ETV Bharat / bharat

ଅଡୁଆରେ କେଜ୍ରିୱାଲ ଓ କବିତା; ଆଉ ୧୪ଦିନ ଯାଏଁ ଜେଲରେ ରହିବେ - Judicial Custody of Kejriwal - JUDICIAL CUSTODY OF KEJRIWAL

Extended Judicial Custody of Kejriwal And Kavitha: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତାଙ୍କୁ ମିଳିଲାନି ଆଶ୍ବସ୍ତି । ଆଉ ୧୪ଦିନ ଯାଏଁ ଜେଲରେ ରହିବେ । ଅଧିକ ପଢନ୍ତୁ

ଆହୁରି ୧୪ ଦିନ ଯାଏଁ ଜେଲରେ ରହିବେ କେଜ୍ରିୱାଲ ଓ କବିତା

author img

By ETV Bharat Odisha Team

Published : Apr 23, 2024, 6:53 PM IST

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆରଏସ ନେତ୍ରୀ କେ କବିତାଙ୍କ ସମସ୍ୟା । ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲ ଓ କବିତାଙ୍କ ସମେତ ଆପର ଫଣ୍ଡ ମ୍ୟାନେଜର ଚନପ୍ରୀତ ସିଂଙ୍କୁ ଆହୁରି ୧୪ ଦିନ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ତିନି ଜଣ ଆସନ୍ତା ମେ ୭ ତାରିଖ ଯାଏଁ ନ୍ୟାୟିକ ହାଜତରେ ରହିବେ । ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ବେଳେ କେ କବିତାଙ୍କୁ ମଧ୍ୟ ତିହାର ଜେଲରେ ରଖାଯାଇଛି ।

ଆଜି କେଜ୍ରିୱାଲ, କବିତା ଓ ଚନପ୍ରୀତଙ୍କୁ ଭିଡିଓ କନଫେରନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ଦିନକ ପୂର୍ବରୁ ଆପ୍ ପକ୍ଷରୁ କେଜ୍ରିୱାଲଙ୍କୁ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କ ଉପସ୍ଥିତିରେ ଡାକ୍ତରୀ ପରାମର୍ଶ ପାଇଁ ଆବେଦନ କରାଯାଇଥିଲା, ଯାହାକୁ କୋର୍ଟ ଖାରଜ କରିଥିଲେ । କୋର୍ଟ ନିଜର ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ତିବାର ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଡାକ୍ତରୀ ସେବା ଓ ସହାୟତା ଯୋଗାଇ ଦିଆଯିବ । ତିହାର ଜେଲ କର୍ତ୍ତୃପକ୍ଷ ଏମସ ଡାକ୍ତରମାନଙ୍କୁ ନେଇ ଗଠିତ ବୋର୍ଡ ଜରିଆରେ ପରୀକ୍ଷା ନିରୀକ୍ଷା କରାଇବେ । ଏହି ବୋର୍ଡରେ ଯେଉଁଥିରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ ମଧ୍ୟ ସାମିଲ ରହିବେ ।

ଏହା ମଧ୍ୟ ପଢନ୍ତୁ... ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍ - Kejriwal Given Insulin

ସେହିପରି ଆଜି ତିହାର ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଛି ଇନସୁଲିନ । ଟାଇପ-୨ ମଧୁମେହ ରୋଗରେ ପୀଡିତ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦କୁ ବଢିବା ପରେ ଜେଲ ଭିତରେ ତାଙ୍କୁ ଇନସୁଲିନ ଦିଆଯାଇଛି । ଏନେଇ ତିହାର ଜେଲ ପ୍ରଶାସନ କୌଣସି ସୂଚନା ଦେଇନଥିବା ବେଳେ ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶର୍କରା ସ୍ତର ବା ସୁଗାର ଲେବଲକୁ ନେଇ ଗତ କିଛି ଦିନ ହେଲା ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଥିଲା । କେଜ୍ରିୱାଲଙ୍କୁ ଇନସୁଲିନ ଦିଆନଯାଇ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ତାଙ୍କର ପତ୍ନୀ ଅଭିଯୋଗ କରିଥିଲେ ।

ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ସେହିଭଳି ମାର୍ଚ୍ଚ ୧୫ରେ ହାଇଦ୍ରାବାଦରୁ ବିଆରଏସର ଟାଣୁଆ ନେତ୍ରୀ କେ କବିତାଙ୍କୁ ଗିରଫ କରାଯାଇଥିଲା ଓ ଚନପ୍ରୀତଙ୍କୁ ଏପ୍ରିଲ ୧୫ ତାରିଖରେ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.