ETV Bharat / bharat

ରାମଲାଲାଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ଖଚାଖଚ ଭିଡ଼, ଜାଣନ୍ତୁ କେତେ ମିଳିଛି ଦାନ ?

Ram Mandir Darshan third Day: ପୌଷପୂର୍ଣ୍ଣିମା ଅବସରରେ ଅଯୋଧ୍ୟାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଗୋଟିଏ ଦିନରେ ରାମ ମନ୍ଦିରକୁ 3.17 କୋଟି ଦାନ କଲେ ଭକ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 25, 2024, 10:07 AM IST

ରାମଲାଲାଙ୍କ ଦର୍ଶନ
Ram Mandir Darshan

ଅଯୋଧ୍ୟା: ପ୍ରାଣ ପ୍ରତିଷ୍ଠା ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାମ ମନ୍ଦିର । 2 ଦିନ ହେଲା ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାକୁ ମନ୍ଦିରେ ଭକ୍ତଙ୍କ ଖଚାଖଚ ଭିଡ ଜମୁଛି । ରାମଲାଲାଙ୍କ ଦର୍ଶନ ପାଇଁ ଅପାର କରୁଣା ଲାଭ କରୁଛନ୍ତି ରାମଭକ୍ତ । ଆଜି ଦର୍ଶନର ତୃତୀୟ ଦିନରେ ସକାଳୁ ସକାଳୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ପୌଷପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ଅଯୋଧ୍ୟାକୁ ସମାଗମ ହୋଇଛି । ତେଣୁ ଆଜି ରାମ ମନ୍ଦିରରେ ଦ୍ବିତୀୟ ଦିନ ଅପେକ୍ଷା ଅଧିକ ଭିଡ ହେବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ଦିନକରେ 3 କୋଟି ଦାନ: ସର୍ବସାଧାରଣ ଦର୍ଶନର ଦ୍ବିତୀୟ ଦିନରେ ଅର୍ଥାତ ବୁଧବାର ଲକ୍ଷାଧିକ ଭକ୍ତଙ୍କ ରାମ ମନ୍ଦିରକୁ ସମାଗମ ହୋଇଥିଲା । ରାତି 10ଟା ପର୍ଯ୍ୟନ୍ତ 2.5 ଲକ୍ଷରୁ ଅଧିକ ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ସେହିପରି ଦର୍ଶନର ପ୍ରଥମ ଦିନରେ 5 ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କୁ ଦର୍ଶନ କରିଥିବା ବେଳେ ମୋଟ 3.17 କୋଟି ଟଙ୍କା ଦାନ ରେକର୍ଡ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନ ଦର୍ଶନରେ ଭକ୍ତଙ୍କ ସଂଖ୍ୟା କମ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ଭକ୍ତସମୁଦ୍ର ହେଉଛି ଅଯୋଧ୍ୟା: ରାତି 11 ଯାଏଁ ବଢିଲା ଦର୍ଶନ ସମୟ ସୀମା, ଭିଭିଆଇପି ଯାତ୍ରା ପୂର୍ବରୁ ଦେବେ ସୂଚନା

ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । କିପରି ସୁରୁଖୁରୁରେ ଦର୍ଶନ ହୋଇପାରିବ ଓ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ସମୀକ୍ଷା କରାଯାଇଥିଲା । ଭିଆଇପି ଦର୍ଶନ ପାଇଁ ଆଗକୁ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆୟାଇଛି । ପ୍ରାଣ ପ୍ରତିଷ୍ଠା ସମାରେହର ଗୋଟିଏ ଦିନ ପରେ ଡୋନେସନ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଥିଲା । ମୋଟ 10 କାଉଣ୍ଟରରେ ଭକ୍ତମାନେ 3.17 କୋଟି ଟଙ୍କା ଦାନ କରିଥିବା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ର କହିଛନ୍ତି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଦେଶବ୍ୟାପୀ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ଦର୍ଶନ ଅବଧି ସମୟକୁ ବୃଦ୍ଧି କରାଯାଇଛି । ରାତି 10 ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଥିବା ବେଳେ ଏହି ସମୟକୁ ଆଉ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରିଖି ରାତି 11 ପର୍ଯ୍ୟନ୍ତ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.