ETV Bharat / bharat

ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ, ନେଲେ ପିତାମାତାଙ୍କ ଆଶୀର୍ବାଦ - Kejriwal Returning Tihar Jail

author img

By ETV Bharat Odisha Team

Published : Jun 2, 2024, 3:53 PM IST

Kejriwal Returning Tihar Jail: ଆଜି ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ । ତିହାର ଜେଲରେ ଆତ୍ମସମର୍ପଣ ପୂର୍ବରୁ ନେଲେ ପିତାମାତାଙ୍କ ଆଶୀର୍ବାଦ । ଅଧିକ ପଢନ୍ତୁ

Kejriwal Returning Jail
Kejriwal Returning Jail (ETV Bharat Odisha)

ନୂଆଦିଲ୍ଲୀ: ସରିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଅବଧି । ଆଜି ତିହାର ଜେଲ ଫେରୁଛନ୍ତି କେଜ୍ରିୱାଲ । ୨୧ ଦିନିଆ ଜାମିନରେ ଆସିଥିଲେ କେଜ୍ରିୱାଲ । ଜାମିନ ଅବଧି ଶେଷ ପରେ ସେ ନିଜେ ଯାଇ ତିହାର ଜେଲରେ ସରେଣ୍ଡର କରିବେ ବୋଲି କୁହାଯାଉଛି । ଜେଲ ଫେରିବା ପୂର୍ବରୁ ସେ ପ୍ରଥମେ ମାତା ପିତାଙ୍କ ଆଶୀର୍ବାଦ ନେଇଛନ୍ତି । ଏହାପରେ କନାଟ ପ୍ୟାଲେସ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହାପରେ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିବେ କେଜ୍ରିୱାଲ ।

ଅପରାହ୍ନ ୪ ଟାରେ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିବେ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି, ନିର୍ବାଚନୀ ପ୍ରଚାର ପାଇଁ ୨୧ ଦିନ ଜାମିନରେ ଆସିଥିଲି । ସୁପ୍ରିମକୋର୍ଟଙ୍କ ନିକଟରେ ମୁଁ କୃତଜ୍ଞ ଯେ, ସେ ଏଥିପାଇଁ ମୋତେ ଅନୁମତି ପ୍ରଦାନ କରିଥିଲେ । ଅପରାହ୍ନ ୩ଟାରେ ଘରୁ ବାହାରି ପ୍ରଥମେ ରାଜଘାଟ ଯିବି । ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବି । ଏହାପରେ କନାଟ ପ୍ୟାଲେସ ସ୍ଥିତ ହନୁମାନ ମନ୍ଦିର ଯାଇ ଦର୍ଶନ କରିବି । ସେଠାରୁ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟ କରିବାକୁ ପାର୍ଟି ଅଫିସ ଯିବି । ଏହାପରେ ମୁଁ ତିହାର ଜେଲ ଫେରିବି । ଆପଣ ସମସ୍ତେ ନିଜର ଧ୍ୟାନ ରଖିବେ । ଜେଲରେ ଥାଇ ମଧ୍ୟ ମୁଁ ସେମିତି ଆପଣମାନଙ୍କ ବିଷୟରେ ଚିନ୍ତିତ ରହିବି । ଆପଣ ଖୁସି ରହିଲେ ଜେଲ ଭିତରେ ଆପଣଙ୍କ କେଜ୍ରିୱାଲ ମଧ୍ୟ ଖୁସି ରହିବ । ଜୟ ହିନ୍ଦ ।"

ଏହା ବି ପଢନ୍ତୁ...AAPକୁ ରାହୁଲ, କଂଗ୍ରେସକୁ ଭୋଟ ଦେଲେ କେଜ୍ରିଓ୍ବାଲ: ଜାଣନ୍ତୁ କାହିଁକି - Rahul Kejriwal Voting

ଗତ ଶୁକ୍ରବାର ମଧ୍ୟ କେଜ୍ରିୱାଲ ଏନେଇ ସୂଚନା ପ୍ରଦାନ କରିଥିଲେ । ତାଙ୍କର ଜାମିନ ଅବଧି ଶେଷ ହେଉଥିବାବେଳେ ସେ ରବିବାର ଆତ୍ମସମର୍ପଣ କରିବେ ବୋଲି ସୂଚନା ଦେଇଥିଲେ । ତେବେ କେଜ୍ରିୱାଲଙ୍କ ଜାମିନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ୯ ଥର ଇଡିର ନୋଟିସ ପରେ ମଧ୍ୟ ହାଜର ହୋଇନଥିଲେ କେଜ୍ରିୱାଲ । ଯାହାକି ଏକ ନକରାତ୍ମକ ସନ୍ଦେଶ ଦେଉଛି । କିନ୍ତୁ ସେ ଏବେବି ମୁଖ୍ୟମନ୍ତ୍ରୀ । ଏକ ରାଜନୈତିକ ଦଳ ସହ ଜଡିତ ଅଛନ୍ତି । ଯଦିଓ ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଅଛି, ସେ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତେଣୁ ସେ ୨୧ ଦିନ ବାହାରକୁ ଗଲେ କୌଣସି ଫରକ ପଡିବ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.