ETV Bharat / bharat

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ; ଜାଣନ୍ତୁ ଜେଲରୁ ମୁକୁଳିବେ ନା ରହିବେ ? ଆପ୍ କହିଲା ଫେରିଲେ 10 ଗୁଣା କାମ କରିବେ - Bail to CM Arvind Kejriwal

author img

By ETV Bharat Odisha Team

Published : Jul 12, 2024, 10:58 AM IST

Updated : Jul 12, 2024, 11:57 AM IST

SC grants bail to Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଜେଲେରୁ ମୁକୁଳିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଜେଲେରୁ ମୁକୁଳିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟରୁ ମିଳିଲା ଜାମିନ (ETV Bharat Odisha)

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ବସ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ଆଜି ସର୍ବୋଚ୍ଚ କୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ଇଡିର ଗିରଫଦାରୀକୁ ବିରୋଧ କରି ସେ କରିଥିବା ଆବେଦନକୁ କୋର୍ଟ ବୃହତ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଯେ ପର୍ଯ୍ୟନ୍ତ ଏହି ଶୁଣାଣି ନହୋଇଛି ସେପର୍ଯ୍ୟନ୍ତ ସେ ଜାମିନରେ ରହିବେ । ଏପଟେ ଆପ୍ ପ୍ରେସ୍ ମିଟ କରି କହିଛି କି, କେଜ୍ରିଓ୍ୱାଲଙ୍କୁ ଜେଲରେ ରଖିବାକୁ ବିଜେପି ଷଡଯନ୍ତ୍ର କରୁଛି । ଇଡି ପରେ ସିବିଆଇ ମାମଲା ଛନ୍ଦୁଛି । ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖିପାରିବେ ନାହିଁ । ସେ ବାହାରିଆସିବେ ଏବଂ ଆସିଲେ 10 ଗୁଣା କାମ କରିବେ ।

ଜେଲରୁ ବାହାରିବେନି କେଜ୍ରିୱାଲ:

ତେବେ ଜାମିନ୍ ମିଳିବା ପରେ ମଧ୍ୟ ଏବେ ଜେଲରୁ ମୁକୁଳି ପାରିବେ ନାହିଁ କେଜ୍ରିୱାଲ । ତାଙ୍କୁ ଏବେ ବି ତିହାର୍ ଜେଲରେ କାଟିବାକୁ ପଡିବ । ଏହାର କାରଣ ହେଉଛି, ଦିଲ୍ଲୀ ଅବକରୀ ଦୁର୍ନୀତି ନେଇ ଇଡି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ହେଲେ ସିବିଆଇ ମାମଲା ଏବେ ବି ବିଚାରଧୀନ ରହିଛି । ତେଣୁ ଇଡି ମାମଲାରେ ଜାମିନ ପାଇବା ପରେ ମଧ୍ୟ ସିବିଆଇ ମାମଲା ଥିବାରୁ ସେ ଜେଲରୁ ବାହାରି ପାରିବେ ନାହିଁ ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରକାଶ ପାଇଛି । ତେବେ ନିଜ ରାୟ ପ୍ରକାଶ କରି କୋର୍ଟ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କର ଗିରଫଦାରୀ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ । ଏହା ତାଙ୍କର ନିଜ ନିଷ୍ପତ୍ତି ହେବ । ସେହିପରି କେବଳ ପଚରାଉଚରା ଆଧାରରେ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଖଣ୍ଡପୀଠ ।

କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି, ଜୁଲାଇ ୧୮ରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ମାମଲାର ଶୁଣାଣି ହେବ । ଏହାର ରାୟ ଆସିବା ପରେ କେଜ୍ରିୱାଲ ଜେଲରୁ ବାହାରିବେ କି ନାହିଁ ଜଣାପଡିବ । ତେବେ ସେ ଜେଲରୁ ମୁକୁଳିବାର ସମ୍ଭାବନା ଅଧିକ ।

ପୂର୍ବରୁ ନିର୍ବାଚନ ବେଳେ ମୁକୁଳିଥିଲେ କେଜ୍ରିୱାଲ:

ଏହି ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲା । କିନ୍ତୁ ଇଡି ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ହାଇକୋର୍ଟ ଏହି ଜାମିନ ଉପରେ ରୋକ ଲଗାଇଥିଲେ । ଏହାପରେ କେଜ୍ରିୱାଲଙ୍କ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ବିଚାର କରି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି ।

କହିରଖୁଛୁ କି, ସାଧାରଣ ନିର୍ବାଚନ ସମୟରେ ଦୀର୍ଘ ୫୧ ଦିନ ପରେ ଗତ ମେ' ୧୦ ତାରିଖ ଦିନ କେଜ୍ରିୱାଲ ଜାମିନରେ ଜେଲରୁ ମୁକୁଳିଥିଲେ । ସୁପ୍ରିମକୋର୍ଟ ତାଙ୍କୁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଜୁନ ୧ ତାରିଖରେ ତାଙ୍କର ଜାମିନ ଅବଧି ସରିବା ପରେ ସେ ପୁଣି ଜେଲ୍ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.