ETV Bharat / bharat

ଶାହଙ୍କ ନାଁରେ ଜୟରାମଙ୍କ ସାଙ୍ଘାତିକ ଅଭିଯୋଗ, ନୋଟିସ ଜାରି କଲେ ନିର୍ବାଚନ କମିଶନ - EC Notice To Jairam Ramesh

EC Notice To Jairam Ramesh: ଅମିତ ଶାହଙ୍କ ନାଁରେ ଜୟରାମ ରମେଶଙ୍କ ସାଙ୍ଘାତିକ ଅଭିଯୋଗ । ଜାଣନ୍ତୁ କାହିଁକି ନୋଟିସ ଜାରି କଲେ ନିର୍ବାଚନ କମିଶନ ।

author img

By ETV Bharat Odisha Team

Published : Jun 2, 2024, 10:59 PM IST

Jairam Ramesh
Jairam Ramesh (ETV Bharat)

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ସାଙ୍ଘାତିକ ଅଭିଯୋଗ । ଫଳାଫଳ ପୂର୍ବରୁ ଧମକ ଦେଇଛି ଭାଜପା । ଜିଲ୍ଲାପାଳମାନଙ୍କୁ ଫୋନ କଲ ଯୋଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜୟରାମ ରମେଶ । ତେବେ ଜୟରାମ ରମେଶଙ୍କ ଏଭଳି ବୟାନ ପରେ ଜୋର ଧରିଛି ରାଜନୀତି ।

ଜୟରାମ ରମେଶଙ୍କ ଏଭଳି ବୟାନ ପରେ ଜବାବ ତଲବ କରିଛନ୍ତି ନିର୍ବାଚନ କମିଶନ । ଅଭିଯୋଗ ସମ୍ପର୍କିତ ସବିଶେଷ ତଥ୍ୟ ଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ନୋଟିସରେ ଉଲ୍ଲେଖ ରହିଛି ଯେ, କୌଣସି ଜିଲ୍ଲପାଳ କିମ୍ବା ମାଜିଷ୍ଟ୍ରେଟ୍ କାହା ଦ୍ବାରା ପ୍ରଭାବିତ ନୁହନ୍ତି । ଜାତୀୟ ଦଳର ଜଣେ ବରିଷ୍ଠ ନେତା ହୋଇ ସୁଦ୍ଧା ଏଭଳି ତଥ୍ୟ ଦେଇଥିବାରୁ ଭୋଟ ଗଣତି ପୂର୍ବରୁ ଏନେଇ ସବିଶେଷ ତଥ୍ୟ ଦେବା ଆବଶ୍ୟକ ।

ସୂଚନା ଅନୁସାରେ, ଗତକାଲି (ଶନିବାର) ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା ଜୟରାମ ରମେଶ । ଶାହ ପାଖାପାଖି ୧୫୦ ଜଣ ଜିଲ୍ଲପାଳଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ନେଇ ଅଭିଯୋଗ କରିଥିଲେ । ଜୟରାମ ରମେଶ ସୋସିଆଲ ମିଡିଆରେ ହ୍ୟାଣ୍ଡେଲରେ ଲେଖିଥିଲେ, ପାଖାପାଖି ୧୫୦ କଲେକ୍ଟରଙ୍କୁ ଫୋନ୍ କରି ଧମକାଉଛନ୍ତି ଶାହ । ଯାହାକି ଆଦୌ ଗ୍ରହଣୀୟ ନୁହେଁ ।" ଜୟରାମଙ୍କ ଏଭଳି ମନ୍ତବ୍ୟ ପରେ ଏବେ ସରଗରମ ହୋଇଛି ରାଜନୀତି ।

ଏହା ବି ପଢନ୍ତୁ...ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

ଏହା ବି ପଢନ୍ତୁ...ଏକଜିଟ୍ ପୋଲ ଭରସା ଯୋଗ୍ୟ ନା ନୁହେଁ ? କଣ କହୁଛି ପୁରୁଣା ରେକର୍ଡ, ଜାଣନ୍ତୁ - Exit Poll Prediction

ତାଙ୍କର ଏଭଳି ମନ୍ତବ୍ୟ ପାଇଁ ଆଜି ଜୟରାମ ରମେଶଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ଯଦି ଏଥିରେ ସତ୍ୟତା ଅଛି ତେବେ ଭୋଟ ଗଣତି ପୂର୍ବରୁ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏକଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖି ଜୟରାମ ରମେଶ ପୂର୍ବ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, "ଏକଜିଟ୍ ପୋଲରେ ଅଟଳ ଜୀ ଜିତୁଥିଲେ ହେଲେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେଲେ " ବୋଲି କହିବା ସହ ବିଜେପିକୁ ସମାଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.