ETV Bharat / bharat

ରାଜ୍ୟସଭା ନିର୍ବାଚନ: 3 ରାଜ୍ୟ ପାଇଁ 6 ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ - Congress candidates for Rajya Sabha

Congress announces candidates for RS elections: 3 ରାଜ୍ୟ ପାଇଁ 6 ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । ପୂର୍ବାହ୍ନରେ ନାମାଙ୍କନ ଭରିଥିଲେ ସୋନିଆ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ: 3 ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

author img

By ETV Bharat Odisha Team

Published : Feb 14, 2024, 7:06 PM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତିନି ରାଜ୍ୟରେ 6 ଜଣଙ୍କୁ ପ୍ରାର୍ଥୀ କରିଛି ଦଳ । ଦକ୍ଷିଣରେ କଂଗ୍ରେସ ଶାସନରେ ଥିବା କର୍ଣ୍ଣାଟକରୁ 3 ପ୍ରାର୍ଥୀ, ତେଲେଙ୍ଗାନାରୁ 2 ଓ ମଧ୍ୟ ପ୍ରଦେଶରୁ ଜଣଙ୍କୁ ଟିକେଟ ଦେଇଛି ଦଳ । ଦଳର ବରିଷ୍ଠ ନେତା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଅଜୟ ମାକେନଙ୍କୁ କର୍ଣ୍ଣାଟକରୁ ଦଳ ପ୍ରାର୍ଥୀ କରିଛି । ସେହିପରି ଅଜୟଙ୍କ ବ୍ୟତୀତ ରାଜ୍ୟସଭା ସଦସ୍ୟ ଥିବା ସଏଦ ନାସିର ହୁସେନ ଓ ଜି.ସି ଚନ୍ଦ୍ରଶେଖର ମଧ୍ୟ କର୍ଣ୍ଣାଟକରୁ ପ୍ରାର୍ଥୀ ହୋଇଛନ୍ତି । ମଧ୍ୟ ପ୍ରଦେଶରୁ ଅଶୋକ ସିଂ ଟିକେଟ ପାଇଛନ୍ତି । ପୂର୍ବତନ ସାଂସଦ ରେଣୁକା ଚୌଧୁରୀ ଓ ଅନିଲ ଯାଦବଙ୍କୁ ତେଲେଙ୍ଗାନାରୁ ମୈଦାନକୁ ଓହ୍ଲାଇଛି ଦଳ । ଏଆଇସିସି ପକ୍ଷରୁ ପ୍ରେସରିଲିଜ ଜାରି କରାଯାଇ ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି ।

ବିଭିନ୍ନ ଦଳ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ନାମାଙ୍କନପତ୍ର ମଧ୍ୟ ପ୍ରାର୍ଥୀମାନେ ଭରିବା ମଧ୍ୟ ଜାରି ରଖିଛନ୍ତି । 15 ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 27 ତାରିଖ ପୂର୍ବାହ୍ନ 9 ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟିଂ ଶେଷ ହେବ । ସଂଧ୍ୟା ସୁଦ୍ଧା ଫଳାଫଳ ମଧ୍ୟ ସ୍ପଷ୍ଟ ହେବ । ରାଜ୍ୟ ବିଧାନସଭା ଗୁଡିକରେ ଏହି ଭୋଟିଂ ହେବାକୁ ଥିବା ବେଳେ ଏଥିରେ ବିଧାୟକମାନେ ମତାଧିକାର ସାବ୍ୟସ୍ତ କରିବେ ।

ରାଜ୍ୟସଭାରେ ଏବେ ମୋଟ 245 ସଦସ୍ୟ ରହିଛନ୍ତି । ଏହା ଲୋକସଭା ପରି ଭଙ୍ଗ ହୋଇନଥାଏ । ପ୍ରତି ଦୁଇବର୍ଷରେ ଗୃହର 33 ପ୍ରତିଶତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ସହ ନିର୍ବାଚନ ହୋଇଥାଏ । ଏମାନଙ୍କ ମଧ୍ୟରେ 233 ଜଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ 12 ଜଣଙ୍କୁ ବିଭିନ୍ନ କ୍ଷେତ୍ରରୁ ରାଷ୍ଟ୍ରପତି ମନୋନିତ କରିଥାନ୍ତି । କଳା, ସାହିତ୍ୟ, ସଂସ୍କୃତି, କ୍ରୀଡା, ଗବେଷଣା ଓ ସମାଜସେବା ପରି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରପତି ଉଚ୍ଚସଦନକୁ ମନୋନିତ କରିଥାନ୍ତି । ଚଳିତ ଥର 15 ରାଜ୍ୟରେ ମୋଟ 56 ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ମଧ୍ୟରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ଭେଟେରାନ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରୁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ଚଳିତ ନିର୍ବାଚନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଭେଟେରାନ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଭାରତୀୟ ଜନତା ପାର୍ଟି ଆଜି ନଡ୍ଡାଙ୍କ ନାମ ଗୁଜୁରାଟରୁ ଘୋଷଣା କରିଥିବା ବେଳେ ସୋନିଆ ଆଜି ରାଜସ୍ଥାନ ଜୟପୁରରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.