ETV Bharat / bharat

AIMIM Vs BJP, ମାଧବୀ ଲତାଙ୍କୁ Y+ ସୁରକ୍ଷା - Madhavi Latha

Centre grants Yplus category security to Madhavi Latha: ହାଇଦ୍ରାବାଦ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ Y+ ସୁରକ୍ଷା ଦେଲେ କେନ୍ଦ୍ର ସରକାର । ଏହା ରହିଛି କାରଣ

Madhavi Latha
Madhavi Latha
author img

By ETV Bharat Odisha Team

Published : Apr 8, 2024, 4:56 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଲୋକସଭା ନିର୍ବାଚନକୁ ଘୋଷଣା ହୋଇଛି ପ୍ରାର୍ଥୀ । ଭାରତୀୟ ଜନତା ପାର୍ଟି ପକ୍ଷରୁ କେ ମାଧବୀ ଲତାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇଦେବା ପାଇଁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ତେଲେଙ୍ଗାନା ପାଇଁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ପ୍ରକାଶଥାଉକି, ଚଳିତ ବର୍ଷ ହାଇଦ୍ରାବାଦ ଲୋକସଭା ନିର୍ବାଚନ ପାଇଁ ହାଇଭୋଲଟେଜ ଲଢେଇ ହେବ । AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ କେନ୍ଦ୍ର ସରକାରକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଆସଦୁଦ୍ଦିନ ଓୱେସି ହାଇଦ୍ରାବାଦ ଆସନରେ 40 ବର୍ଷ ଧରି ଶାସନ କରୁଥିବା ବେଳେ ଚଳିତ ବର୍ଷ ଏହି ଦୁର୍ଗ ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ବିଜେପି । ଗଡକୁ ଭାଙ୍ଗିବା ପାଇଁ ହାଇଦ୍ରାବାଦରୁ ବିଜେପି ଫାୟାର ବ୍ରାଣ୍ଡ ନେତ୍ରୀ ମାଧବୀ ଲତାଙ୍କୁ ହାଇଦ୍ରାବାଦରୁ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଛି । ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ମାଧବୀ କହିଥିଲେ, ସନାତନ ଧର୍ମକୁ ସୁରକ୍ଷା ଦେବା ପାଇଁ ବିଜେପି ମୋତେ ଯେଉଁ ଦାୟିତ୍ବ ଦେଇଛି, ତାହା କୌଣସି ଦ୍ବିଧାରେ ପୁରଣ ହେବ । " ଯଦି କହିବା ରାଜନୀତିରେ ନୂଆ ଚେହେରା ହୋଇଥିଲେ ମଧ୍ୟ ଓଓ୍ବେସିଙ୍କୁ କଡା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି ।

ଟିକେଟ ପାଇବା ପରେ ମାଧବୀ ଲତା ଦାବି କରି କହିଛନ୍ତି, "ଓଓ୍ବେସିଙ୍କୁ ନିଜ ଗଡରୁ ବହୁ ଭୋଟ ବ୍ୟବଧାନରେ ପରାସ୍ତ କରିବେ । 1.5 ଲକ୍ଷ ଭୋଟରେ ପରାସ୍ତ କରିବା ପରେ ତାଙ୍କୁ ସଂସଦରୁ ବାହାର କରିବି । ଗଣତନ୍ତ୍ରର ମନ୍ଦିରରେ ହାଇଦ୍ରାବାଦକୁ ପ୍ରତିନିଧିତ୍ୱ କରିବାକୁ ଯିବେ । ବର୍ତ୍ତମାନ ସୁଦ୍ଧା ଯେଉଁ ମୁଦ୍ଦା ନେଇ ସେ ବାଜି ମାରୁଛନ୍ତି, ଚଳିତ ଥର ତାଙ୍କର ଏହଂ ଭୋଟ୍ ବ୍ୟାଙ୍କ କାମ କରିବ ନାହିଁ । ଯଦି ହିନ୍ଦୁ ଭାଇ ଓ ଭଉଣୀମାନେ ଏକଜୁଟ ହୁଅନ୍ତି ତେବେ ତାଙ୍କୁ ଏହି ନିର୍ବାଚନ ଜିତିବା କଷ୍ଟସାଧ୍ୟ ହେବ ।"

ଏହା ମଧ୍ୟ ପଢନ୍ତୁ: କାଲି ଭୋଟ ଦେବ ତେଲେଙ୍ଗାନା: ଏଥର ତ୍ରିମୁଖୀ ଲଢ଼େଇ, ବିଜେପି ସାଜିବ ଗେମ୍ ଚେଞ୍ଜର୍ !

ପ୍ରଶଂସା କରିଥିଲେ ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଧବୀ ଲତାଙ୍କୁ ବହୁତ ପ୍ରଶଂସା କରିଥିଲେ । ରବିବାର ସୋସିଆଲ ମିଡିଆରେ କହିଛନ୍ତି ଯେ ମାଧବୀ ଲତା ଅସାଧାରଣ । ସେ ବହୁତ ଠୋସ୍ ପ୍ରସଙ୍ଗ ଉଠାଇଛନ୍ତି । ସେ ପୂର୍ଣ୍ଣ ତର୍କ ଏବଂ ଉତ୍ସାହ ସହିତ ନିଜର ମତ ପ୍ରକାଶ କରିଥିଲେ । ଏହି ବିଷୟରେ ମାଧବୀ କହିଛନ୍ତି ଯେ ମୋଦି ମୋତେ ଜାଣିଶୁଣି ଟିକେଟ ଦେଇଛନ୍ତି । ସେ ନିଶ୍ଚିତ ଯେ ମୁଁ ଓୱାଇସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବି । ଏହାଠାରୁ ଅଧିକ ସ୍ୱଚ୍ଛ ରାଜନୀତି କ’ଣ ହୋଇପାରେ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.