ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା: ଆଜି ବି EDରେ ହାଜର ହେବେନି କେଜ୍ରିଓ୍ୱାଲ ! କହିଲେ କୋର୍ଟରେ ବିଚାରାଧୀନ ଅଛି ମାମଲା - Delhi liquor scam

Delhi liquor scam: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇନପାରନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । କହିଲେ 'କୋର୍ଟରେ ବିଚାରାଧୀନ ଅଛି ମାମଲା' । ପଢନ୍ତୁ ପୂରା ଖବର,

ଇଡି କାର୍ଯ୍ୟାଳୟରେ ହାଜର ହେବେନି କେଜ୍ରିଓ୍ୱାଲ
Delhi liquor scam
author img

By ETV Bharat Odisha Team

Published : Feb 19, 2024, 9:43 AM IST

Updated : Feb 19, 2024, 10:10 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ସତ୍ତ୍ୱେ ଧରାଛୁଆଁ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଏହି ମାମଲାରେ ପଚରାଉଚରା ପାଇଁ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ଫେବ୍ରୁଆରୀ 14 ତାରିଖ ଦିନ ଷଷ୍ଠ ସମନ ଜାରି କରିଥିଲେ ମଧ୍ୟ ଆଜି ମଧ୍ୟ(ସୋମବାର) ମୁଖ୍ୟମନ୍ତ୍ରୀ ହାଜର ହେବାର ସମ୍ଭାବନା କ୍ଷୀଣ ରହିଛି । କାରଣ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନରେ ସାମିଲ ହେବେ । ଅନ୍ୟପଟେ ସମନ ନେଇ ଆପ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ରହିଛି, ତେଣୁ ଇଡି ସମନ ଜାରି କରିବା ଅବୈଧ ଅଟେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ଯାଏଁ ଅପେକ୍ଷା କରନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 6 ଥର ସମନ ଜାରି କରିସାରିଛି । ହେଲେ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ମାମଲା ଚାଲିଥିବା ଓ ସେ ବ୍ୟସ୍ତ ଥିବା ଦର୍ଶାଇ ସେ କ୍ରମାଗତ ଭାବେ ଏହାକୁ ଏଡାଇ ଚାଲିଛନ୍ତି । ଯାହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଶନିବାର ଦିନ କୋର୍ଟରେ ଏହି ମାମଲା ଶୁଣାଣି ବେଳେ ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନ ଯୋଗୁଁ ସେ ବ୍ୟସ୍ତତା ମଧ୍ୟରେ ରହିଥିବା କାରଣ ଦର୍ଶାଇ ଭର୍ଚୁଆଲରେ କୋର୍ଟରେ ହାଜର ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ହେମନ୍ତ ସୋରେନଙ୍କ ଗିରଫ ପରେ ଇଡି ରାଡାରରେ ଥିବା ନେତାଙ୍କ ପଡିବ କି ପାଳି ?

ଏହି ସମୟରେ ମୁଖ୍ୟମନ୍ତ୍ରୀ କୋର୍ଟରେ କହିଥିଲେ ଯେ, ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନ ଯୋଗୁ ସେ ବ୍ୟସ୍ତତା ମଧ୍ୟରେ ରହୁଛନ୍ତି । ଯେଉଁଥିପାଇଁ ଏବେ କୋର୍ଟରେ ଉପସ୍ଥିତ ହେବା ସମ୍ଭବ ନୁହେଁ । ପରବର୍ତ୍ତୀ ଶୁଣାଣି ସମୟରେ ସେ ନିଶ୍ଚିତ କୋର୍ଟରେ ହାଜର ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ କୋର୍ଟ ଏହି ମାମଲା ସମ୍ବନ୍ଧୀୟ କିଛି ଜରୁରୀ ଦସ୍ତାବିଜ ତାଙ୍କୁ ମାଗିଥିଲେ । ତେବେ ବଜେଟ ପାଇଁ ସେ ଆଜି ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ନହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ସମନ ନେଇ ଆପ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେହେତୁ ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି ତେଣୁ ଏହି ସମୟରେ ଇଡି ସମନ ଅବୈଧ ଅଟେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ଯାଏ ଅପେକ୍ଷା କରନ୍ତୁ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. କଳ୍ପନା ସୋରେନଙ୍କ ସହ କଥା ହେଲେ କେଜ୍ରିୱାଲ, କହିଲେ ହେମନ୍ତଙ୍କୁ ସଲାମ

ଏହି ମାମଲାରେ ପୂର୍ବରୁ ଏକାଧିକ ଆମ ଆଦମୀ ପାର୍ଟି ନେତା ଗିରଫ ହୋଇ ଜେଲରେ ଅଛନ୍ତି । ଅବକାରୀ ଦୁର୍ନୀତି ଅଭିଯୋଗରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଥମେ ଗିରଫ ହୋଇଥିଲେ । ଏହା ପରେ ଦଳୀୟ ସାଂସଦ ସଞ୍ଜୟ ସିଂଙ୍କ ପାଳି ମଧ୍ୟ ପଡିଥିଲା । ଗତବର୍ଷ ନଭେମ୍ବର 2 ତାରିଖରେ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମ ସମନ ଜାରି କରିଥିଲା । ପ୍ରଥମ ସମନରେ ହାଜର ନହେବା ପରେ ଡିସେମ୍ବର 21, ଜାନୁଆରୀ 19, ଜାନୁଆରୀ 31 ଓ ଚଳିତମାସ 2 ଓ 14 ତାରିଖରେ କ୍ରମାଗତ 5 ଥର ସମନ ଜାରି କରିଛି ଇଡି । ତେବେ ବଜେଟ ଅଧିବେଶନ ଶେଷ ହେବା ପରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2024, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.