ETV Bharat / bharat

ଇନଷ୍ଟାଣ୍ଟ ନୁଡୁଲ୍ସ ଖାଇ ୬ ବର୍ଷୀୟ ଶିଶୁ ମୃତ, ୫ ଅସୁସ୍ଥ ! - Child dies after eating noodles

author img

By ETV Bharat Odisha Team

Published : May 12, 2024, 12:17 PM IST

Child dies after eating instant noodles: ଉତ୍ତରପ୍ରଦେଶରେ ନୁଡୁଲ୍ସ ଖାଇ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ବେଳେ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଟିମ ଘଟଣାର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

Uttar Pradesh death
Uttar Pradesh death (ETV Bharat)

ଲକ୍ଷ୍ନୌ: ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଉଥିଲେ ସାବଧାନ ! ଏହା ଆପଣଙ୍କ ପ୍ରତି ଘାତକ ସାଜିପାରେ । ଏଭଳିକି ନୁଡୁଲ୍ସ ଯୋଗୁଁ ଜୀବନ ମଧ୍ୟ ଯାଇପାରେ । କାରଣ ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ଜଣେ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ, ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ । ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ ନୁଡୁଲ୍ସ ଖାଇ ଶୋଇବାକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ ।

ଏହାମଧ୍ୟ ପଢନ୍ତୁ.. ଫାଷ୍ଟଫୁଡ ଖାଉଛନ୍ତି କି ସାବଧାନ ! ମାୟାନଗରୀରେ ଚାଲିଗଲା ଯୁବକଙ୍କ ଜୀବନ - Food Poison Case

ହେଲେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାମଧ୍ୟରେ ସୀମାଙ୍କ ୬ ବର୍ଷୀୟ ପୁଅ ରୋହନର ଖୁବ ଜୋରରେ ପେଟରେ ଯନ୍ତ୍ରଣା ହୋଇଥିଲା । ରୋହନ ପାଣି ପିଇ ତଳେ ଶୋଇପଡିଥିଲା । କିଛି ସମୟ ପରେ ରୋହନର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ କହିଛନ୍ତି । ତେବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରୁ ଶନିବାର ଦିନ ସେମାନଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ପୁରନପୁର ହସ୍ପିଟାଲର ଡାକ୍ତର ରାଶିଦଙ୍କ କହିଛନ୍ତି ଯେ, ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ପରିବାରର ଲୋକଙ୍କ କହିବାନୁଯାୟୀ, ସେମାନେ ସମସ୍ତେ ସେଦିନ ରାତିରେ ଭାତ ସହ କେବଳ ନୁଡୁଲ୍ସ ଖାଇଥିଲେ । ତେବେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.