ETV Bharat / bharat

ବିଳମ୍ବ କରୁଛନ୍ତି ରାଜ୍ୟପାଳ: ଘାରିଲା ‘ଅପରେସନ ଲୋଟସ’ ଭୟ - Jharkhand Governor

MLAs To Be Flown Out Of Ranchi: ରାଞ୍ଚିରେ ଏକାଠି ହେଲେ ଜେଏମଏମ ସମର୍ଥିତ ମେଣ୍ଟର ସମସ୍ତ ବିଧାୟକ । ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ

ବିଳମ୍ବ କରୁଛନ୍ତି ରାଜ୍ୟପାଳ, ରାଜ୍ୟ ବାହାରକୁ ଯାଇପାରନ୍ତି ଜେଏମଏମ ସମର୍ଥିତ ବିଧାୟକ

author img

By ETV Bharat Odisha Team

Published : Feb 1, 2024, 8:25 PM IST

Updated : Feb 1, 2024, 10:45 PM IST

ରାଞ୍ଚି: ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ପରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା କ୍ରମଶଃ ଜଟିଳ ହେବାରେ ଲାଗିଛି । ଗତକାଲି ଠାରୁ ଜେଏମଏମ ସରକାର ଗଠନ କରିବା ପାଇଁ ବାରମ୍ବାର ଦାବି କରିଆସୁଛି । ହେଲେ ଦାବିକୁ 24 ଘଣ୍ଟା ବିତିଥିବା ବେଳେ ରାଜ୍ୟପାଳ ଏହି ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି । ଫଳରେ ଘୋଡା ବେପାର ଭୟରେ ଜେଏମଏମ ଓ କଂଗ୍ରେସ ମେଣ୍ଟର ସମସ୍ତ 43 ବିଧାୟକ ଆଜି ରାଞ୍ଚିରେ ରହିଛନ୍ତି । ସମସ୍ତଙ୍କୁ ଏକ ଚାର୍ଟାର୍ଡ ଫ୍ଲାଇଟରେ ସମସ୍ତଙ୍କୁ ହାଇଦ୍ରାବାଦ ନିଆଯାଉଥିବା ସୂତ୍ରରୁ ସୂଚନା ରହିଥଇଲା । ତେବେ ବିମାନଟି ସ୍ୱଳ୍ପ ଦୃଶ୍ୟମାନ କାରଣରୁ ଉଡାଣ ଭରି ପାରିନାହିଁ ।

ଆଜି ଅପରାହ୍ନରେ ଜେଏମଏମ ନେତୃତ୍ବାଧୀନ ମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ସୋରେନ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ହେଲେ ତାଙ୍କୁ ଶପଥପାଠ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନାହିଁ । ଖୁବଶିଘ୍ର ତାଙ୍କ ନିବେଦନ ଉପରେ ରାଜଭବନ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ରାଜ୍ୟପାଳ କହିଥିଲେ । ସରକାର ଗଠନ କରିବା ପ୍ରକ୍ରିୟା ବିଳମ୍ବ ହେବା ସହ ରାଜ୍ୟରେ ଘୋଡା ବେପାର ଭୟ ମଧ୍ୟ ଜେଏମଏମକୁ ଘାରୁଛି । ଜେଏମଏମ-କଂଗ୍ରେସ ନେତୃତ୍ବାଧୀନ ମେଣ୍ଟର ସମସ୍ତ ବିଧାୟକଙ୍କୁ ସର୍କିଟ ହାଉସରେ ରଖାଯାଇଥିଲା । ସଂଧ୍ୟାରେ ସେମାନେ ବସ ଯୋଗେ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଜେଏମଏମ ନେତୃତ୍ବାଧୀନ ମେଣ୍ଟର ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ତାଙ୍କ ନିକଟରେ ମୋଟ 43 ବିଧାୟକଙ୍କ ସମର୍ଥନ ଥିବା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି । ସମସ୍ତ ବିଧାୟକ ସର୍କିଟ ହାଉସରେ ଥିବା ମଧ୍ୟ ସେ ଦାବି କରିଥିଲେ । ହେଲେ ଆବଶ୍ୟକ ସଂଖ୍ୟା ଥାଇ ମଧ୍ୟ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ନୂଆ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଜେଏମଏମ ବିଧାୟକମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜେଲ ଗଲେ ହେମନ୍ତ, କାଲି ଇଡିର ରିମାଣ୍ଡ ଆବେଦନ ଶୁଣାଣି

  • charset="utf-8">

ତେବେ ଆଜି ଦିନ ତମାମ ସମସ୍ତ 43 ବିଧାୟକ ରାଞ୍ଚିର ସର୍କିଟ ହାଉସରେ ଥିଲେ । ସଂଧ୍ୟାରେ ରାଜ୍ୟପାଳଙ୍କ ଠାରୁ ସରକାର ଗଠନ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନମିଳିବା ପରେ ସମସ୍ତଙ୍କୁ ହାଇଦ୍ରାବାଦ ନିଆଯାଉଥିବା ଜଣାପଡିଛି । ସେମାନେ ବ୍ୟକ୍ତିଗତ କାର ପରିବର୍ତ୍ତେ କଡା ସୁରକ୍ଷା ସଂଧ୍ୟାରେ ବସ ଯୋଗେ ବିମାନ ବନ୍ଦରରେ ପହଞ୍ଚିଥିଲେ । ଗଣମାଧ୍ୟମର ପ୍ରଶ୍ନରେ କେହି ନେତା ମୁହଁ ଖୋଲିନଥିଲେ । ହେଲେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ଗଠନ ହେବା ପର୍ଯ୍ୟନ୍ତ ସମସ୍ତ ବିଧାୟକଙ୍କୁ ବିଜେପି ପ୍ରଭାବରୁ ଦୂରରେ ରଖିବା ପାଇଁ କଂଗ୍ରେସଶାସିତ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ଏକ ଟାର୍ଟାର୍ଡ ଫ୍ଲାଇଟରେ ନିଆଯିବ । ରାଜ୍ୟପାଳ ଶପଥ ଗ୍ରହଣ ପାଇଁ ଡାକିବା ପର୍ଯ୍ୟନ୍ତ ସମସ୍ତ 43 ବିଧାୟକ ହାଇଦ୍ରାବାଦର କୌଣସି ହୋଟଲ କିମ୍ବା ରିସୋର୍ଟରେ ରହିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.