ETV Bharat / bharat

କଂଗ୍ରେସର ନ୍ୟାୟ ପତ୍ର: ଭୋଟରଙ୍କୁ ଖଡ଼ଗେ-ରାହୁଲଙ୍କ 5 ନ୍ୟାୟ ଏବଂ 25 ଗ୍ୟାରେଣ୍ଟି - Congress Manifesto 2024

author img

By ETV Bharat Odisha Team

Published : Apr 5, 2024, 1:01 PM IST

Congress Manifesto 2024: 2024 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର, 25 ଗ୍ୟାରେଣ୍ଟି ଦେଲା ଗ୍ରାଣ୍ଡ ଓଲ୍ଡ ପାର୍ଟି । ଭୋଟରଙ୍କୁ ଗ୍ୟାରେଣ୍ଟି ଦେଲେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Congress Manifesto 2024
Congress Manifesto 2024

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏନେଇ ଦୁଇ ଜାତୀୟ ଦଳ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ଏକାଧିକ ପର୍ଯ୍ୟାୟରେ କିଛି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଏହାରି ଭିତରେ ଆଜି ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଚଳିତ ଥର କଂଗ୍ରେସର ଏହି ଇସ୍ତାହାର 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ଉପରେ ଆଧାରିତ ହୋଇଛି । କଂଗ୍ରେସ ମୁଖ୍ୟାଳୟରେ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇସ୍ତାହାର ଘୋଷଣା କରିଛନ୍ତି ।

କଂଗ୍ରେସର ଇସ୍ତାହାର: ପ୍ରାର୍ଥୀକୁ ଖୁସି କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବମ୍ପର ଇସ୍ତାହାର ଘୋଷଣା କରିଛି କଂଗ୍ରେସ । କେନ୍ଦ୍ରରେ 30 ଲକ୍ଷ ଚାକିରି, ଗରିବ ପରିବାରର ମହିଳାଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କା, ଜାତି ଜନଗଣନା, MSP ବୃଦ୍ଧି, MNREGA ମଜୁରୀ 400 ଟଙ୍କା, ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବନ୍ଦ କରିବାକୁ PMLA ଆଇନରେ ପରିବର୍ତ୍ତନ ନେଇ ଇସ୍ତାହାର ଘୋଷଣା କରାଯାଇଛି । ଏହାସହିତ ସଚ୍ଚର କମିଟିର ସୁପାରିଶକୁ ଲାଗୁ କରିବା ନେଇ ଘୋଷଣା କରାଯାଇଛି ।

କଂଗ୍ରେସର 5 ନ୍ୟାୟ:

ଭୋଟରଙ୍କ ପାଇଁ କଂଗ୍ରେସ ଘୋଷଣା କରିଛି ପାଞ୍ଚଟି ନ୍ୟାୟ । ସେଗୁଡ଼ିକ ହେଲା ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ, ହିସେଦାରୀ ବା ଭାଗିଦାରୀ ନ୍ୟାୟ ଏବଂ ଯୁବକ ଯୁବତୀ ନ୍ୟାୟ । ଯୁବକ ଯୁବତୀଙ୍କୁ ନ୍ୟାୟ ଅଧିନରେ କଂଗ୍ରେସ 5ଟି ଗ୍ୟାରେଣ୍ଟି ବିଷୟରେ କହିଛି । 30 ଲକ୍ଷ ସରକାରୀ ଚାକିରି ଏବଂ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ କାର୍ଯ୍ୟକ୍ରମ ଅଧିନରେ ଯୁବକମାନଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି କରିଛି ।

1-ନାରୀ ନ୍ୟାୟ

2-କିଷାନ ନ୍ୟାୟ

3-ଶ୍ରମିକ ନ୍ୟାୟ

4-ହିସେଦାରୀ(ଭାଗିଦାରୀ) ନ୍ୟାୟ

5-ଯୁବକ ଯୁବତୀ ନ୍ୟାୟ

ଏହା ମଧ୍ୟ ପଢନ୍ତୁ: ଏଥର କଂଗ୍ରେସ ଇସ୍ତାହାରରେ 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ! କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ହେଲା ମାନସ ମନ୍ଥନ

କେଉଁ ବିଷୟକୁ ନେଇ ଗ୍ୟାରେଣ୍ଟି: ହିସେଦାରୀ ନ୍ୟାୟ ଅଧିନରେ କଂଗ୍ରେସ ଜାତି ଗଣନା ଏବଂ ସଂରକ୍ଷଣର 50 ପ୍ରତିଶତ ସୀମାକୁ ରଦ୍ଦ କରିବାକୁ କଂଗ୍ରେସ ଏକ ଗ୍ୟାରେଣ୍ଟି ଦେଇଛି । କିଷାନ ନ୍ୟାୟ ଅଧିନରେ ଋଣ ଛାଡ, ଆୟୋଗ ଗଠନ ଏବଂ ଜିଏଟି ମୁକ୍ତ ପାଇଁ ପ୍ରତିଶ୍ରୁତି ଦେଇଛି । ଶ୍ରମିକ ନ୍ୟାୟ ଅଧିନରେ ଦୈନିକ 400 ଟଙ୍କା ମଜୁରୀ ଏବଂ ସହରରେ ରୋଜଗାର ନେଇ ଗ୍ୟାରେଣ୍ଟି ଦେଇଛି । ଏଥିସହିତ ନାରୀ ନ୍ୟାୟ ଅଧିନରେ ମହାଲକ୍ଷ୍ମୀ ଗ୍ୟାରେଣ୍ଟିକୁ ସ୍ଥାନ ଦିଆଯାଇଛି । ଗରିବ ପରିବାରର ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

କଂଗ୍ରେସର ଅଭିଯାନ: ଇସ୍ତାହାର ପ୍ରକାଶ କରିବା ପୂର୍ବରୁ କଂଗ୍ରେସ ଘର ଘର ଗ୍ୟାରେଣ୍ଟି ଅଭିଯାନ ଆରମ୍ଭ କରିଥିଲା । 14 ଟି ବିଭିନ୍ନ ଭାଷାରେ ମୁଦ୍ରିତ ଏହି କାର୍ଡକୁ କଂଗ୍ରେସ କର୍ମୀମାନେ ସମଗ୍ର ଭାରତରେ 8 କୋଟି ପରିବାରକୁ ବଣ୍ଟନ କରିବେ । ପ୍ରତ୍ୟେକ ଗ୍ୟାରେଣ୍ଟି କାର୍ଡରେ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ବାରା ଘୋଷିତ 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ବିଷୟରେ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.