ETV Bharat / bharat

କେଜ୍ରିୱାଲଙ୍କୁ ଇଡିର ନବମ ସମନ, 21ରେ ହାଜର ହେବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Mar 17, 2024, 10:53 AM IST

Excise Policy Case: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କଲା ଇଡି । ମାର୍ଚ୍ଚ 21ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

CM Arvind Kejriwal
CM Arvind Kejriwal

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ କମିବାର ନାଁ ନେଉନି । ନବମ ଥର ପାଇଁ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ମାର୍ଚ୍ଚ 21 ତାରିଖରେ ଇଡିରେ ହାଜର ହେବାକୁ ସମନରେ କୁହାଯାଇଛି । ଏହି ମାମଲାରେ ପୂର୍ବରୁ ତାଙ୍କୁ 8 ଥର ସମନ କରିସାରିଛି ଇଡି । କିନ୍ତୁ ସେ ଥରେ ହେଲେ ଇଡିରେ ହାଜର ହୋଇନାହାନ୍ତି । ଏବେ ନବମ ସମନରେ ସେ ହାଜର ହେବେ ନା ଏହାକୁ ମଧ୍ୟ ପ୍ରତ୍ୟାଖାନ କରିବେ ତାହା ଆଗକୁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ- ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ

ଅବକାରୀ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଆଠ ଥର ସମନ କରିଥିଲା । କିନ୍ତୁ ସେ ସବୁଥର ସମନକୁ ଅଣଦେଖା କରିବାରୁ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ଇଡି । ଏହାପରେ କେଜ୍ରିଓ୍ବାଲଙ୍କୁ 16 ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ କହିଥିଲେ । ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ରାଉଜ ଆଭେନ୍ୟୁ କୋର୍ଟର ଦ୍ବାରସ୍ତ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ହାଜର ହେବା ଆଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ । ଏହି ଆବେଦନକୁ ସ୍ବତନ୍ତ୍ର ସିବିଆଇ ବିଚାରପତି ଖାରଜ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅବକାରୀ ଦୁର୍ନୀତି ମାମଲା, ଆଜି କୋର୍ଟରେ ହାଜର ହେବେ କେଜ୍ରିୱାଲ

ପୂର୍ବ ନିର୍ଦ୍ଦେଶ ମୁତାବକ ଗତକାଲି (ଶନିବାର) ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଏହାପରେ ଇଡି ସମନକୁ ଏଡାଇବା ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । 15,000 ଟଙ୍କା ବ୍ୟକ୍ତିଗତ ମୁଚାଲିକା ଓ 1 ଲକ୍ଷ ଟଙ୍କାର ଜରିମାନା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ରାଉଜ ଆଭେନ୍ୟୁ କୋର୍ଟ । ବେଲ୍ ପାଇବା ପରେ କୋର୍ଟରୁ ନିଜ ବାସଭବନକୁ ଫେରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ବିରୋଧରେ ଇଡି କୋର୍ଟରେ ଦୁଇଟି ଅଭିଯୋଗ ପତ୍ର ଦାଖଲ କରିଥିଲା ।

ଏନେଇ ଆପ୍‌ର ବରିଷ୍ଠ ନେତ୍ରୀ ଅତିଶି କହିଥିଲେ, ''ଅରବିନ୍ଦ କେଜ୍ରିଓ୍ବାଲ କାଲି କୋର୍ଟ ଯାଇଥିଲେ । ସେ ସମସ୍ତ ବିଜେପି ନେତାଙ୍କୁ ଜବାବ ଦେଇଛନ୍ତି, ଯେଉଁମାନେ ବାରମ୍ବାର କହୁଥିଲେ କେଜ୍ରିଓ୍ବାଲ ଭୟରେ ଇଡି ଓ କୋର୍ଟରେ ହାଜର ହେଉନାହାନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଜେପି ନେତାଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.