ETV Bharat / bharat

ଜେଲରୁ ମୁକୁଳିଲେ କେଜ୍ରିୱାଲ, ଢୁଢୁ ବର୍ଷାରେ ଭିଜି କହିଲେ ଏମିତି... - Kejriwal Released From jail

author img

By ETV Bharat Odisha Team

Published : Sep 13, 2024, 8:19 PM IST

Delhi CM Arvind Kejriwal Released From Jail: ଜେଲରୁ ବାହାରକୁ ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ ଜେଲର ଚାରିକାନ୍ଥ ମୋତେ ଦୁର୍ବଳ କରିପାରିବନି । ସେପଟେ ଦିଲ୍ଲୀରେ ଅଦିନିଆ ଦୀପାବଳି ପାଳନ ।

Delhi CM Arvind Kejriwal
Delhi CM Arvind Kejriwal (X)

ନୂଆଦିଲ୍ଲୀ: ଜେଲର ଚାରିକାନ୍ଥ ମଧ୍ୟରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପରେ ଜେଲରୁ ମୁକୁଳିଛନ୍ତି କେଜ୍ରିୱାଲ । ସନ୍ଧ୍ୟା ପ୍ରାୟ 6.25ଟା ସମୟରେ ଜେଲରୁ ବାହାରକୁ ଆସିଛନ୍ତି ଆପ୍‌ ସୁପ୍ରିମୋ । ସେପଟେ କ୍ରେଜିୱାଲ ମୁକୁଳିବା ପରେ ଆପରେ ସେଲିବ୍ରେସନ ମାହୋଲ । ଦଳର ମୁଖିଆ ବାହାରକୁ ଆସିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି ।

Delhi CM Arvind Kejriwal
Delhi CM Arvind Kejriwal (X)

ଜେଲର ଚାରିକାନ୍ଥ ମୋତେ ଦୁର୍ବଳ କରିପାରିବନି:

ଦୀର୍ଘ 6 ମାସ ପରେ ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଆଜି ମୁଁ କହିବାକୁ ଚାହୁଁଛି ମୋ ଜେଲରୁ ବାହାରକୁ ଆସି ସାରିଛି । ମୋ ଶକ୍ତି 100 ଗୁଣା ବଢି ଯାଇଛି । ତାଙ୍କ ଜେଲର କାନ୍ଥ କେଜ୍ରିୱାଲଙ୍କ ସାହାସକୁ କମ କରିପାରିବନି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ମୋତେ ରାସ୍ତା ଦେଖାନ୍ତୁ, ସମସ୍ତ ଶକ୍ତି ସହ ଲଢେଇ ଜାରି ରଖି ପାରିବି । ଯେଉଁମାନେ ଦେଶକୁ ଶକ୍ତିହୀନ ଓ ଭାଗ ଭାଗ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ଢୁଢୁ ବର୍ଷାରେ କର୍ମୀଙ୍କୁ ସମ୍ବୋଧନ:

ଦିଲ୍ଲୀରେ ବର୍ଷା ଲାଗି ରହିଥିବା ବେଳେ ଏହାକୁ ଖାତିର କରିନାହାନ୍ତି ଆପ କର୍ମୀ । କେଜ୍ରିୱାଲ ବାହାରକୁ ଆସିବା ପରେ ବର୍ଷାରେ ଭିଜି ଭିଜି କହିଛନ୍ତି, ‘ମୁଁ ମୋ ଜୀବନରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିଛି । ଭଗବାନ ମୋତେ ସବୁବେଳେ ସାହାଯ୍ୟ କରିଛନ୍ତି । ଏହି ସମୟରେ ବି ସାହାଯ୍ୟ କଲେ କାହିଁକି ନା ମୁଁ ବିଶ୍ବସ୍ତ ।’

ଦିଲ୍ଲୀରେ ଅଦିନିଆ ଦିପାବଳୀ !

ଦୀର୍ଘ 6 ମାସ ପରେ ଜେଲରୁ ବାହାରିଛନ୍ତି କେଜ୍ରିୱାଲ । ଦଳର ମୁଖିଆଙ୍କୁ ପାଖରେ ପାଇ ଆପର୍‌ ସେଲିବ୍ରେସନ ମାହୋଲ । ଢୁଢୁ ବର୍ଷାରେ ବାଣ ଫୁଟାଇ ସେଲିବ୍ରେସନ କରୁଛନ୍ତି କର୍ମୀ । ଦଳ ପାଇଁ ବଡ଼ଦିନ କଲେ ଆପ୍‌ ସାଂସଦ ରାଘବ ଚଢା ।

କେଜ୍ରିୱାଲ ସମ୍ପର୍କିତ ଖବର ପଢନ୍ତୁ:

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, CM ଅଫିସ ମନା, ମାମଲା ସଂପର୍କରେ ମୁହଁ ଖୋଲିବେନି

ଅବକାରୀ ଘୋଟାଲା ମାମଲା: ଏକାସାଙ୍ଗରେ ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ; ଜାଣନ୍ତୁ ଜେଲରୁ ମୁକୁଳିବେ ନା ରହିବେ ? ଆପ୍ କହିଲା ଫେରିଲେ 10 ଗୁଣା କାମ କରିବେ

ଆପ୍‌ କାର୍ଯ୍ୟାଳୟରେ ସେଲିବ୍ରେସନ:

ସେଲିବ୍ରେସନରେ ଫାଟି ପଡୁଛି ଆପ କାର୍ଯ୍ୟାଳୟ । ପାର୍ଟି ଅଫିସରେ କର୍ମକର୍ତ୍ତା ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରୁଛନ୍ତି । ଏହି ସେଲିବ୍ରେସନରେ ସାମିଲ ହେବାକୁ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ପୂର୍ବରୁ ପାର୍ଟି ଅଫିସରେ ଉପସ୍ଥିତ ଅଛନ୍ତି ମନିଷ ସିସୋଦିଆ ।

26 ଜୁନରେ ଗିରଫ କରିଥିଲା ସିବିଆଇ:

ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିୱାଲଙ୍କୁ ଗତ 26 ଜୁନରେ ଗିରଫ କରିଥିଲା ସିବିଆଇ । ଏହା ପୂର୍ବରୁ ମାର୍ଚ୍ଚ 21ରେ ପଚରାଉଚରା ପରେ ବାନ୍ଧିଥିଲା ଇଡି । ଏହାପରେ ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାର ପାଇଁ ମେ’ 10ରୁ ଜୁନ୍‌ 1 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ଇଡି ମାମଲାରେ ଗତ ଜୁଲାଇ 12ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିବା ବେଳେ ସିବିଆଇ କେସ ପାଇଁ ଜେଲରୁ ବାହାରି ପାରିନଥିଲେ କେଜ୍ରିୱାଲ ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ସିବିଆଇ, ହସ୍ତକ୍ଷେପ କରିବାକୁ ମନା କଲେ କୋର୍ଟ -

ଆଜି ଜାମିନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ:

ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । 2ଟି ଆବେଦନ ଉପରେ ଶୁଣାଣି କରି ପ୍ରଥମ ଆବେଦନରେ ସିବିଆଇ ଗିରଫଦାରୀକୁ ବୈଧ କହିଥିଲେ କୋର୍ଟ । ଦ୍ବିତୀୟ ମାମଲାରେ ଶୁଣାଣି କରି ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.