ETV Bharat / bharat

ବାରଣାସୀ ଓ ଗଙ୍ଗାନଦୀ ପ୍ରତି ଥିବା ଉତ୍ତରଦାୟିତ୍ବକୁ ନେଇ ମୋଦିଙ୍କୁ କଂଗ୍ରେସର ସମାଲୋଚନା - Jayaram Ramesh Slams Pm Modi

author img

By PTI

Published : May 15, 2024, 9:57 AM IST

Jayaram Ramesh Slams Pm Modi: କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନମାମି ଗଙ୍ଗେ, ପୋଷ୍ୟ ଗ୍ରାମ, ଗାନ୍ଧୀ ସ୍ମୃତିକୁ ନେଇ ଅବହେଳାର ଅଭିଯୋଗ କରିଛି । ଅଧିକ ପଢନ୍ତୁ

Jayaram Ramesh Slams Pm Modi
Jayaram Ramesh Slams Pm Modi (ETV Bharat)

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାଣିତ ଆକ୍ରମଣ କରିଛି । କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଓ ଗଙ୍ଗା ନଦୀ ପ୍ରତି ଥିବା ଉତ୍ତରଦାୟିତ୍ବକୁ ନେଇ ପ୍ରଶ୍ନ କରିଛନ୍ତି । ରମେଶ ସୋସିଆଲ ମିଡିଆ ଏକସରେ ମୁଖ୍ୟତଃ ୩ ଟି ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଛନ୍ତି । ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ଗଙ୍ଗା ନଦୀ ଦିନକୁ ଦିନ କାହିଁକି ଦୂଷିତ ହେବାରେ ଲାଗିଛି ଓ ପ୍ରଧାନମନ୍ତ୍ରୀ ମୋଦି ପୋଷ୍ୟ ଗ୍ରାମ ଭାବେ ବାରଣାସୀର ଗାଁ ଗୁଡିକୁ ନେଇଥିବା ବେଳେ ଅଣଦେଖା କାହିଁକି କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ସହିତ ବାରଣାସୀରେ ଥିବା ଗାନ୍ଧୀଙ୍କ ବିରାସତ ବା ସ୍ମୃତିକୁ ଧ୍ବଂସ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ ପ୍ରତି ପ୍ରଶ୍ନ କରିଛନ୍ତି ଜୟରାମ ।

ଜୟରାମ କହିଛନ୍ତି, 'ଯେବେ ମୋଦି ୨୦୧୪ ରେ ବାରଣାସୀ ଆସିଥିରେ ସେତେବେଳେ ସେ ଗଙ୍ଗା ମାତା ତାଙ୍କୁ ଡାକିଛନ୍ତି ବୋଲି କହିବା ସହ ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନେଇ ଶପଥ କରିଥିଲେ । ପୂର୍ବରୁ ଥିବା ଅପରେସନ ଗଙ୍ଗାକୁ ବଦଳାଇ ନମାମି ଗଙ୍ଗେ ନାମକରଣ କରିଥିଲେ । ଦଶ ବର୍ଷ ପରେ ୨୦ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ପ୍ରଦୂଷଣର ସ୍ତର ୫୧ରୁ ବଢି ୬୬ ହୋଇଛି । ସେହିଭଳି ୭୧ ପ୍ରତିଶତ ମନିଟରି ଷ୍ଟେସନ ମଧ୍ୟ ଗଙ୍ଗାରେ କ୍ଷତିକାରକ ଓ ଆଣ୍ଟିବାୟୋଟିକ ପ୍ରତିରୋଧକ ବ୍ୟାକ୍ଟେରିଆ ବୃଦ୍ଧି ସମ୍ପର୍କରେ ରିପୋର୍ଟ ଦେଇଛନ୍ତି ।' ଦେଶର ଟିକସଦାତାଙ୍କର ୨୦ ହଜାର କୋଟି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜୟରାମ । ଏପରିକି ଏଥି ପାଇଁ ଦୁର୍ନୀତି ଓ କୁପରିଚାଳନା ଦାୟୀ। ବାରଣାସୀର ଲୋକର କିଭଳି ଗଙ୍ଗା ମାତାଙ୍କ ନାଁ ରେ ଜୁମଲା କରିଥିବା ଲୋକ ଉପରେ ଭରସା କରିପାରିବେ ବୋଲି କହିଛି ଜୟରାମ ।

ଏହା ମଧ୍ୟ ପଢନ୍ତୁ .... ‘ମା’ ଗଙ୍ଗା ମୋତେ କୋଳେଇ ନେଇଛି’: ବାରାଣସୀରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ - PM MODI FILES NOMINATION

ବାରଣାସୀ ସହରରର ଉପକଣ୍ଠରେ ୮ ଟି ଗାଁକୁ ମୋଦି ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ । କିନ୍ତୁ ମାର୍ଚ୍ଚ ୨୦୨୪ ରେ ଏକ ରିପୋର୍ଟ ଅନୁସାରେ ସ୍ମାର୍ଟ ସ୍କୁଲ, ଆବାସ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବଡ ବଡ ପ୍ରତିଶୃତି ଦେବା ସତ୍ତ୍ବେ ୧୦ ବର୍ଷ ରେ କିଛି ହୋଇ ନାହିଁ । ଡୋମରି ଗାଁରେ ପକ୍କା ଘର ନାହିଁ, ନାଗେପୁର ଗାଁରେ କଚ୍ଚା ସଡକ ରହିଛି । ଯୋଗାପୁର ଓ ଜୟାପୁରରେ ଦଳିତ ସମ୍ପ୍ରଦାୟ ପାଇଁ କୌଣସି ବି ଶୌଚାଳୟ କି ପାନୀୟ ଜଳ ବ୍ୟବସ୍ଥା ହୋଇ ନାହିଁ । ମୋଦିଙ୍କ ପୋଷ୍ୟ ଗ୍ରାମର ସ୍ଥିତି ଦେଖିଲେ ଜଣାପଡେ ଯେ ମୋଦି ନିଜର ଦାୟିତ୍ବ ଭୁଲି ଯାଇଛନ୍ତି । ଏହା କଣ ମୋଦି ଗ୍ୟାରେଣ୍ଟିର ଅସଲ ଚେହେରା ବୋଲି ପ୍ରଶ୍ନ କରିଛନ୍ତି ଜୟରାମ ।ସେ ଅଭିଯୋଗ କରିଛନ୍ତି ଯେ ସମସ୍ତେ ଜାଣନ୍ତି ମୋଦି ଗାନ୍ଧୀ ନୁହେଁ ଗଡସେଙ୍କ ଆଦର୍ଶର ଅନୁଗାମୀ । ଜାତିର ପିତାଙ୍କ ପ୍ରତି ଏତେ ଘୃଣା ଭାବ ଯେ ଆଚାର୍ଯ୍ୟ ବିନୋବା ଭାବେଙ୍କ ସର୍ବ ସେବା ସଂଘ କୁ ତଳିତଳାନ୍ତ କରୁଛନ୍ତି । ଯାହା ସହିତ ଦେଶର ଅନେକ ବରପୁତ୍ର ଜଡିତ ଥିଲେ ।

ବାରଣାସୀ ଷ୍ଟେସନକୁ ଲାଗି କରିଥିବା ୧୩ ଏକର ଜମିକୁ ରେଳ ବିଭାଗ ଅକ୍ତିଆର କରିବେଳେ ସେଠାରେ ଥିବା ଗାନ୍ଧୀ ବିଦ୍ୟା ସଂସ୍ଥାନକୁ ବାଦ ଦିଆଯାଇଛି କାରଣ ସେଠାରେ ଆରଏସଏସର ଅଧୀନରେ ଚାଲୁଛି । ବିଦେଶରେ ଗାନ୍ଧୀଙ୍କ ଆଦର୍ଶ ବଖାଣୁଥିବା ମୋଦି ଭାରତରେ କାହିଁକି ଗାନ୍ଧୀଙ୍କ ସହ ଜଡିତ ସ୍ମୃତି ବା ସ୍ମାରକୀକୁ ଧ୍ବଂସ କରୁଛନ୍ତି ବୋଲି କହିଛନ୍ତି ଜୟରାମ । ମୋଦିଙ୍କୁ ଗଡସେଙ୍କ ପ୍ରଂଶସା କରିବାକୁ ଖୋଲା ଆହ୍ବାନ ଦେଇଛନ୍ତି ଜୟରାମ ରମେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.