ETV Bharat / bharat

ରାମଲାଲାଙ୍କୁ 11 କୋଟିର ହୀରା ମୁକୁଟ ଦାନ କଲେ ବ୍ୟବସାୟୀ - ରାମଲାଲାଙ୍କ ପାଇଁ ହୀରା ମୁକୁଟ

Diamond studded crown: ରାମଙ୍କ ପ୍ରେମରେ ବିଭୋର ଭକ୍ତ । ରାମଲାଲାଙ୍କ ପାଇଁ 11କୋଟି ମୂଲ୍ୟରେ ତିଆରି ହୀରା ମୁକୁଟ ଦାନ କଲେ ବ୍ୟବସାୟୀ ମୁକେଶ ପଟେଲ । ଅଧିକ ପଢନ୍ତୁ

ରାମଲାଲାଙ୍କ ପାଇଁ ହୀରା ମୁକୁଟ
Diamond studded crown
author img

By ETV Bharat Odisha Team

Published : Jan 23, 2024, 2:24 PM IST

ଗାନ୍ଧୀନଗର: ପ୍ରଭୁ ରାମଲାଲାଙ୍କୁ ହୀରା ମୁକୁଟ ଦାନ । ପ୍ରାଣ ପ୍ରତିଷ୍ଠା ଦିନ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କ ପାଇଁ ହୀରା ଖଚିତ ଏକ ବହୁମୂଲ୍ୟ ମୁକୁଟ ଦାନ କରିଛନ୍ତି ସୁରତର ବ୍ୟବସାୟୀ ମୁକେଶ ପଟେଲ । ଦେଶ ବିଦେଶରୁ ରାମ ଭକ୍ତମାନେ ପ୍ରଭୁଙ୍କ ପାଇଁ ଅନେକ ଉପହାର ପଠାଇଥିବା ବେଳେ ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ରାମଚନ୍ଦ୍ରଙ୍କ ପାଇଁ 11 କୋଟି ମୂଲ୍ୟର ମୁକୁଟ ଦାନ କରିଛନ୍ତି । ଏହି ମୁକୁଟର ଓଜର 6 କିଲୋଗ୍ରାମ ହୋଇଥିବା ବେଳେ ଏହା ହୀରା ଓ ସୁନାରେ ତିଆରି ହୋଇଛି ।

ରାମଲାଲାଙ୍କୁ 11 କୋଟିର ହୀରା ମୁକୁଟ ଦାନ
ରାମଲାଲାଙ୍କୁ 11 କୋଟିର ହୀରା ମୁକୁଟ ଦାନ

ମୁକୁଟର ଓଜନ 6 କେଜି: ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ 11 କୋଟି ମୂଲ୍ୟର ହୀରା ମୁକୁଟ ଦାନ କରିଛନ୍ତି ମୁକେଶ । ଏହାର ଓଜନ 6 କେଜି ରହିଛି । ସେଥିରେ ସାଢେ 4 କିଲୋଗ୍ରାମ ସୁନାର ବ୍ୟବହାର କରାଯାଇଛି । ସୁନା, ହୀରା, ମୋତି ଓ ମାଣିକ ପରି 6ଟି ଧାତୁରେ ନିର୍ମିତ ହୋଇଛି । ଏହି ମୁକୁଟ ତିଆରି କରିବା ପାଇଁ କମ୍ପାନୀର ଦୁଇ ଜଣ କର୍ମଚାରୀ ସୁରଟରୁ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହାପରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମା ମାପିବା ପରେ ସେମାନେ ସୁରଟକୁ ଆସି ମୁକୁଟ ତିଆରି କରିବା ଆରମ୍ଭ କରିଥିଲେ ।

ୁ

ଏହା ମଧ୍ୟ ପଢନ୍ତୁ-ଦର୍ଶନ ଦେଲେ ରାମଲାଲା: ମନ୍ଦିରରେ ଅସମ୍ଭାଳ ଭିଡ଼, ଭକ୍ତିରେ ଭିଜିଲା ଅଯୋଧ୍ୟା

ଏନେଇ ମୁକେଶ କହିଛି ଯେ, ଭଗବାନ ରାମଚନ୍ଦ୍ର ମୋତେ ସବୁ କିଛି ଦେଇଛନ୍ତି । ବର୍ଷ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ରାମଙ୍କ ଋଣ ସୁଝିବାର ସମୟ ଆସିଛି । ଏକ ହୀରାର ମୁକୁଟ ଠାକୁରଙ୍କ ପାଇଁ ଦାନ କରିଛି । ମୁଁ ଅଯୋଧ୍ୟାରେ ଅଛି ଏବଂ ଦର୍ଶନ ପାଇଁ ଆସିଛି । ଏହା ମୋ ପାଇଁ ଏକ ଅଦ୍ଭୁତ ମୁହୂର୍ତ୍ତ । ଆଗକୁ ସବୁକିଛି ଭଲ ହେବ ବୋଲି ମୋର ଆଶା । ମୁକେଶ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଦାନ କରିଥିବା ମୁକୁଟ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଛି । ଏହା ପ୍ରଭୁଙ୍କ ମସ୍ତକରେ ଆଗକୁ ଶୋଭା ପାଇବ ବୋଲି କୁହାଯାଉଛି ।

ସୋମବାର ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତ ଗର୍ଭଗୃହରେ ଉପସ୍ଥିତ ରହି ପୂଜାରେ ସାମିଲ ହୋଇଥିଲେ । କାଶୀର ବିଦ୍ବାନ ପଣ୍ଡିତ ମଣ୍ଡଳୀ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ । ମୋଦି ପ୍ରଭୁ ରାମଚନ୍ଦ୍ରଙ୍କ ଆଖି ପଟି ଖୋଲିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.