ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ନନ୍ଦେଡରୁ ଲୋକସଭା ସାଂସଦ ବସନ୍ତ ଚୌହାନଙ୍କର ପରଲୋକ ଘଟିଛି । ଆଜି ଭୋର ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । 69 ବର୍ଷୀୟ ବସନ୍ତ ଗତ କିଛି ମାସ ହେବ ବୃକକ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ଆଜି ପୈତୃକଗ୍ରାମ ନନ୍ଦେଡର ନାଇଁଗାଓଁରେ ତାଙ୍କ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି ।
Maharashtra Congress president Nana Patole tweets, " the news of the demise of a senior leader of congress party, mp of nanded lok sabha constituency vasantraoji chavan is very shocking. he always remained loyal to the congress party even in adverse conditions and brought the idea… pic.twitter.com/N6LliKpkq3
— ANI (@ANI) August 26, 2024
- ଆଜି ଭୋର ସମୟରେ ପରଲୋକ
ଜାତୀୟ ଖବର ସରବରାହ ସଂସ୍ଥା ‘PTI’ ପକ୍ଷରୁ ପ୍ରସାରିତ ସୂଚନା ଅନୁସାରେ, ଗତ ସପ୍ତାହେ ଧରି ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଆଜି ଭୋର ପ୍ରାୟ 4ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ଓ ଅନ୍ୟ ବରିଷ୍ଠ ଦଳୀୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି ।
- 90 ଦଶକରେ ପଞ୍ଚାୟତ ସ୍ତରରୁ ଆରମ୍ଭ କରିଥିଲେ ରାଜନୀତି:-
ନନ୍ଦେଡ ଜିଲ୍ଲାର ନାଇଗାଁଓରେ ଜନ୍ମିତ ବସନ୍ତ 90 ଦଶକରେ ରାଜନୀତିରେ ପ୍ରବେଶ କରିଥିଲେ । 1990 ରେ ସେ ପ୍ରଥମ ଥର ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢିଥିଲେ । 2002 ରେ ଜିଲ୍ଲା ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଜ୍ୟ ରାଜନୀତିରେ ମଧ୍ୟ ପାଦ ରଖିଥିଲେ । ସେହିବର୍ଷ ସେ ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ନାଇଁଗାଓଁରୁ ସେ 2002 ରେ ‘ଏମଏଲସି’ ଓ 2009-14 ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 20221-23 ମଧ୍ୟରେ ସେ ନନ୍ଦେଡ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ରହିଥିଲେ ।
- ବିଜେପି ସାଂସଦ ପ୍ରତାପ ପାଟିଲ ହରାଇଥିଲେ:
ଏଥର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ସମେତ ଏକାଧିକ ବରିଷ୍ଠ ନେତା କଂଗ୍ରେସ ଛାଡିଥିଲେ ସୁଦ୍ଧା ବସନ୍ତ ଏଥର ଲୋକସଭା ନିର୍ବାଚନରେ ବିଜୟୀ ହେବାରେ ସଫଳ ହୋଇଥିଲେ । ବିଜେପି ସାଂସଦ ପ୍ରତାପ ପାଟିଲ ଚିଖାଲିକାରଙ୍କୁ ପ୍ରାୟ 60 ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ବସନ୍ତ । ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । ପରେ ସେ ବୃକକ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଗତ କିଛି ସପ୍ତାହ ହେବ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ