ETV Bharat / bharat

ହାଇଦ୍ରାବାଦରେ 'ଚଡି ଗ୍ୟାଙ୍ଗ୍‌' ଆତଙ୍କ, ଅଧରାତିରେ ସ୍କୁଲରୁ ଲୁଟିନେଲେ ପ୍ରାୟ 8 ଲକ୍ଷ

Chaddi Gang Robbery from School in Miyapur: ଅଧରାତିରେ ହାଇଦ୍ରାବଦର ଏକ ସ୍କୁଲରେ ଆତଙ୍କ ମଚାଇଲେ ଚଡି ଗ୍ୟାଙ୍ଗ । ଲୁଟିନେଲେ 7 ଲକ୍ଷ 85 ହଜାର ଟଙ୍କା । ଅଧିକ ପଢନ୍ତୁ

ହାଇଦ୍ରାବାଦରେ 'ଚଡି ଗ୍ୟାଙ୍ଗ୍‌' ଆତଙ୍କ
ହାଇଦ୍ରାବାଦରେ 'ଚଡି ଗ୍ୟାଙ୍ଗ୍‌' ଆତଙ୍କ
author img

By ETV Bharat Odisha Team

Published : Mar 18, 2024, 3:22 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଚଡି ଗ୍ୟାଙ୍ଗର ଆତଙ୍କ ସାମ୍ନାକୁ ଆସିଛି । ଚଡି ପିନ୍ଧି ଲୁଟ କରୁଛନ୍ତି ଲୁଟେରା । ରାତି ଅଧରେ ଏକ ସ୍କୁଲରୁ 7 ଲକ୍ଷ 85 ହଜାର ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରରେ ହିଁ ଭିଡିଓ ରେକର୍ଡ ହୋଇଛି ।

ପୋଲିସର କହିବା ଅନୁସାରେ, ଚଡି ପିନ୍ଧି ଦୁଇଜଣ ଚୋର ଶନିବାର ଅଧରାତିରେ ଏକ ସ୍କୁଲରୁ ଚୋରି କରିଥିଲେ । ଚଡି ପିନ୍ଧା ଚୋରମାନେ ହାଇଦ୍ରାବାଦ ମିୟାପୁରସ୍ଥିତ ଓ୍ବାଲ୍ଡ ଓ୍ବାନ ସ୍କୁଲକୁ ଟାର୍ଗେଟ କରିଥିଲେ । ଅଧରାତିରେ ସ୍କୁଲରେ ପ୍ରବେଶ କରି 7 ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ସାଇବର ଠକେଇ; ଫେକ୍ ଲିଗାଲ ନୋଟିସ ପଠାଇଲେ, 6 ଲକ୍ଷ ଲୁଟିନେଲେ

ତେବେ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଦୁଇ ଜଣ ଚୋର ଚଡି ପିନ୍ଧି ସ୍କୁଲରେ ପଶି ଚୋରି କରୁଥିବା ନଜର ଆସିଛନ୍ତି । ଚୋରମାନେ ପୋଷାକ ନପିନ୍ଧି କେବଳ ଚଡି ପିନ୍ଧିଥିବାବେଳେ ଚେହେରା ଢାଙ୍କି ଥିଲେ । ଏମାନେ ସ୍କୁଲ ଅଫିସର କ୍ୟାସ କାଉଣ୍ଟରରୁ ଚୋରି କରୁଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି । ତେବେ ସିସିଟିଭି ଯାଞ୍ଚ କରିବା ପରେ ଏହା ଚଡି ଗ୍ୟାଙ୍ଗର କାରନାମା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତେବେ ଏହି ଘଟଣା ପରେ ସ୍କୁଲ ମ୍ୟାନେଜମ୍ୟାଣ୍ଟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସ୍କୁଲରୁ 7 ଲକ୍ଷ 85 ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ଆଧାରରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଶୀଘ୍ର ଲୁଟ୍‌ର ଫର୍ଦ୍ଦାଫାସ କରାଯିବା ସହିତ ଚଡି ଗ୍ୟାଙ୍ଗ ଲୁଟେରା ଗିରଫ ହେବେ ବୋଲି କହିଛନ୍ତି ଥାନା ଅଧିକାରୀ ।

ତେବେ ଚୋରିର ଏଭଳି ଘଟଣା ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି । ବିହାରର ରାଜଧାନୀ ପାଟନାରୁ ମଧ୍ୟ ସାମ୍ନାକୁ ଆସିଥିଲା ଏଭଳି ଘଟଣା । ଚଡି ଗ୍ୟାଙ୍ଗ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଟାର୍ଗେଟ କରି ଚୋରି କରିଥିଲେ । ଚଡି ଗ୍ୟାଙ୍ଗ ଲୁଟେରାମାନେ 2 ଲକ୍ଷ ଟଙ୍କା ଚୋରି କରିଥିଲେ । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଦୃଶ୍ୟ କଏଦ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.