ETV Bharat / bharat

ପଢୁଥିଲେ ହିଟୱେଭ ଖବର, ଉଡିଗଲା ନ୍ୟୁଜ ଆଙ୍କରଙ୍କ ହୋସ୍‌ - Doordarshan TV anchor faints - DOORDARSHAN TV ANCHOR FAINTS

Doordarshan TV anchor faints: ହିଟୱେଭ ଖବର ପଢିବା ବେଳେ ଉଡ଼ିଲା ଟିଭି ଆଙ୍କରଙ୍କ ହୋସ୍‌ । ଚେତା ଫେରିବା ପରେ କହିଲେ ପୁରା କାହାଣୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 21, 2024, 5:42 PM IST

ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କିଛି କିଛି ସ୍ଥାନରେ ଦିନ ତାପମାତ୍ରା 40ରୁ 46 ଡିଗ୍ରୀ ମଧ୍ୟରେ ରହୁଛି । ଅତ୍ୟଧିକ ଗରମ ମଧ୍ୟରେ ହିଟୱେଭ ଖବର ପଢୁ ପଢୁ ଚେତାଶୂନ୍ୟ ହୋଇପଡ଼ିଛନ୍ତି ଜଣେ ଟିଭି ଉପସ୍ଥାପିକା (ଆଙ୍କର) । ଲାଇଭ ନ୍ୟୁଜ ପଢୁଥିବା ବେଳେ ହଠାତ ତାଙ୍କ ରକ୍ତଚାପ ମାତ୍ରା ହ୍ରାସ ପାଇବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଦୂରଦର୍ଶନର କୋଲକାତା ଶାଖାରେ କାର୍ଯ୍ୟରତ ସାମ୍ବାଦିକାଙ୍କ ସହିତ ଘଟିଛି ଏପରି ଘଟଣା ।

କିଏ ସେହି ଆଙ୍କର ? ଦୂରଦର୍ଶନ କୋଲକାତା ଶାଖାର ଆଙ୍କର ଭାବେ ଲୋପାମୁଦ୍ରା ସିହ୍ନା କାମ କରନ୍ତି । ପାଣିପାଗ ଖବର ପଢିବା ପୂର୍ବରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଏକ ଭିଡିଓରେ ଆଙ୍କର ଜଣକ କହିଛନ୍ତି, " ହଠାତ ଟେଲିପ୍ରମ୍ପଟର ମୋତେ ସ୍ପଷ୍ଟ ଦିଶୁନଥିଲା ଓ ମୁଁ ଚେତାଶୂନ୍ୟ ହୋଇପଡ଼ିଥିଲି । ଅସହ୍ୟ ତାତି ସାଙ୍ଗକୁ ମୋର ରକ୍ତଚାପ ହ୍ରାସ ପାଇବା ପରେ ଚେତାଶୂନ୍ୟ ହୋଇପଡ଼ିଥିଲି । ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଷ୍ଟୁଡିଓରେ ହଠାତ ଗରମ ବୃଦ୍ଧି ପାଇଥିଲା ।"

ସେ ଆହୁରି କହିଛନ୍ତି ଯେ ସକାଳେ ସେ ଅସୁସ୍ଥ ଅନୁଭବ କରୁଥିଲେ । ସକାଳେ ଖବର ପଢିବା ସମୟରେ ତାଙ୍କ ତଣ୍ଟି ଶୁଖିଯାଉଥିଲା ।" ମୋ ପାଖରେ ପାଣି ବୋତଲ ମଧ୍ୟ ନଥିଲା । ଏହି ବୁଲେଟିନଟି 15ରୁ 30 ମିନିଟ ଥିଲା । ମୋ 21 ବର୍ଷ କ୍ୟାରିଅର ମଧ୍ୟରେ ଖବର ପଢିବା ସମୟରେ ମୁଁ ଟୋପାଏ ପାଣି ମଧ୍ୟ ପିଏ ନାହିଁ । କିନ୍ତୁ ଆଜି 15 ମିନିଟ ଖବର ପଢିବା ପରେ ମୋ ତଣ୍ଟି ଶୁଖିଯାଇଥିଲା । ଯେତେବେଳେ ଟିଭିରେ ଅନ୍ୟ କୌଣସି ଖବର ସମ୍ବନ୍ଧୀୟ ଭିଡିଓ ଚାଲୁଥିଲା, ମୋ ଉପରେ କ୍ୟାମେରା ନଥିଲା, ସେତେବେଳେ ଅନ୍ୟ ଜଣେ କର୍ମୀଙ୍କୁ ମୁଁ ପାଣି ମାଗିଥିଲି । ହେଲେ ପାଣି ପିଇବା ପାଇଁ ମୋ ନିକଟରେ ସମୟର ଅଭାବ ରହିଥିଲା । ବୁଲେଟିନ ଶେଷ ହେବା ବେଳେ ଯେତେବେଳେ ଏକ ଭିଡିଓ ଚାଲିଥିଲା, ସେତେବେଳେ ମୁଁ ପାଣି ପିଇବା ପାଇଁ ସୁଯୋଗ ପାଇଥିଲି ।"

ଏହା ବି ପଢନ୍ତୁ- ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା, 25ରୁ ସ୍ଥିତି ସାଙ୍ଘାତିକ - Heat Wave Alert

ପାଣି ପିଇବା ପରେ ସେ ଉକ୍ତ ଖବରଟିକୁ ସମ୍ପୂର୍ଣ୍ଣ ପଢିଥିଲେ । ହେଲେ ଯେତେବେଳେ ଆଉ 2ଟି ଖବର ପଢିବା ବାକି ଥିଲା, ସେତେବେଳେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ହିଟୱେଭ ଖବର ପଢିବା ବେଳେ ତାଙ୍କୁ ଟେଲିପ୍ରମ୍ପଟର ସ୍ପଷ୍ଟ ଭାବେ ଦେଖା ଯାଇନଥିଲା । ସୌଭାଗ୍ୟବଶତଃ ଦର୍ଶକ ଏହାକୁ ଦେଖିପାରିନାହାନ୍ତି । କାରଣ ଆଙ୍କର ଚେତାଶୂନ୍ୟ ହେବା ବେଳେ 30ରୁ 40 ସେକେଣ୍ଡ ଆନିମେସନ ଭିଡିଓ ଚାଲିଥିଲା । ଏହି ସମୟରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାପରେ ଉପସ୍ଥିତ ଅନ୍ୟ କର୍ମଚାରୀ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ଉପସ୍ଥାପିକାଙ୍କ ଚେତା ଫେରିଥିଲା ।

କାହିଁକି ଚ୍ୟାନେଲକୁ ଭୁଲ୍‌ ମାଗିଲେ ଆଙ୍କର ? ଚେତାଶୂନ୍ୟ ହରାଇବା ପରେ ଉପସ୍ଥାପିକା ଜଣକ ନିଜ ଚ୍ୟାନେଲକୁ କ୍ଷମା ପ୍ରାର୍ଥନା କରିଥିଲେ । ଏହାସହିତ ବୁଲେଟିନକୁ ଅଧାରୁ ସମ୍ଭାଳିଥିବାରୁ ସେ ପ୍ରଯୋଜକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ମିଡିଆ ଏଥିକ୍ସ ଅନୁସାରେ ଜଣେ ସାମ୍ବାଦିକ ବା ସାମ୍ବାଦିକା ସବୁବେଳେ ପ୍ରଫେସନାଲିଜିମକୁ ଅନୁସରଣ କରିବା ଉଚିତ । ଅର୍ଥାତ କ୍ୟାମେରା ଆଗରେ ଅସାଧାରଣ ଆଚରଣ କରିବା ଉଚିତ ନୁହେଁ । ଅନ୍ୟପଟେ ଉପସ୍ଥାପିକା ଜଣକ ଦର୍ଶକଙ୍କୁ ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଶନିବାର ପଶ୍ଚିମବଙ୍ଗ ମେଦିନାପୁର ଓ ବାଙ୍କୁରାଠାରେ ତାପମାତ୍ରା ଯଥାକ୍ରମେ 44.5 ଓ 44.6 ରେକର୍ଡ କରାଯାଇଛି । ସେହିପରି ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ହିଟୱେଭ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.