ETV Bharat / bharat

ହ୍ବାଇଟ ପେପର ବନାମ ବ୍ଲାକ୍ ପେପର: ବିଜେପିର ଶ୍ବେତପତ୍ର ପ୍ରତିବାଦରେ କଂଗ୍ରେସର ନାରା '୧୦ ସାଲ୍ ଅନ୍ୟାୟ କାଲ୍' - କଂଗ୍ରେସ ଜାରି କଲା ବ୍ଲାକ ପେପର

Congress's Black Paper: ବିଜେପିର ଶ୍ବେତପତ୍ର ବିରୋଧରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଜାରି କରିଛନ୍ତି ବ୍ଲାକ ପେପର । ଅଧିକ ପଢନ୍ତୁ

Congress's Black Paper
Congress's Black Paper
author img

By ETV Bharat Odisha Team

Published : Feb 8, 2024, 1:13 PM IST

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନକୁ ଗୋଟିଏ ଦିନ ଅର୍ଥାତ 10 ତାରିଖ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହଂ ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ଶ୍ବେତପତ୍ର ଆଣିବେ କେନ୍ଦ୍ର ସରକାର । ଏନଡିଏ ସରକାରର ୧୦ ବର୍ଷ ଏବଂ ଗତ ୟୁପିଏ ସରକାରର ୧୦ ବର୍ଷ ଶାସନର ତୁଳନାତ୍ମକ ଚିତ୍ର ପ୍ରଦର୍ଶନ କରିବେ କେନ୍ଦ୍ର ସରକାର । ଅପରପକ୍ଷରେ ମୋଦି ସରକାରଙ୍କ ଶ୍ୱେତପତ୍ର ବିରୋଧରେ କଂଗ୍ରେସ ଜାରି କରିଛି ବ୍ଲାକ ପେପର ।

ମୋଦି ସରକାରଙ୍କ ଗତ 10 ବର୍ଷ କାର୍ଯ୍ୟକାଳ ଉପରେ ବିଜେପି ଆଣିବାକୁ ଯାଉଛି ହ୍ବାଇଟ ପେପର(ଶ୍ବେତ ପତ୍ର) । ତେବେ ଶାସକ ଦଳର ଏହି ହ୍ବାଇଟ ପେପର ବିପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବ୍ଲାକ ପେପର ଜାରି କରିଛନ୍ତି । ପ୍ରକାଶଥାଉକି ବିଜେପି ସରକାର ସମୟରେ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଏହି ଶ୍ବେତପତ୍ରରେ ଆଲୋକପାତ କରାଯିବ । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସମୟରେ ଦେଶର ଅର୍ଥନୀତି କିଭଳି ଦୁର୍ବଳ ରହିଥିଲା ଏବଂ ମୋଦି ସରକାର ସମୟରେ ଏଥିରେ କିଭଳି ପରବର୍ତ୍ତନ ଆସିଛି ଏହା ଶ୍ବେତପତ୍ରରେ ଦର୍ଶାଯିବ । ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭା ଏବଂ ଲୋକସଭାରେ ଉପସ୍ଥାପନ କରିବେ ।

ସେପଟେ ବ୍ଲାକ ପେପର ଜାରି କରି ମଲିକାର୍ଜୁନ ଖଡଗେ କହିଛନ୍ତି, "ଆମେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ବ୍ଲାକ ପେପର ଜାରି କରିଛୁ । ଶାସକ ଦଳ ସର୍ବଦା ଗୃହରେ ନିଜର ସଫଳତା ପ୍ରତିପାଦନ କରି ନିଜର ବିଫଳତାକୁ ଲୁଚାଇ ଥାଆନ୍ତି । ଯେତେବେଳେ ଆମେ ବିଫଳତା ଦର୍ଶାଉ, ସେତେବେଳେ ଆମକୁ ଗୁରୁତ୍ବ ଦିଆଯାଏ ନାହିଁ । ଆଜିର ବ୍ଲାକ ପେପର ଜାରି କରିବାର ମୁଖ୍ୟ ପ୍ରସଙ୍ଗ ହେଉଛି ବେକାରୀ, ଯାହା ଦେଶର ସବୁଠାରୁ ମୁଖ୍ୟ ପ୍ରସଙ୍ଗ ଅଟେ । ବିଜେପି ଏହି ପ୍ରସଙ୍ଗ ନେଇ କଦାପି ଆଲୋଚନା କରେ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ବିରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା; ଆତ୍ମସମୀକ୍ଷା କରନ୍ତୁ, ଏ ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ସେ ଆହୁରି ମଧ୍ୟ କହିଛନ୍ତି, "କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଭଳି ଅଣ ବିଜେପି ଶାସିତ ରାଜ୍ୟଗୁଡିକରେ ଭେଦଭାବ କରାଯାଉଛି । ଏଥିପାଇଁ ଆମକୁ ଏହି ପଦକ୍ଷେପ ନେବାକୁ ପଡିଲା । ଦେଶର ଗଣତନ୍ତ୍ର ବିପଦରେ ରହିଛି । ଗତ 10ବର୍ଷ ମଧ୍ୟରେ ବିଜେପି 411 ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଛି । ସେମାନେ ଗଣତନ୍ତ୍ରକୁ ଭ୍ରଷ୍ଟ କରୁଛନ୍ତି । "

ଶ୍ବେତପତ୍ର ଜାରି କରିବ ବିଜେପି: ସୂଚନା ଅନୁସାରେ, 2014 ପୂର୍ବରୁ ଏବଂ ପରେ ଦେଶର ଅର୍ଥନୀତୀର ସ୍ଥିତି ତୁଳନାକୁ ନେଇ ଏକ ଶ୍ବେତପତ୍ର ଉପସ୍ଥାପନ କରିବାକୁ ଯୋଜନା କରୁଛି ବିଜେପି । ତେବେ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି, "ଯଦି ବିଜେପି ସରକାର ଶ୍ବେତପତ୍ର ଆଣିବେ ଆମର ସେଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ମେହୁଲ ଚୋକସି ପତ୍ର ମଧ୍ୟ ଆଣିବା ଆବଶ୍ୟକ । କଣ ପାଇଁ ଆପଣଙ୍କ ସମୟରେ ବ୍ୟାଙ୍କ ଲୁଟ୍ ହେଉଛି ସେନେଇ ଜାଣିବାର ଆବଶ୍ୟକତା ରହିଛି । ଯେଉଁମାନେ ବ୍ୟାଙ୍କ ଲୁଟ କରି ବିଦେଶକୁ ଚାଲିଯାଇଛନ୍ତି, ତାଙ୍କ ସହିତ ଆପଣଙ୍କର କଣ ସମ୍ବନ୍ଧ ତାହା ଜାଣିବା ଆବଶ୍ୟକ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.