ETV Bharat / bharat

ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ବାଲଙ୍କ ଆବେଦନ ଖାରଜ, ଆବେଦନକାରୀଙ୍କୁ ଜୋରିମାନା - Interim Bail To Arvind Kejriwal

author img

By ETV Bharat Odisha Team

Published : Apr 22, 2024, 12:44 PM IST

Updated : Apr 22, 2024, 1:14 PM IST

Delhi High Court dismisses interim bail: ବହୁ ଚର୍ଚ୍ଚିତ ମଦ ଦୁର୍ନିତୀ ମାମଲାରେ ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା । ଆସିଲା ଏଭଳି ରାୟ

ARVIND KEJRIWAL
ARVIND KEJRIWAL

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା । ଅନ୍ତରୀଣ ଜାମିନ ଆବଦେନ ପାଇଁ ଦାଖଲ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଏହି ଆବେଦନକୁ ଖାରଜ କରି କୋର୍ଟ ଆବେଦନକାରୀଙ୍କ ଉପରେ 75 ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି । ଏହି ରାୟ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା ବୋଲି କୁହାଯାଇପାରେ ।

ଦିଲ୍ଲୀର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ପକ୍ଷରୁ କୁହାଯାଇଛି, ଉଚ୍ଚ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାରେ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିପାରିବେ ନାହିଁ । କୋର୍ଟର ନ୍ୟାୟିକ ଆଦେଶ ଅନୁଯାୟୀ ସେ ଜଲରେ ରହିଛନ୍ତି ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ଏହି ଚ୍ୟାଲେଞ୍ଜ ବର୍ତ୍ତମାନ ସୁପ୍ରିମକୋର୍ଟରେ ରହିଛି । ପଦକ୍ଷେପ ନିଆଯିବ କି ନାହିଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ଆଇନ ସମସ୍ତଙ୍କ ପାଇଁ ସମାନ । ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ମନା କରିବା ପରେ ଇଡି ମାର୍ଚ୍ଚ 21 ତାରିଖରେ ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ତିହାର ଜେଲରେ ନ୍ୟାୟିକ ହେପାଜତରେ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିୱାଲଙ୍କ ଇନସୁଲିନ ମାମଲା, ଜବାବ ରଖିଲା ତିହାର ଜେଲ ପ୍ରଶାସନ - Kejriwal Insulin Issue

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇ କୁହାଯାଇଥିଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କାର୍ଯ୍ୟକାଳ ସରିନାହିଁ । ଅବଶିଷ୍ଟ କାର୍ଯ୍ୟକାଳ ଯାଏଁ ତାଙ୍କୁ ଜାମିନ ପ୍ରଦାନ କରିବା ଉଚିତ । ତେବେ ଆବେଦନକାରୀ ନିଜର ନାମ ନଦେଇ ଆମେ ଭାରତର ସନ୍ତାନ ନାମରେ ଦାଖଲ କରିଥିଲେ । ମୁଁ ନିଜର ପ୍ରଚାର କରୁନାହିଁ ତେଣୁ ନାମ ଦାୟର କରିବା ଉଚିତ ନୁହେଁ ବୋଲି କହିଥିଲେ । କେଜ୍ରିଓ୍ବାଲଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ଓକିଲ ରାହୁଲ ମେହେରା ଯାଚିକାର ବିରୋଧ କରିଛନ୍ତି । ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଏମିତି ଏକ ମାମଲା କିପରି ଦାୟର କରାଯାଇପାରିବ? ଆବେଦନକାରୀ କିଏ? ଏହା କେବଳ ପ୍ରଚାର ପାଇଁ ଏକ ଆବେଦନ ବୋଲି କେଜ୍ରିଓ୍ବାଲଙ୍କ ଓକିଲ କହିଛନ୍ତି ।

ହାଇକୋର୍ଟଙ୍କ ମନ୍ତବ୍ୟ ପରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିବା ହିଁ ଭୁଲ । ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ନିଜେ କୋର୍ଟରେ ଏହି ଆବେଦନକୁ ବିରୋଧ କରିଛନ୍ତି । ମାର୍ଚ୍ଚ 21ରେ ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା । ଏହା ପରେ ଏପ୍ରିଲ୍ 1 ପର୍ଯ୍ୟନ୍ତ ସେ ଇଡି ରିମାଣ୍ଡରେ ରହିଥିଲେ । ଏହା ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ବର୍ତ୍ତମାନ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି । ତାଙ୍କର ନ୍ୟାୟିକ ହେପାଜତ ଏପ୍ରିଲ 23 ରେ ଶେଷ ହେବ ।

Last Updated : Apr 22, 2024, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.