ନୂଆଦିଲ୍ଲୀ: ପୁଣି ଇଡି ସ୍କାନରରେ ଆପ୍ ବିଧାୟକ । ଦିଲ୍ଲୀ ଓଖଲା ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଧାୟକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏବେବି ତଦନ୍ତକାରୀ ସଂସ୍ଥା ତାଙ୍କ ବାସଭବନରେ ଚଢାଉ ଜାରି ରଖିଛି । ସେପଟେ ରେଡକୁ ନେଇ ବିଧାୟକ କହିଥିଲେ, "ମୁଁ କିଛି ବି ଭୁଲ କାମ କରିନାହିଁ । ଅଯଥାରେ ମୋତେ ଏବଂ ଆମ ଦଳର ସଦସ୍ୟଙ୍କୁ ହଇରାଣ କରାଯାଉଛି ।"
#WATCH | AAP MLA Amanatullah Khan says " it is 7 am right now. ed has come to my residence to arrest me in the name of a search warrant. my mother-in-law has been diagnosed with cancer. she had an operation four days ago. she is also at my house. i have written to them (ed) and i… https://t.co/cbjFYDnRh5 pic.twitter.com/xFrJkN5pol
— ANI (@ANI) September 2, 2024
ସକାଳୁ ଘରେ ପଶିଲା ED:
ବିଧାୟକ ଅମାନତୁଲ୍ଲାହଙ୍କ ଘରେ ଆଜି ସକାଳୁ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ସ୍ଥିତ କାଙ୍କ ବାସଭବନରେ ରେଡ୍ କରିଛି ଟିମ୍। ତାଙ୍କୁ ଗିରଫ କରାଯାଇଥିବାବେଳେ ଚଢାଉ ଜାରି ରହିଛି ।
'ମୋତେ ଗିରଫ କରିବାକୁ ଆସିଛନ୍ତି'
ଏହାକୁ ନେଇ ଆପ୍ ବିଧାୟକ ଅମାନତୁଲ୍ଲାହ କହିଥିଲେ, "ଇଡି ଟିମ୍ ମୋତେ ଗିରଫ କରିବାକୁ ସକାଳୁ ମୋ ଘରକୁ ଆସିଛନ୍ତି । ୨ ବର୍ଷ ଏମାନେ ମୋତେ ହଇରାଣ ହରକତ କରିଆସୁଛନ୍ତି । ମୁଁ ତାଙ୍କର ସମସ୍ତ ନୋଟିସର ଜବାବ ଦେଇଛି ।" ହେଲେ ଓଖଲା ଜନତାଙ୍କର କୌଣସି କାମ ଏହାଦ୍ବାରା ପ୍ରଭାବିତ ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
#WATCH | AAP MLA Amanatullah Khan says " it is 7 am right now. ed has come to my residence to arrest me in the name of a search warrant. my mother-in-law has been diagnosed with cancer. she had an operation four days ago. she is also at my house. i have written to them (ed) and i… https://t.co/cbjFYDnRh5 pic.twitter.com/xFrJkN5pol
— ANI (@ANI) September 2, 2024
ସାଂସଦ ସଞ୍ଜୟ ସିଂଙ୍କ ପ୍ରତିକ୍ରିୟା:
ଇଡି ରେଡକୁ ନେଇ ଆମ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ xରେ ପୋଷ୍ଟ କରିଛନ୍ତି, "ଇଡି କେତେ ନିର୍ଦ୍ଦୟ ଦେଖନ୍ତୁ। ପୂର୍ବରୁ ଅମାନତୁହ୍ଲା ଇଡି ଯାଞ୍ଚରେ ସାମିଲ ଥିଲେ । ହେଲେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସତ୍ତ୍ବେ ମୋଦିଙ୍କ ଏକଛତ୍ରବାଦୀ ଶାସନ ଯୋଗୁ ଏଭଳି ଗୁଣ୍ଡାଗର୍ଦ୍ଦି ଦେଖାଉଛି ଇଡି । ଅମାନତୁହ୍ଲାଙ୍କ ଶାଶୁଙ୍କୁ କ୍ୟାନସର । ଘରେ ରୋଗୀ ଥିବାବେଳେ ଇଡି କବାଟ ବାଡଉଛି ।"
ED की निर्दयता देखिये @KhanAmanatullah पहले ED की जाँच में शामिल हुए उनसे आगे के लिए समय माँगा, उनकी Mother In Law को कैंसर है उनका ऑपरेशन हुआ है घर में सुबह सुबह धावा बोलने पहुँच गये।@KhanAmanatullah के ख़िलाफ़ कोई सबूत नहीं है लेकिन मोदी की तानाशाही और ED की गुंडागर्दी दोनों… pic.twitter.com/GyhduaghJB
— Sanjay Singh AAP (@SanjayAzadSln) September 2, 2024
ଅମାନତୁଲ୍ଲାହଙ୍କ ନାଁରେ କେଉଁ ଅଭିଯୋଗ ରହିଛି?
ବହୁ ଚର୍ଚ୍ଚିତ ୱାକଫ ବୋର୍ଡ ମାମଲାକୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ଆପ୍ ବିଧାୟକ ଅମାନତୁଲ୍ଲାହ । ସେ ୩୨ଲୋକଙ୍କୁ ଅବୈଧ ଭାବେ ବୋର୍ଡରେ ଭର୍ତ୍ତି କରିଥିବା ଅଭିଯୋଗ ରହିଥିଲା । ୱାକଫ ଫଣ୍ଡର ଅପବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏହାପୂର୍ବରୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।