ETV Bharat / bharat

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ବଢିଲା ସଞ୍ଜୟ ସିଂ-ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି - ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

Delhi Excise Policy Case: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି । ଅଧିକ ପଢନ୍ତୁ

Delhi Excise Policy Case
Delhi Excise Policy Case
author img

By ETV Bharat Odisha Team

Published : Jan 20, 2024, 3:08 PM IST

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆକୁ ପୁଣି ଝଟକା । ଦୁହିଁଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଲେ ରାଉଜ ଏଭେନ୍ୟୁ କୋର୍ଟ । ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଦୁହିଁଙ୍କୁ ହାଜର କରାଯାଇଥିବା ବେଳେ ଏହା ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଏହା ସହିତ ସର୍ଭେସ ମିଶ୍ର ଏବଂ ଅମିତ ଆରୋରାଙ୍କ ଜାମିନ ଶୁଣାଣିକୁ ମଧ୍ୟ ଆସନ୍ତା 24 ତାରିଖକୁ ସ୍ଥଗିତ ରଖିଛନ୍ତି ।

  • Delhi Excise policy money laundering | Rouse Avenue Court in Delhi extends the judicial custody of AAP MP Sanjay Singh and Manish Sisodia till February 3, 2024.

    They were produced through video conferencing.

    The court has also reserved the order on bail of Sarvesh Mishra and…

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଦାଲତ ଶୁକ୍ରବାର ଦିନ ସିବିଆଇକୁ ସଦ୍ୟ ରିପୋର୍ଟ ମାଗିଛନ୍ତି । ଏହା ପରେ ଆଜି ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ । କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ୍ ଏମ୍.କେ ନାଗପାଲ ଅଭିଯୁକ୍ତମାନଙ୍କୁ ସିବିଆଇ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିବାର ସୁଯୋଗକୁ ବାରଣ କରିବା ସହିତ ସମସ୍ତଙ୍କୁ ପର୍ଯ୍ୟାୟ ସମୟ ଦିଆଯାଇଛି ବୋଲି କହିଛନ୍ତି । ଶୁକ୍ରବାର ଦିନ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସିସୋଦିଆଙ୍କ ବେଲ ପୁନର୍ବିଚାର ଆବେଦନ ଖାରଜ

ତେବେ ମନି ଲଣ୍ଡ୍ରିଂ ମାମଲାରେ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ସିସୋଦିଆ । ଚଳିତ ବର୍ଷ ଫେବୃଆରୀରେ ଏହି ବହୁଚର୍ଚ୍ଚିତ ମାମଲାରେ ଗିରଫ ହୋଇଥିଲେ ସିସୋଦିଆ । ସେହି ସମୟରେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ରହିଥିବା ବେଳେ ପଦରୁ ଇସ୍ତଫା ଦେଇଥିଲେ । ସେ ବେଲ ଆବେଦନ ପାଇଁ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି । ଏବେ ସେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ସଞ୍ଜୟଙ୍କୁ ମିଳିଲାନି ଆଶ୍ବସ୍ତି, ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂଙ୍କୁ ଗତ ୪ ଅକ୍ଟୋବରରେ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା ଇଡି । ୧୪ ଦିନିଆ ନ୍ୟାୟିକ ହେପାଜତ ଶେଷ ହେବାକୁ ଥିବାବେଳେ କୋର୍ଟରେ ହାଜର କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କୋର୍ଟରୁ ଆଶ୍ବସ୍ତି ମିଳିପାରୁନଥିବା ବେଳେ ପୁଣି ଅବଧିକୁ ଆସନ୍ତା 3 ତାରିଖକୁ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.