ETV Bharat / bharat

ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI, ବିଜେପି ପାଇଛି ସର୍ବାଧିକ 6,987 କୋଟି

author img

By ETV Bharat Odisha Team

Published : Mar 17, 2024, 5:59 PM IST

ECI Publishes Electoral Bond Details Submitted by Parties: 2ୟ ପର୍ଯ୍ୟାୟ ତଥ୍ୟ ସାର୍ବଜନୀନ କଲା ନିର୍ବାଚନ ଆୟୋଗ । ବିଜେପି ଗ୍ରହଣ କରିଛି ସର୍ବାଧିକ 6987 କୋଟି । ଆଉ କେଉଁ ଦଳକୁ ମିଳିଛି କେତେ, ନଜର ପକାନ୍ତୁ

ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI
ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ଆଉ ଏକ ପର୍ଯ୍ୟାୟର ତଥ୍ୟ ସାର୍ବଜନୀନ କରିଛି ନିର୍ବାଚନ କମିଶନ । ପ୍ରଥମ ପର୍ୟ୍ୟାୟରେ ଷ୍ଟେଟବ୍ୟାଙ୍କରୁ କେଉଁ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା କେତେ ସଂଖ୍ୟକ ବଣ୍ଡ କ୍ରୟ କରିଥିଲେ, ସେନେଇ ତଥ୍ୟ ସର୍ବଜନୀନ କରାଯାଇଥିଲା । ଆଜି ରାଜନୈତିକ ଦଳମାନେ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି । ରାଜନୈତିକ ଦଳମାନେ ଇନକ୍ୟାସ ପ୍ରକ୍ରିୟାରେ ଗ୍ରହଣ କରିଥିବା ବଣ୍ଡ ସମ୍ପର୍କରେ ତଥ୍ୟ ଦାଖଲ କରିଥିଲେ । ଏହିକ୍ରମରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ବିଭିନ୍ନ ଉତ୍ସରୁ ସର୍ବାଧିକ 6,987 କୋଟି ଟଙ୍କାର ବଣ୍ଡ ଗ୍ରହଣ କରିଛି ।

ନିର୍ବାଚନ ଆୟୋଗ ଏକ ପ୍ରେସବିଜ୍ଞପ୍ତି ଜାରି କରି କହିଛି, 'ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ରାଜନୈତିକ ଦଳମାନେ ବଣ୍ଡ ମାଧ୍ୟମରେ ସଂଗ୍ରହ କରିଥିବା ଦାନ ରାଶି ସମ୍ପର୍କରେ ତଥ୍ୟ ଦାଖଲ କରିଛନ୍ତି । ହସ୍ତଗତ ହୋଇଥିବା ତଥ୍ୟର ଏକତ୍ରୀକରଣ କରାଯିବା ପରେ 15 ତାରିଖର ନିର୍ଦ୍ଦେଶ ଅନୁସାରେ, ଏହାକୁ ମୁଦ୍ଦା ଲଫାପାରେ ହାର୍ଡକପି ଓ ପେନଡ୍ରାଇଭରେ ସଫ୍ଟକପି ଆକାରରେ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇସାରିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଡିଜିଟାଲ ଫର୍ମରେ ପାଇଥିବା ତଥ୍ୟକୁ ନିଜ ଅଫିସିଆଲ ୱେବ-ସାଇଟରେ ଅପଲୋଡ୍ ମଧ୍ୟ କରାଯାଇଛି ।'

ଏହା ମଧ୍ୟ ପଢନ୍ତୁ :- ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ହିଂସାକାଣ୍ଡ, 5 ବିଦେଶୀ ଛାତ୍ର ଆହତ

ତଥ୍ୟ ଅନୁସାରେ, ଭାରତୀୟ ଜନତା ପାର୍ଟି ମୋଟ 6,987.40 ଟଙ୍କାର ବଣ୍ଡ ଇନକ୍ୟାସ କରିଛି । ବର୍ଷ 2019-20 ମଧ୍ୟରେ ଦଳ ସର୍ବାଧିକ 2,555 କୋଟି ସଂଗ୍ରହ କହିଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ 1,397 କୋଟି, କଂଗ୍ରେସ ତୃତୀୟ ସ୍ଥାନ ସହ ମୋଟ 1,334.35 କୋଟି ସଂଗ୍ରହ କରିଛି । ତେଲେଙ୍ଗାନାରେ ପୂର୍ବରୁ ଶାସନରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି 1,322 କୋଟି ଗ୍ରହଣ କରିଛି । ବିଜେଡି 944.5 କୋଟି, ଏମ୍‌କେ ଷ୍ଟାଲିନଙ୍କ ଡିଏମ୍‌କେ 656.5 କୋଟି, ଜଗନ ରେଡ୍ଡୀଙ୍କ ଓ୍ବାଇଏସଆର କଂଗ୍ରେସ 442.8 କୋଟି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି 181.35 କୋଟି ସଂଗ୍ରହ କରିଛି । ସେହିପରି ଅନ୍ୟ କିଛି ରାଜନୈତିକ ଦଳ ଅପେକ୍ଷାକୃତ ବେଶ୍‌ କମ ସଂଖ୍ୟକ ବଣ୍ଡ ଗ୍ରହଣ କରିଛନ୍ତି । ସମାଜବାଦୀ ପାର୍ଟି ମାତ୍ର 14.05 କୋଟି, ଅକାଳୀ ଦଳ ମାତ୍ର 7.26 କୋଟି, ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ 50 ଲକ୍ଷର ବଣ୍ଡ ସଂଗ୍ରହ କରିଛି ।

ମୋଦି ସରକାରଙ୍କ ଦ୍ବାରା ଏହି ନିର୍ବାଚନୀ ବଣ୍ଡ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର ଏହାକୁ ସର୍ବୋଚ୍ଚ କୋର୍ଟ ସୂଚନା ଅଧିକାର ନିୟମର ବିପରୀତ ଦର୍ଶାଇ ରଦ୍ଦ କରିଦେଥିଲେ । ଏହା ସହ ସମସ୍ତ ତଥ୍ୟ ଦାଖଲ କରିବାକୁ ଷ୍ଟେଟବ୍ୟାଙ୍କ ଓ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ସମୟସୀମା ସହ ନିର୍ଦ୍ଦେଶ ଦେଇଥିଲେ । ଏବେ ନିର୍ବାଚନ ପୂର୍ବରୁ ପର୍ଯ୍ୟାୟକ୍ରମିକ ତଥ୍ୟ ସାର୍ବଜନୀନ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.