ETV Bharat / bharat

ଇଣ୍ଡିଆ ମେଣ୍ଟ ମହାରାଲିକୁ ଦିଲ୍ଲୀ ପୋଲିସର ସବୁଜ ସଙ୍କେତ, ସାମିଲ ହେବେ 20 ହଜାର ଲୋକ - India Alliance Mega rally - INDIA ALLIANCE MEGA RALLY

India Alliance Mega rally: ଆସନ୍ତା ମାର୍ଚ୍ଚ 31ରେ ଇଣ୍ଡିଆ ମେଣ୍ଟର ମହାରାଲି । ଆଜି ଏଥିଲାଗି ମିଳିଲା ଦିଲ୍ଲୀ ପୋଲିସର ଅନୁମତି । ଅଧିକ ପଢନ୍ତୁ

India Alliance Mega rally
India Alliance Mega rally
author img

By ETV Bharat Odisha Team

Published : Mar 29, 2024, 8:07 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆସନ୍ତା ମାର୍ଚ୍ଚ 31 ତାରିଖରେ ବିରୋଧୀ ମହାମେଣ୍ଟ ଇଣ୍ଡିଆ ପକ୍ଷରୁ ମହାରାଲି ହେବାକୁ ଯାଉଛି । ଏହାକୁ ଆଜି (ଶୁକ୍ରବାର) ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିଛି । ପ୍ରାୟ 20 ହଜାର ଲୋକଙ୍କୁ ଦିଲ୍ଲୀ ସ୍ଥିତ ରାମଲୀଲା ମୈଦାନରେ ଏହି ରାଲିରେ ସାମିଲ ହେବାକୁ ଯାଉଛନ୍ତି । ଏହି ମହାରାଲି ଦ୍ବାରା 'ଏକଛତ୍ରବାଦ ହଟାଅ, ଲୋକତନ୍ତ୍ର ବଞ୍ଚାଅ' ସ୍ଲୋଗାନ ଦେଇଛି ମେଣ୍ଟ ।

ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ୩୧ରେ ଇଣ୍ଡିଆ ମେଣ୍ଟର ମହାରାଲି

ଏହି ମହାରାଲିରେ ଇଣ୍ଡିଆ ମହାମେଣ୍ଟର ସମସ୍ତ ଦଳ ସାମିଲ ହେବେ । ସେପଟେ ଆମ ଆଦମି ପାର୍ଟି ମହାରାଲି ପାଇଁ ପ୍ରସ୍ତୁତି ଜୋରଦାର କରୁଛି । ଆପ ନେତା ଓ କାର୍ଯ୍ୟକର୍ତ୍ତାମାନେ ଜନ ସମର୍ଥନ ଲୋଡି ପ୍ରତି ଘରକୁ ଘର ଯାଉଛନ୍ତି । ଏହି ରାଲିରେ ଇଣ୍ଡିଆ ମେଣ୍ଟର ହେଭିୱେଟ ନେତା ସାମିଲ ହେବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ, ଏନସିପି ନେତା ଶରଦ ପାୱାର, ଉଦ୍ଧବ ଠାକରେ, ସଞ୍ଜୟ ରାୱତ, ଆଦିତ୍ୟ ଠାକରେ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବ, ଡେରେକ ଓବ୍ରାୟନ, ତ୍ରିଚି ଶିବା, ଚମ୍ପଇ ସୋରେନ, କଳ୍ପନା ସୋରେନ, ଡି ରାଜା, ଦିପାଙ୍କର ଭଟ୍ଟାଚାର୍ଯ୍ୟ, ଜି ଦେବରାଜନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପ୍ରମୁଖ ଉପସ୍ଥିତ ରହିବେ ।

ଏହା ବି ପଢନ୍ତୁ- କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା

ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଇଣ୍ଡିଆ ମେଣ୍ଟ ଦୃଢ ବିରୋଧ କରିଛି । ଏହାପରେ ବିରୋଧୀ ଏକାଠି ହୋଇଛନ୍ତି । ଏହାସହିତ ଇଲେକ୍ଟୋରାଲ ବଣ୍ଡ ମାମଲାକୁ ନେଇ ମଧ୍ୟ ମେଣ୍ଟର ଘନ ଘନ ବୈଠକ ବସୁଛି । ଆଉ ଦୁଇ ଦିନ ପରେ ରାମଲୀଲା ମୈଦାନରେ କେନ୍ଦ୍ର ସରକାରକୁ ଘେରିବା ଲାଗି ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଲଭଲି ପୂର୍ବରୁ କହିଥିଲେ ଯେ ଗଣତନ୍ତ୍ର ଆଜି ବିପଦରେ । ଆମର ନେତା ରାହୁଲ ଗାନ୍ଧୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢେଇ କରୁଛନ୍ତି । ଆମେ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କ ସହ ଦୃଢ ଭାବରେ ଛିଡା ହୋଇଛି । ଏହି ମହାରାଲି ରାଜନୈତିକ ନୁହେଁ, ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ଆହ୍ବାନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.