ETV Bharat / bharat

ବିନା ଔଷଧରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ଜାଣନ୍ତୁ କେମିତି ? - Control Cholesterol Without Drugs

author img

By ETV Bharat Odisha Team

Published : Sep 12, 2024, 5:50 PM IST

Control Cholesterol Without Drugs: କୋଲେଷ୍ଟ୍ରଲ କମାଇବା ପାଇଁ ଔଷଧ ଖାଉଛନ୍ତି କି ? ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ନିୟନ୍ତ୍ରଣ ହୋଇପାରିବ । କେମିତି ପ୍ରାକୃତିକ ଉପାୟରେ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ ।

Control Cholesterol Without Drugs
Control Cholesterol Without Drugs (ETV Bharat Odisha)

ହାଇଦ୍ରାବାଦ: ମନୁଷ୍ୟ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ଏକ ବଡ଼ ସମସ୍ୟା ପାଲଟିଛି । ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଖାଦ୍ୟ ପାନୀୟରେ ପରିବର୍ତ୍ତନ ଘଟୁଥିବାରୁ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି ପାଉଛି । ଯୁବବର୍ଗଙ୍କ ଠାରୁ ଆରମ୍ଭ କରି କମ୍‌ ବୟସର ପିଲା ଓ ବୟସ୍କ ମଧ୍ୟ ଏହାର ଶିକାର ହେଉଛନ୍ତି । ଖରାପ କୋଲେଷ୍ଟ୍ରଲକୁ ଏଡାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିବାକୁ ପଡୁଛି । ଏଠାରେ ପ୍ରଶ୍ନ ଉଠେ କେବଳ ଔଷଧ ସେବନ ଦ୍ବାରା କୋଲେଷ୍ଟ୍ରଲସ୍ତର ହ୍ରାସ କରି ହେବ ନା ଅନ୍ୟ କିଛି ବିକଳ୍ପ ରହିଛି ? ଯଦି ଏହାର ବିକଳ୍ପ ରହିଛି ତାହା କଣ ? ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ପ୍ରାକୃତିକ ଉପାୟରେ ହ୍ରାସ ହୋଇପାରିବ କୋଲେଷ୍ଟ୍ରସ ସ୍ତର:

ବିନା ଔଷଧରେ ମଧ୍ୟ ପ୍ରାକୃତିକ ଉପାୟରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିହେବ । ଯଦି ଆପଣ ଜୀବନଶୈଳୀ ଓ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିନ୍ତି ତେବେ କୋଲେଷ୍ଟ୍ରଲ ସମସ୍ୟାରୁ ମୁକ୍ତି ପାଇପାରିବେ । ବିଜ୍ଞାନ ପ୍ରମାଣ ଅନୁଯାୟୀ, ଆପଣ ଯେଉଁ ଖାଦ୍ୟ ପାନୀୟ ଗ୍ରହଣ ସେଥିରେ ପରିବର୍ତ୍ତନ ଆସିଲେ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ ହୋଇପାରିବ । ପ୍ରତିଦିନ ବ୍ୟାୟାମ କରିବା ଏବଂ ଧୂମପାନରୁ ଦୂରେଇ ରହିଲେ ଖରାପ କୋଲେଷ୍ଟ୍ରଲ LDL(ଲୋ' ଡେନ୍‌ସିଟି ଲିପୋପ୍ରୋଟେନ୍) ସ୍ତର ସ୍ୱାଭାବିକ ଭାବେ ହ୍ରାସ ହେବା ସହ ଭଲ କୋଲେଷ୍ଟ୍ରଲ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏଥିସହ ଟ୍ରାଇଗ୍ଲିସାଇଡ୍ ସ୍ତର (Triglyceride)କୁ ହ୍ରାସ କରିଥାଏ ।

ଏହା ମଧ୍ୟ ପଢନ୍ତୁ-ଖାଆନ୍ତୁ ଏହି ପତ୍ର, ଖରାପ କୋଲେଷ୍ଟ୍ରଲ ସହ ଦୂର ହେବ ଅନେକ ରୋଗ - Leaves Reduce Bad Cholesterol

ମନେରଖନ୍ତୁ , ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ବହୁତ ଅଧିକ ରହିଥିବ, ତେବେ ଜୀବନ ଶୈଳୀରେ ପରିବର୍ତ୍ତନ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମାଇବା ପାଇଁ ଯଥେଷ୍ଟ ହୋଇନପାରେ । କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବ ଏବଂ ଆପଣଙ୍କ କୋଲେଷ୍ଟ୍ରଲ କମାଇବା ପାଇଁ ସେବନ କରିଥିବା ଔଷଧକୁ ଭଲ କାମ କରିବାରେ ସାହାଯ୍ୟ କରିପାରିବ ।

ଏହା ମଧ୍ୟ ପଢନ୍ତୁ-କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏସବୁ ଖାଦ୍ୟ

ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ:

ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ: ଅନେକ ଜାଣନ୍ତି ନାହିଁ ଯେ, ରକ୍ତ ସଞ୍ଚାଳନରେ କୋଲେଷ୍ଟ୍ରେ ମାତ୍ର 20 ପ୍ରତିଶତ ଖାଦ୍ୟରୁ ଆସିଥାଏ । ଯକୃତ ଏବଂ ଅନ୍ତନଳୀ ଅବଶିଷ୍ଟାଂଶ କୋଲେଷ୍ଟ୍ରଲ ତିଆରି କରିଥାଏ । ମାଂସ ଏବଂ ଦୁଗ୍ଧ ପରି ପ୍ରାଣୀଜ ଜାତୀୟ ଖାଦ୍ୟରେ କୋଲେଷ୍ଟ୍ରଲ ଅଧିକ ରହିଥାଏ । ଏଥିରେ ଚର୍ବି ଅଂଶ ଅଧିକ ରହିଛି । ଯାହା ଖରାପ କୋଲେଷ୍ଟ୍ରଲକୁ ମନୁଷ୍ୟ ଶରୀରରେ ବୃଦ୍ଧି କରିଥାଏ । ତେଣୁ ଏପରି ଖାଦ୍ୟ କମ୍‌ ଖାଇବା ଆବଶ୍ୟକ ।

ଏହି ଖାଦ୍ୟ ଆପଣାନ୍ତୁ: ଶରୀରରେ କୋଲେଷ୍ଟ୍ରଲ କମାଇବା ପାଇଁ ଯେଉଁ ଖାଦ୍ୟରେ ଫ୍ୟାଟ ନାହିଁ ତାହା ଖାଇବା ଜରୁରୀ । ଯେମିତିକି ବନସ୍ପତି ତେଲ, ଆବାକାଡୋ ଏବଂ ମାଛ ପ୍ରଚୁର ମାତ୍ରାରେ ଖାଇବା ଆବଶ୍ୟକ । ଏଥି ସହ ଘର ବାଡିରେ ଚାଷ ହେଉଥିବା ପନିପରିବା, ଫଳ ଖାଆନ୍ତୁ । ଓଟ୍ସ ମଧ୍ୟ ଖାଇପାରିବେ । ଯାହା ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ହ୍ରାସ କିରବାରେ ସହାୟକ ।

ଏହା ମଧ୍ୟ ପଢନ୍ତୁ-ସୋରିଷ ତେଲରେ ପ୍ରସ୍ତୁତ କରନ୍ତୁ ଖାଦ୍ୟ, କୋଲେଷ୍ଟ୍ରଲ କହିବ ବାଏ ବାଏ - Health Benefits Of Mustard Oil

ଯଦି ଆପଣ ପ୍ରତିଦିନ ଚିଜବର୍ଗର୍ ଏବଂ ଆଇସ୍କ୍ରିମ୍ ଖାଆନ୍ତି କିନ୍ତୁ ପରେ ଧୀରେ ଧୀରେ ଏହି ଖାଦ୍ୟକୁ ଛାଡି ହେଲଦି ଖାଇବା ଖାଉଛନ୍ତି, ତେବେ ଆପଣଙ୍କର ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ ହେବାର ସମ୍ଭାବନା ରହିଛି । ଡାକ୍ତର କାନନଙ୍କ କହିବା ଅନୁଯାୟୀ, ମୁଁ ପ୍ରାୟତଃ ରୋଗୀମାନଙ୍କୁ କହିଥାଏ ଯେ, ଖାଦ୍ୟରେ ପରିବର୍ତ୍ତନ ଆଣିବା ଦ୍ବାରା ସେମାନଙ୍କର ଖରାପ କୋଲେଷ୍ଟ୍ରଲ ସ୍ତରରେ ସାମାନ୍ୟ ହ୍ରାସ ପରିଲଖିତ ହୋଇଥାଏ, କିନ୍ତୁ ଜଣଙ୍କ ଉପରେ ଏହାର ପ୍ରଭାବ ପଡେ ନାହିଁ । ତଥାପି, ହେଲଦି ଖାଦ୍ୟ ଖାଇବା ଦ୍ବାରା ଅନ୍ୟାନ୍ୟ ହୃଦ୍‌ରୋଗ ସମ୍ବନ୍ଧୀୟ ଲାଭ ମଧ୍ୟ ମିଳିଥାଏ ।

ସପ୍ଲିମେଣ୍ଟ: ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରି ହୋଇଥିବା ଅନେକ ଖାଦ୍ୟ ସପ୍ଲିମେଣ୍ଟ ହାର୍ଟ ପାଇଁ ଲାଭଦାୟକ ବୋଲି ଦାବି କରେ । କିନ୍ତୁ କେବଳ ଏହା ତିନୋଟି LDL କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ତାହା ମଧ୍ୟ ସାମାନ୍ୟ ପରିମାଣରେ ।

ସାଇଲିୟମ ଭୁସି:

ପ୍ଲାଣ୍ଟାଗୋ ଓଭାଟା ପ୍ଲାଣ୍ଟର ମଞ୍ଜିରୁ ମିଳୁଥିବା ସାଇଲିୟମ ଭୁସି ଫାଇବର ସପ୍ଲିମେଣ୍ଟ କୋଷ୍ଠକାଠିନ୍ୟ ଚିକିତ୍ସା ଦୂର କରିବାରେ ବେଶ ସହାୟକ ହୋଇଥାଏ । ପାଉଡକୁ ଜେଲ ବନାଇବା ପାଇଁ ତରଳ ପଦାର୍ଥ ସହିତ ମିଶ୍ରିତ କରାଯାଇଥାଏ । ସାଇସିଲିୟମ୍ ଭୁସି ବା ପାଉଡର ୱାଲିଫର ଏବଂ କ୍ୟାପସୁଲ ମଧ୍ୟ ଉପଲବ୍ଧ । ଏହା ପିତ ଅମ୍ଳ ( Bile Acid) ଏବଂ କୋଲେଷ୍ଟ୍ରଲକୁ ଶୋଷି ନେଇଥାଏ । ଯାହା ମଲତ୍ୟାଗରେ ଶରୀରରୁ ବାହାରକୁ ଆସିଥାଏ ।

ଜର୍ନାଲ ନ୍ୟୁଟ୍ରିଏଣ୍ଟ୍ସ ପତ୍ରିକାରେଏପ୍ରିଲ୍ 2024 ସମୀକ୍ଷା ଆର୍ଟିକିଲରୁ ଜଣାପଡିଛି ଯେ, ଦୁଇ ମାସ ପର୍ଯ୍ୟନ୍ତ ଲଗାତାର ଯଦି ସାଇସିଲିୟମ ଭୁସି ପିଅନ୍ତି ତେବେ ଖରାପ କୋଲେଷ୍ଟ୍ରଲ ସ୍ତର 6 ପ୍ରତିଶତ ହ୍ରାସ ହୋଇପାରିବ ।

ପ୍ଲାଣ୍ଟ ଷ୍ଟେରୋଲ୍ସ :

ଯଦି ଆପଣ ପ୍ଲାଣ୍ଟ ଷ୍ଟେରୋଲ୍ସ ଖାଦ୍ୟ ଯେପରିକି ସୋୟାବିନ, ମଟର, ବାଦାମ ଏହି ଖାଦ୍ୟ ଖାଉଛନ୍ତି ତେବେ କିଛି ମାତ୍ରାରେ କୋଲେଷ୍ଟ୍ରଲ କମିଯିବ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ଅତି କମରେ ଆଠ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଯଦି 2 ଗ୍ରାମ ପ୍ଲାଣ୍ଟ ଷ୍ଟେରୋଲ୍ସ ଖାଦ୍ୟ ଖାଆନ୍ତି ତେବେ କୋଲେଷ୍ଟ୍ରଲ ସ୍ତର କୁ 10 ପ୍ରତିଶତ ହ୍ରାସ କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.