ETV Bharat / bharat

ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି: ସଂସଦ ସୁରକ୍ଷାରେ ନିୟୋଜିତ ହେବ CISF

author img

By ETV Bharat Odisha Team

Published : Jan 23, 2024, 10:46 PM IST

CISF to be deployed at Parliament soon: ସଂସଦ ଭବନର ସୁରକ୍ଷାରେ ନିୟୋଜିତ ହେବ ସିଆଇଏସଏଫ । ବଜେଟ ଅଧିବେଶନରୁ ଗ୍ରହଣ କରିପାରେ ସୁରକ୍ଷା ଚାର୍ଜ । ଅଧିକ ପଢନ୍ତୁ

ସଂସଦ ସୁରକ୍ଷାରେ ନିୟୋଜିତ ହେବ CISF
ସଂସଦ ସୁରକ୍ଷାରେ ନିୟୋଜିତ ହେବ CISF

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବ କେନ୍ଦ୍ରୀୟ ଉଦ୍ୟୋଗ ସୁରକ୍ଷା ବଳ (ସିଆଇଏସଫ) । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ସଂସଦ ପରିସରରେ ନିୟୋଜିତ ହେବା ପାଇଁ ସିଆଇଏସଏଫ ଅଧିକାରୀ ଓ ଯବାନମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପ୍ରାଥମିକ ଭାବେ 140 ସିଆଇଏସଏଫ ଅଧିକାରୀ ଓ ଯବାନ ଏହି ସୁରକ୍ଷାରେ ନିୟୋଜିତ ହେବେ । ସଂସଦ ମଧ୍ୟରୁ ପ୍ରବେଶ ପାସ ପାଇଥିବା ଭିଜିଟର ଓ ଅନ୍ୟ କର୍ମଚାରୀଙ୍କ ଚେକିଂ ଓ ଅନ୍ୟାନ୍ୟ ଏଣ୍ଟ୍ରି ପଏଣ୍ଟରେ ଏହି ଫୋର୍ସ ମୁତୟନ ହୋଇ ସୁରକ୍ଷା ଯାଞ୍ଚ କରିବ ।ତେବେ ଏଥିପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଚଳିତ ମାସ(ଜାନୁଆରୀ) 31 ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବଶନରେ ଏହି ଟିମ ସୁରକ୍ଷା ଦାୟିତ୍ବ ଗ୍ରହଣ କରିପାରେ ।

ଏବେ ସିଆଇଏସଏଫ ସମଗ୍ର ଦେଶରେ ମୋଟ 358 ପ୍ରତିଷ୍ଠାନରେ ସୁରକ୍ଷା ଯୋଗାଉଛି । ଏହା ସହ କେତେକ ବିଷିଷ୍ଟ ବ୍ୟକ୍ତିବିଶେଷଙ୍କ ସୁରକ୍ଷାରେ ମଧ୍ୟ ଏହି କେନ୍ଦ୍ରୀୟ ବଳର ଅଧିକାରୀ ଓ ଯବାନ ନିୟୋଜିତ ହୋଇଛନ୍ତି । ପୂର୍ବରୁ ସଂସଦ ଭବନର ସୁରକ୍ଷାରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଉପରେ ନ୍ୟସ୍ତ ଅଛି । ହେଲେ ସଂସଦ ଶୀତ ଅଧିବେଶନ ସମୟରେ ଲୋକସଭାରେ ଓ ସଂସଦ ବାହାରେ ହୋଇଥିବା ସରକ୍ଷା ବିଭ୍ରାଟ ପରେ ସଂସଦର ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏବେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି ।

ଏହା ମଧ୍ୟ ପଢନ୍ତୁ :- ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ

ଏହି କେନ୍ଦ୍ରୀୟ ବଳ କେନ୍ଦ୍ରୀୟ ଶିଳ୍ପ, ଉଦ୍ୟୋଗ୍ୟ ଓ ଭିତ୍ତିଭୂମିର ସୁରକ୍ଷା ପାଇଁ ପ୍ରତିଷ୍ଠା କରାଯାଇଥିଲା । ଏହା ଏବେ ଦେଶର ପ୍ରାୟ ସମସ୍ତ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର, ଶିଳ୍ପ, କାରଖାନା, ଖଣି ଓ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଅନ୍ୟ ସମସ୍ତ ଭିତ୍ତିଭୂମିର ସୁରକ୍ଷାରେ ନିୟୋଜିତ ରହିଛି । ସଂସଦ ସୁରକ୍ଷାରେ ବିଭ୍ରାଟ ପରେ ସଂସଦରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାର ବିଚାର ବିମର୍ଶ ଆରମ୍ଭ ହୋଇଥିଲା । ପରେ ଏହି ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ଦ୍ବାରା ଗୃହୀତ ହୋଇଥିଲା । ପୂର୍ବରୁ କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏବେ ଶିଳ୍ପ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଉ ଗୋଟିଏ କେନ୍ଦ୍ରୀୟ ଫୋର୍ସ ଏହାର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.