ETV Bharat / bharat

ଅଲିଗଡରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା, ଚାଷୀ ଆନ୍ଦୋଳନରୁ ନେଇ ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ

author img

By ETV Bharat Odisha Team

Published : Feb 25, 2024, 4:47 PM IST

Congress Bharat Jodo Nyaya Yatra in Aligarh: ଅଲିଗଡରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା । ବିଭିନ୍ନ ପ୍ରସଙ୍ଗରେ ସରକାରକୁ କଲେ ସମାଲୋଚନା । ଅଧିକ ପଢନ୍ତୁ

ଅଲିଗଡରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା, ଚାଷୀ ଆନ୍ଦୋଳନରୁ ନେଇ ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ ରାହୁଲ

ଲକ୍ଷ୍ନୌ: ଗତକାଲିଠାରୁ ଉତ୍ତର ପ୍ରଦେଶରେ ଆରମ୍ଭ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆଜି (ରବିବାର) ଅଲିଗଡରେ ପହଞ୍ଚିଛି । କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଯାତ୍ରାକୁ ସ୍ୱାଗତ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ଭଉଣୀ ତଥା ଦଳର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଉତ୍ତର ପ୍ରଦେଶ ପିସିସି ସଭାପତି ଅଜୟ ରାୟ, ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ ମଧ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଗତକାଲି ସନ୍ଧ୍ୟାରେ ବୁଲନ୍ଦଶହର ପାଣ୍ଡ୍ରାୱାଲରେ ଏହି ଯାତ୍ରା ଶେଷ ହୋଇଥିଲା । ଆଜି ସକାଳୁ ଏହା ପୁନଃଆରମ୍ଭ ହୋଇ ଅଲିଗଡରେ ପହଞ୍ଚିଛି । ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ରାହୁଲଙ୍କୁ ସାକ୍ଷାତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାହୁଲ ଓ ଏଏମୟୁ ଟିମ୍‌ ମଧ୍ୟରେ ଆଲୋଚନା ହୋଇଛି ।

'ବିଜେପି ସବୁକିଛି ଛଡ଼ାଇ ନେଇଛି': ଆଜି ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଅଗ୍ନିବୀର ଯୋଜନାକୁ କଡା ସମାଲୋଚନା କରିଛ କହିଛନ୍ତି, "ଯୁବକମାନେ ସେନାରେ ଯୋଗଦେବାକୁ ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସେନାରେ ଭର୍ତ୍ତି ପାଇଁ ମୋଦିଜୀ ଏକ ନୂଆ ଯୋଜନା ‘ଅଗ୍ନିବୀର’ ଆଣିଛନ୍ତି । ଅଗ୍ନିବୀର ଭାବେ ଭର୍ତ୍ତି ହୋଇଥିବା ଯୁବକ ଶହୀଦ ଦେଲେ କୌଣସି ଶହୀଦ ମାନ୍ୟତା ପାଇବନାହିଁ । ତାଙ୍କ ପରିବାରକୁ କୌଣସି ପେନସନ କିମ୍ବା ଅନ୍ୟ ସାହାଯ୍ୟ ମିଳିବନାହିଁ । ଏହା ଏକ ଲଜ୍ଜାଜନକ ବିଷୟ । ପୂର୍ବରୁ ଲକ୍ଷ ଲକ୍ଷ ଲୋକେ ସେନାରେ ଯୋଗ ଦେଇ ଦେଶର ସେବା କରୁଥିଲେ । ସେମାନେ ସମ୍ମାନ, ପେନସନ ଏବଂ କ୍ୟାଣ୍ଟିନ ସୁବିଧା ପାଉଥିଲେ । ହେଲେ ବର୍ତ୍ତମାନର ବିଜେପି ସରକାର ଏସବୁ ଛଡାଇ ନେଇଛି ।"

'ସରକାର ନିଜେ କରୁଛନ୍ତି ପେପର ଲିକ୍':- ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି, "ପରୀକ୍ଷାକୁ ନେଇ ଏବେ ନୂତନ ବ୍ୟବସାୟ ଆରମ୍ଭ ହୋଇଛି । ତୁମେ ଆଡମିଶନ କର, କୋଚିଂ ସେଣ୍ଟରରେ ଟଙ୍କା ଜମା କର, ପରୀକ୍ଷା ଦେବାକୁ ଯାଅ, ସେଠାରେ ମୋବାଇଲରେ ପ୍ରଶ୍ନପତ୍ର ମିଳିଯିବ । ପ୍ରକୃତ ଚାକିରି ଆଶାୟୀଙ୍କ ସହ ଏହା ହେଉଛି ଧୋକା । ସରକାର ନିଜେ ହିଁ ପେପର ଲିକ୍ କରୁଛନ୍ତି । ରୋଜଗାର ସୃଷ୍ଟି ହୋଇପାରିବ ନାହିଁ, କାରଣ ଆଦାନୀଙ୍କୁ ସବୁକିଛି ଦିଆଯାଇଛି । ଜିଏସଟି ଓ ବିମୁଦ୍ରୀକରଣ ନିଷ୍ପତ୍ତି ଦ୍ୱାରା ଏହି ଛୋଟ ବ୍ୟବସାୟୀମାନେ ଅସ୍ଥିତ୍ବ ହରାଇବା ପରି ସ୍ଥିତିକୁ ଆସିସାରିଲେଣି ।"

ଦେଶର କୃଷକ ଏବେ ରାଜରାସ୍ତାରେ: ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, "ବର୍ତ୍ତମାନର ସରକାର ଠାରୁ ଗରିବ ଶ୍ରେଣୀର ଲୋକମାନେ କ’ଣ ଲାଭ ପାଉଛନ୍ତି ? ଯୁବକମାନଙ୍କ ପାଇଁ ରୋଜଗାର ନାହିଁ । ଦେଶର ଚାଷୀ ଗତକାଲି ରାସ୍ତାରେ ବସିଥିଲେ, ଆଜି ମଧ୍ୟ ରାଜରାସ୍ତାରେ ବସିଛନ୍ତି । ଗତ ଆଠ ବର୍ଷ ମଧ୍ୟରେ ଆଖୁ ଦର ମାତ୍ର 55 ଟଙ୍କା ବୃଦ୍ଧି ପାଇଛି । ପନିପରିବା ମୂଲ୍ୟ କେତେ ବୃଦ୍ଧି ପାଇଛି ? ଜନତା ନିଜ ଭବିଷ୍ୟତକୁ ବିଚାର କରି ଭୋଟ୍ ଦେବାର ସମୟ ଆସିଛି ।"

ଏହା ମଧ୍ୟ ପଢନ୍ତୁ :- ମୋଦିଙ୍କ ମନ କି ବାତ୍‌ରେ କଳାହାଣ୍ଡି ଦମ୍ପତି, ‘ଗୋଟ୍‌ ବ୍ୟାଙ୍କ’କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

‘ଶିଳ୍ପପତିଙ୍କ ପାଇଁ 16 ହଜାର କୋଟି ଋଣ ଛାଡ’:ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ଦଳିତଙ୍କ ସଂଖ୍ୟା ବିଷୟରେ କହିଛନ୍ତି । ଭାରତରେ 50% ପଛୁଆ ଲୋକ, 15% ଦଳିତ, 15% ସଂଖ୍ୟାଲଘୁ ଓ 8% ଆଦିବାସୀ ହିଁ ଦେଶର ମୋଟ ଜନସଂଖ୍ୟାର ପ୍ରାୟ 90% । ମାତ୍ର ଦେଶର ବୃହତ୍ତମ କମ୍ପାନୀଗୁଡିକରେ 90% ବର୍ଗରୁ କେହି ମାଲିକ ନାହାନ୍ତି । ଆଜି କୌଣସି ବଡ ବ୍ୟବସାୟୀ ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ ଶ୍ରେଣୀର ନୁହଁନ୍ତି । ବର୍ତ୍ତମାନ ସରକାର ଶିଳ୍ପପତିମାନଙ୍କ ପାଇଁ 16 ଲକ୍ଷ କୋଟି ଟଙ୍କା ଛାଡ କରାଯାଇଛି । ହେଲେ ଚାଷୀ କିମ୍ବା ଅନ୍ୟ ବର୍ଗଙ୍କ ପାଇଁ ଋଣ ଛାଡ କରିନି ବିଜେପି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.