣୀ ରଚାଯାଇଛି । ଇଡି ବାରମ୍ବାର ସୋରେନଙ୍କୁ ସମନ କରୁଛି । ଜାନୁଆରୀ 31, ଦିନ 1ଟା ସମୟରେ ରାଞ୍ଚି ସ୍ଥିତ ବାସଭବନରେ ସୋରେନଙ୍କୁ ଇଡି ପଚରାଉଚର କରିବ ବୋଲି ପୂର୍ବରୁ ସମନ କରିଥିଲା । ସୋମବାର ସକାଳ 9ଟା ସମୟରେ ଦିଲ୍ଲୀ ପୋଲିସ୍ କର୍ମଚାରୀଙ୍କ ସହ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଅଧିକାରୀମାନେ ସୋରେନଙ୍କ ଦକ୍ଷିଣ ଦିଲ୍ଲୀରେ ଥିବା 5/1 ଶାନ୍ତି ନିକେତନ ବିଲ୍ଡିଂରେ ପହଞ୍ଚି ଯାଞ୍ଚ କରିଥିଲେ । ଦୀର୍ଘ 13 ଘଣ୍ଟା ସେଠାରେ ରହିବା ପରେ ରାତି ପ୍ରାୟ 10.30 ସମୟରେ ସେଠାରୁ ଫେରିଥିଲେ । ଇଡି ସୋରେନଙ୍କ ବାସଭବନରୁ ହରିୟାଣା ରାଜ୍ୟର ନମ୍ବର ଥିବା ଏକ ବିଏମଡବ୍ଲୁ କାର ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ପଶିଲା ଇଡି

ଜାନୁଆରୀ 27ରେ ସୋରେନ ରାଞ୍ଚି ଛାଡି ଦିଲ୍ଲୀ ଆସିଥିଲେ । ତାଙ୍କ ପାର୍ଟି ପକ୍ଷରୁ ସୋମବାର କୁହାଯାଇଥିଲା ଯେ, ସେ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଯାଇଛନ୍ତି ଏବଂ କାମ ସରିବା ପରେ ଫେରିବେ । କିନ୍ତୁ ଝାଡଖଣ୍ଡ ବିଜେପି ଦାବି କରିଛି ଯେ, ଇଡି ଭୟରେ ଗତ 18 ଘଣ୍ଟା ହେଲା ମୁଖ୍ୟମନ୍ତ୍ରୀ ଫେରାର ଅଛନ୍ତି । ଏହି ମାମଲାରେ ଗତ ଜାନୁଆରୀ 20ରେ ରାଞ୍ଚି ସ୍ଥିତ ସରକାରୀ ବାସଭବନରେ ଇଡି ସୋରେନଙ୍କୁ ପଚରାଉଚରା କରିଥିଲା । ପୁଣିଥରେ ଜାନୁଆରୀ 29 କିମ୍ବା ଜାନୁୟାରୀ 31ରେ ପଚରାଉଚରା ପାଇଁ ସମନ ଜାରି କରିଥିଲା ଇଡି ।

Last Updated : Jan 30, 2024, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.