ETV Bharat / bharat

ଦିଲ୍ଲୀ ଟ୍ରିପଲ ମର୍ଡର: ବାପା-ମାଆ-ଭଉଣୀଙ୍କୁ ହତ୍ୟା କଲା ପୁଅ - DELHI TRIPLE MURDER

ସନ୍ତାନ କରିଦେଲା ସତ୍ୟାନାଶ । ବାପା ମାଆଙ୍କୁ ବିବାହ ବାର୍ଷିକରେ ହତ୍ୟା କଲା ପୁଅ । ନିଜ ଭଉଣୀଙ୍କ ଜୀବନ ମଧ୍ୟ ନେଲା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 5, 2024, 11:40 AM IST

Updated : Dec 5, 2024, 2:26 PM IST

ନୂଆଦିଲ୍ଲୀ: ନୃଂଶସ, ଅମାନୁଷିକ, ବର୍ବର । ଦିଲ୍ଲୀରେ ବୀଭତ୍ସ ହତ୍ୟାକାଣ୍ଡ । ସନ୍ତାନ କରିଦେଲା ସତ୍ୟାନାଶ । ପିତା, ମାତାଙ୍କ ପାଇଁ ଅଭିଶାପ ପାଲଟିଲା ପୁଅ । ଉଭଣୀ ପାଇଁ ରକ୍ଷକ ବଦଳରେ ରାକ୍ଷସ ସାଜିଲା ଭାଇ । କୂଳ ରକ୍ଷା କରିବା ବଦଳରେ ସଂସାର ଉଜାଡ଼ି ଦେଲା ସନ୍ତାନ । ବାପା ମାଆଙ୍କ ବିବାହ ବାର୍ଷିକରେ ରକ୍ତରେ ହୋଲି ଖେଳି ଉଭଣୀ, ବାପା ପରେ ଜନ୍ମଦାତ୍ରୀଙ୍କୁ ନୃଶଂସ ଭାବେ ହତ୍ୟା କଲେ ଯୁବକ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଦକ୍ଷିଣ ଦିଲ୍ଲୀର ନବ ସରାଇ ଅଞ୍ଚଳରେ । ହତ୍ୟାକାଣ୍ଡକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଘରେ ପୁଅଟିଏ ଜନ୍ମ ପାଇଁ ବାପା ମାଆ କେତେ କଣ କରିଥାନ୍ତି । ପୁଅ ଜନ୍ମ ହେଲେ ପରିବାର ବୋଝ ମୁଣ୍ଡାଇବ ପ୍ରାପ୍ତ ବୟସରେ ବାପା ମାଆଙ୍କୁ ସାହା ହେବ । କିନ୍ତୁ ଆଜି ସେହି ପୁଅ ସାହାର ଦେବା ବଦଳରେ ଜୀବନ ନେବାକୁ ବି ପଛାଇଲା ନାହିଁ । ବୁଧବାର ସକାଳ ସମୟରେ ଦିଲ୍ଲୀରେ ଘଟିଥିବା ତ୍ରିପଲ ମର୍ଡର ଘଟଣାର ତଦନ୍ତ କରି ଅଭିଯୁକ୍ତ ଅର୍ଜୁନକୁ ଗିରଫ କରିଛି ପୋଲିସ ।

କାହିଁକି ବାପା, ମାଆ ଓ ଭଉଣୀକୁ ହତ୍ୟା କଲା ?

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଅର୍ଜୁନ ବିବାହ ବାର୍ଷିକରେ ତାଙ୍କ ପିତାମାତାଙ୍କୁ ହତ୍ୟା କରି ପୋଲିସକୁ ଆଗରେ ଏକ ମିଥ୍ୟା କାହାଣୀ କହିଥିଲେ । ଅର୍ଜୁନ କ୍ରୀଡାକୁ ପସନ୍ଦ କରୁଥିଲେ ଏବଂ ପାଠ ପଢା ପ୍ରତି ଏତେ ମନ ଦେଉନଥିଲେ । ଏହି କାରଣରୁ ତାଙ୍କ ପିତା ତାଙ୍କୁ ସବୁବେଳେ ଗାଳି ଗୁଲଜ କରୁଥିଲେ। କିଛି ଦିନ ପୂର୍ବରୁ ଅନେକ ଲୋକଙ୍କ ସାମ୍ନାରେ ଅର୍ଜୁନଙ୍କୁ ପିଟିଥିଲେ ପରିବାର ଲୋକେ । ଏହି ରାଗ ମନରେ ରଖିଥିଲା ଅର୍ଜୁନ । ସେ ମନେ ମନେ ଭାବି ନେଇଥିଲା ଯେ, ବାପା ମାଆ ଉଭଣୀକୁ ଅଧିକ ଭଲ ପାଉଛନ୍ତି ତାକୁ ଗୁରୁତ୍ବ ଦେଉନାହାନ୍ତି ।

ଏହା ମଧ୍ୟ ପଢନ୍ତୁ-ସ୍ତ୍ରୀର ହତ୍ୟା ଷଡଯନ୍ତ୍ର ରଚିଥିଲା ସ୍ବାମୀ, ଲୁଟର ରୂପ ଦେଇ ଖସିଯିବାକୁ କରିଥିଲା ଉଦ୍ୟମ

ଏହା ମଧ୍ଯ ପଢନ୍ତୁ-ମାଛ ଝୋଳ ପାଇଁ ଗଡ଼ିଲା‌ ମୁଣ୍ଡ, ହୋଟେଲ ରୋଷେୟାକୁ ହତ୍ୟା କଲା ନାନ୍ ମିସ୍ତ୍ରୀ

ଦୋଷ ସ୍ବୀକାର କଲା ଅର୍ଜୁନ :

ଖାଲି ସେତିକି ନୁହଁ, ଅର୍ଜୁନ ସନ୍ଦେହ କରୁଥିଲା ଯେ, ତାଙ୍କ ପିତାମାତା ସମସ୍ତ ସମ୍ପତ୍ତି ତାଙ୍କ ଭଉଣୀଙ୍କ ନାମରେ କରି ଦେବେ । ଏମିତି କିଛି ଭାବି ପୁରା ପରିବାରୁ ଶେଷ କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ । ପଚରାଉଚରା ବେଳେ ଯେତେବେଳେ ଅର୍ଜୁନ ବିବୃତ୍ତି ଦେଇଥିଲା, ସେତେବେଳେ ପୋଲିସ ତାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲା । କିଛି ସମୟ ପରେ ଅର୍ଜୁନ ହତ୍ୟା ପଛରେ ମାଷ୍ଟରମାଇଣ୍ଡ ବୋଲି ସ୍ୱୀକାର କରିଥିଲା ।

ବୁଧବାର(ଡିସେମ୍ବର ୪) ସକାଳ ପ୍ରାୟ 5 ଟା ସମୟରେ ଅର୍ଜୁନ ନିଦରୁ ଉଠିଥିଲା । ପ୍ରଥମେ ତଳ ମହଲାର କୋଠରୀରେ ଶୋଇଥିବା ଭଉଣୀକୁ ରି ହତ୍ୟା କରିଥିଲା, ପରେ ପ୍ରଥମ ମହଲାର କୋଠରୀରେ ଶୋଇଥିବା ବାପାଙ୍କୁ ହତ୍ୟା କରି ଗାଧୁଆ ଘରୁ ବାହାରିବା ମାତ୍ରେ ମାଆକୁ ମଧ୍ୟ ହତ୍ୟା କରିଥିଲା। ଅର୍ଜୁନ ଏହି ଘଟଣାରେ ଏପରି କରିଥିଲେ ଯେ ଘରେ ଉପସ୍ଥିତ ଥିବା ଅନ୍ୟ କେହି ଏହା ବିଷୟରେ ଜାଣି ନଥିଲେ । ଏହାପରେ ଥାନାରେ ହତ୍ୟାକାଣ୍ଡ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିଲା । ପୋଲିସ ଅର୍ଜୁନଙ୍କୁ ଗିରଫ କରିଛି ଏବଂ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି। ଘଟଣାରେ ବ୍ୟବହୃତ ଅସ୍ତ୍ର ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 5, 2024, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.