ମେଷ: ଅଫିସରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କ ଠାରୁ କିଛି ଅର୍ଥ ମିଳିପାରେ । ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ । ନିଜ ଘର ପରିବେଶ ଶାନ୍ତ ରହିବ । ଘର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ କାର୍ଯ୍ୟବ୍ୟସ୍ତତାର ଚାପ ଆପଣଙ୍କ ମାନସିକ ଚିନ୍ତା ବଢ଼ାଇପାରେ । ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ: ଆଜି ବିଦେଶରେ ରହୁଥିବା ନିଜ ବନ୍ଧୁ ତଥା ଆତ୍ମୀୟଙ୍କ ଠାରୁ ଖୁସି ଖବର ପାଇବେ । ଏଥିରେ ଖୁସି ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୂଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । କର୍ମ ଚଞ୍ଚଳ ହେବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବ । ଅର୍ଥ କାରବାର ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ରହିବ । ଶ୍ରାବଣ ମାସ ପ୍ରଥମ ସୋମବାରେ ଈଶ୍ବର ପୂଜାରେ ମନୋନିବେଷ କରିବେ । ବିଦ୍ୟାର୍ଥୀ ଉନ୍ନତି କରିବେ ।
ମିଥୁନ: ଆଜିର ସତର୍କ ରୁହନ୍ତୁ । ଯେଉଁମାନେ ନିଜର ଶାରୀରିକ ସମସ୍ୟା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ପରିସ୍ଥିତିରେ ମଧ୍ୟ ଶଲ୍ୟଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନି ଘଟାଇ ପାରେ । ସେଥିପାଇଁ କଥାବାର୍ତ୍ତାରେ ନମ୍ର ଭାବ ଆପଣଙ୍କୁ ଝଗଡାରୁ ବଞ୍ଚାଇପାରିବ । ଖର୍ଚ୍ଚର ପରିମାଣ ଅଧିକ ହୋଇଯିବ । ଯାହା ପାଇଁ ଆପଣ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁର ପୂଜା ହିଁ ସର୍ବତ୍କୃଷ୍ଟ ଉପାୟ ଅଟେ । ଆଜି ମହାଦେବଙ୍କ ଆରାଧନା କରନ୍ତୁ ।
କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟିବ । ପ୍ରଭୁ ଶଙ୍କରଙ୍କ କୃପାରୁ ଧନ ଲାଭ ହେବ । ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ମନ ବଳାଇବେ ।
ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ । ଦୁଃଖ ଦୁର୍ଦ୍ଦଶା ଭୋଗିବା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବା ବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ ।
କନ୍ୟା: ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବାରୁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ । କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ । ପଡ଼ୋଶୀଙ୍କ ସମ ଝଗଡ଼ା ସୃଷ୍ଟି ହୋଇପାରେ । ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଡ଼ ସୃଷ୍ଟି ହୋଇପାରେ । ନିଜ ନିୟନ୍ତ୍ରଣରେ ରହି କଥାବାର୍ତ୍ତା କରନ୍ତୁ । ଆଜି ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିବ ।
ତୁଳା: ଆଜି ଦିନଟିରେ ଶିଥିଳତା ଅନୁଭବ କରିବେ । ଆପଣ ନିଜର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଦୂର ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ଘର ପରିବେଶ ସ୍ଥିତି ସେତେ ଭଲ ରହିବ ନାହିଁ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇ ରୁହନ୍ତୁ । ଅଯଥା ଖର୍ଚ୍ଚାନ୍ତ ହେବେ । ବିଦ୍ୟାର୍ଥୀ ଚେଷ୍ଟା କଲେ ମଧ୍ୟ ପାଠପଢ଼ାରେ ଅନାଗ୍ରହ ପ୍ରକାଶ କରିବେ । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର, ତେଣୁ ଯେଉଁ ବି କାର୍ଯ୍ୟ କରୁଛନ୍ତି ହରପାର୍ବତୀଙ୍କ ଆଶୀର୍ବାଦ ନେଇ ଆରମ୍ଭ କରନ୍ତୁ ।
ବିଛା: ଆଜି ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ରହିଛି । ମନ ଆନନ୍ଦ ରହିବ । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆକସ୍ମିକ ଧନ ଲାଭ ହେବ । ନିଜର ଚେଷ୍ଟା ବଳରେ ନିଜର ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଏହାଦ୍ୱାରା ଆପଣଙ୍କର ଲାଭ ହେବ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ପରିବାର ଲୋକଙ୍କ ସହ ଖୁସି ମିଜାଜରେ ଦିନ କଟିବ । ଦୂର ଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଶୁଭ ।
ଧନୁ: ମନରେ ଦ୍ୱିଧା ରଖି କୌଣସି କାମକୁ ଅସମ୍ପୁର୍ଣ୍ଣ ରଖନ୍ତୁ ନାହିଁ । ଯେ କୌଣସି ସମସ୍ୟାର ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ତେଣୁ ନୀରବ ରୁହନ୍ତୁ । ଆଜି ଆପଣ ଉତ୍ତେଜିତ ହେଲେ ଅଶାନ୍ତି ବଢିପାରେ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି । କୌଣସି ଜରୁରୀ ସିଦ୍ଧାନ୍ତ ତରବରିଆ ଭାବେ ନିଅନ୍ତୁ ନାହିଁ । କାର୍ଯ୍ୟର ଭାର ବଢିଯାଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ସେତେ ଭଲ ନରହିଲେ ବି ଖରାପ ମଧ୍ୟ ରହିବ ନାହିଁ ।
ମକର: ଦିନଟିର ଶୁଭାରମ୍ଭ ପୂର୍ବରୁ ଭଗବାନଙ୍କର ପାଦପଦ୍ମରେ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରନ୍ତୁ । ନିଜର ବୃତ୍ତିରେ ସହକର୍ମୀଙ୍କ ସହ ଓ ପ୍ରିୟଜନଙ୍କ ସହ ବନ୍ଧୁତ୍ୱ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ । ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ । ଅତ୍ୟଧିକ ପରିଶ୍ରମ କରନ୍ତୁ ନାହିଁ । ଏହାର କୁ ପ୍ରଭାବ ଶରୀର ଉପରେ ପଡିପାରେ । ପାରିବାରିକ ଜୀବନ ଶାନ୍ତିରେ କଟିବ । ବିଦ୍ୟାର୍ଥୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପୁରସ୍କୃତ ହେବେ ।
କୁମ୍ଭ: ଆଜି ଆପଣ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅର୍ଥଲଗାଣ କ୍ଷେତ୍ରରେ ସର୍ତକତା ଅବଲମ୍ୱନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ଘଟିପାରେ । ବ୍ୟକ୍ତିଗତ କ୍ଷତିକୁ ଭରଣ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ଉତ୍ତେଜିତ ମନକୁ ଆୟତ୍ତରେ ରଖନ୍ତୁ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ କଟୁ ବଚନ ପାଇଁ ମାନହାନୀ ହୋଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ମିଶ୍ରିତ ଫଳ ରହିବ ।
ମୀନ: ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ସନ୍ତାନଙ୍କ ସମ୍ପର୍କିତ ଖୁସି ଖବର ପାଇବେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି । ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ । ବୃତ୍ତିଗତ ଜୀବନରେ ଅର୍ଥଲାଭର ଶୁଭ ସୂଚନା ଅଛି । ଆପଣ ପରିଭ୍ରମଣରେ ଯାଇ ଆନନ୍ଦ ଲାଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସହ ଖୁସିରେ ଭରିଯିବ ।