ETV Bharat / bharat

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ନିର୍ବାଚନୀ ଇସ୍ତାହାରକୁ ମିଳିପାରେ ମଞ୍ଜୁରୀ, ଆସିପାରେ ତୃତୀୟ ପ୍ରାର୍ଥୀ ତାଲିକା

author img

By ETV Bharat Odisha Team

Published : Mar 19, 2024, 9:04 AM IST

Updated : Mar 19, 2024, 9:41 AM IST

Congress Working Committee Meeting: ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ନିର୍ବାଚନୀ ଇସ୍ତାହାର ଉପରେ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ

Congress Working Committee Meeting
Congress Working Committee Meeting

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । କସରତ ଆରମ୍ଭ କରିଦେଇଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳ । ଘନ ଘନ ବୈଠକ ସହ ପ୍ରାର୍ଥୀ ଘୋଷଣା କରିବାରେ ଲାଗି ପଡିଛନ୍ତି ବିଜେପି ଓ କଂଗ୍ରେସ । ସୋମବାର ବିଜେପିର କୋର କମିଟି ବୈଠକ ବସିଥିବା ବେଳେ ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ନିର୍ବାଚନୀ ଇସ୍ତାହାର ଉପରେ ଆଲୋଚନା ହେବ । ସେହିପରି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ପ୍ରଶଂସା କରି ଏକ ସଂକଳ୍ପ ପାରିତ କରାଯିବ ବୋଲି ଆଶା କରାଯାଉଛି ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆଜି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ମଧ୍ୟ ବସିପାରେ । ସିଇସିରେ ଏପ୍ରିଲ 19ରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ଅବଶିଷ୍ଟ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଲୋକସଭା ନିର୍ବାଚନ 2024 ପାଇଁ କଂଗ୍ରେସ ଏକ ଇସ୍ତାହାର କମିଟି ଗଠନ କରିଥିଲା । ଏଥିରେ ସଦସ୍ୟ ରହିଥିଲେ ଛତିଶଗଡର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ, କଂଗ୍ରେସ ନେତା ଶଶି ଥରୁର ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଏହା ମଧ୍ୟ ପଢନ୍ତୁ-ସରିଲା ବିଜେପିର କୋର କମିଟି ବୈଠକ; ଖୁବଶୀଘ୍ର ଆସିବ ତୃତୀୟ ପ୍ରାର୍ଥୀ ତାଲିକା, ଫୋକସରେ ଓଡ଼ିଶା

ଇସ୍ତାହାର କମିଟିର ମୁଖ୍ୟ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ପତ୍ର ଲୋକଙ୍କ ଇସ୍ତାହାର ହେବ ଏବଂ ଦଳର ନେତାଙ୍କ ପରାମର୍ଶ ବ୍ୟତୀତ ଇ-ମେଲ୍ ଏବଂ ଏକ ୱେବସାଇଟ୍ ମାଧ୍ୟମରେ ସମସ୍ତଙ୍କ ପରାମର୍ଶ ନିଆଯାଇଛି ।

କଂଗ୍ରେସ ଶ୍ରମିକ ନ୍ୟାୟ ଓ ହିସେଦାରୀ ନ୍ୟାୟ ପାଇଁ 5ଟି ଗ୍ୟାରଣ୍ଟି ଦେଇଥିବା ବେଳେ ଦଳର ମୁଖ୍ୟ ଖଡଗେ ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ଉପରେ 50 ପ୍ରତିଶତ ସଂରକ୍ଷଣ ବୃଦ୍ଧି କରିବାକୁ ଏକ ସାମ୍ବିଧାନିକ ସଂଶୋଧନ ଆଣିବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି 25 ବର୍ଷ ପର୍ଯ୍ୟନ୍ତ ଡିପ୍ଲୋମାଧାରୀଙ୍କ ପାଇଁ ବାର୍ଷିକ 1 ଲକ୍ଷ ଟଙ୍କା ପ୍ୟାକେଜ୍ ଗ୍ୟାରେଣ୍ଟି, ପେପର ଲିକରୁ ମୁକ୍ତି ପାଇବା ପାଇଁ କଠୋର ଆଇନ ପ୍ରଣୟନ, ଗିଗ୍ ଅର୍ଥ ବ୍ୟବସ୍ଥାରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା, 30 ଲକ୍ଷ ସରକାରୀ ପଦବୀ ପୂରଣ ଓ 40 ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ମଧ୍ୟରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ପାଇଁ 'ୟୁବା ରୋଶନି'ର ଆରମ୍ଭ ହେବା ନେଇ କଂଗ୍ରେସ ପ୍ରତିଶୃତି ଦେଇଛି ।

ମାର୍ଚ୍ଚ 8 ତାରିଖରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ 39 ଜଣଙ୍କ ନାଁ ଘୋଷଣା କରିଥିଲା ଦଳ । ପରେ ମାର୍ଚ୍ଚ 12 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ 43 ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିଲା ଦଳ । ଆଜି ତୃତୀୟ ପ୍ରାର୍ଥୀ ତାଲିକା ଉପରେ ମୋହର ଲଗାଇପାରେ କଂଗ୍ରେସ ଦଳର ନିର୍ବାଚନ କମିଟି ଏବଂ ଘୋଷଣା ହୋଇପାରେ ତୃତୀୟ ଲିଷ୍ଟ ।

Last Updated : Mar 19, 2024, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.