ହାଇଦ୍ରାବାଦ: ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସମ୍ବିଧାନ ହତ୍ୟା ଦିବସ' ପାଳନ କରାଯିବ ବୋଲି ବିଜେପି କହିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନେଇ ବିବାଦ ଘେରକୁ ଆସିଥିଲେ ଆଇରନ ଲେଡି । ନିକଟରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ମିଳିତ ଗୃହକୁ ସମ୍ବୋଧିତ ବେଳେ ରାଷ୍ଟ୍ରପତି ମଧ୍ୟ ଏହି ପ୍ରସଙ୍ଗ ଦୋହରାଇଥିଲେ । ‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
25 जून 1975 को तत्कालीन प्रधानमंत्री इंदिरा गाँधी ने अपनी तानाशाही मानसिकता को दर्शाते हुए देश में आपातकाल लगाकर भारतीय लोकतंत्र की आत्मा का गला घोंट दिया था। लाखों लोगों को अकारण जेल में डाल दिया गया और मीडिया की आवाज को दबा दिया गया। भारत सरकार ने हर साल 25 जून को 'संविधान… pic.twitter.com/KQ9wpIfUTg
— Amit Shah (@AmitShah) July 12, 2024
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ Xରେ ଉଲ୍ଲେଖ କରିଛନ୍ତି, "ନିଜର ଏକଛତ୍ରବାଦୀ ଶାସନ କରିବାକୁ ଯାଇ ଲୋକତନ୍ତ୍ରର ଗଳା ଚିପି ହତ୍ୟା କରାଯାଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଅକାରଣରେ ଜେଲରେ ପୁରାଇ ଦିଆଯାଇଥିଲା । ଗଣମାଧ୍ୟମର ସ୍ବର ଚାପି ଦିଆଯାଇଥିଲା । ତେଣୁ ଏଦି ଦିନକୁ ଭାରତ ସରକାର ପ୍ରତିବର୍ଷ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।" ସେପଟେ ଶାହଙ୍କ ଏହି ଟ୍ବିଟକୁ ରିଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି କଂଗ୍ରେସର ଦମନକାରୀ ପଦକ୍ଷେପକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।
25 जून को #SamvidhaanHatyaDiwas देशवासियों को याद दिलाएगा कि संविधान के कुचले जाने के बाद देश को कैसे-कैसे हालात से गुजरना पड़ा था। यह दिन उन सभी लोगों को नमन करने का भी है, जिन्होंने आपातकाल की घोर पीड़ा झेली। देश कांग्रेस के इस दमनकारी कदम को भारतीय इतिहास के काले अध्याय के रूप… https://t.co/mzQFdQOxZW
— Narendra Modi (@narendramodi) July 12, 2024
'ସମ୍ବିଧାନ ହତ୍ୟା ଦିବସ' ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ Xରେ ଲେଖିଛନ୍ତି, "ନରେନ୍ଦ୍ର ମୋଦି ଜୀ, ଆପଣଙ୍କ ସରକାର ଗତ ୧୦ ବର୍ଷ ଧରି 'ସମ୍ବିଧାନ ହତ୍ୟା ଦିବସ' ହିଁ ପାଳନ କରି ଆସୁଛି । ଗରିବ ବ୍ୟକ୍ତି ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ କରାଯାଉଛି । ଆପଣଙ୍କ ମୁହଁରେ ସମ୍ବିଧାନ ଶବ୍ଦ ଶୋଭାପାଉନି ।" ସେପଟେ ଏହାକୁ ରି-ଟ୍ବିଟ୍ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।
.@narendramodi जी,
— Mallikarjun Kharge (@kharge) July 12, 2024
पिछले 10 वर्षों में आपकी सरकार ने हर दिन “संविधान हत्या दिवस” ही तो मनाया है।
आपने देश के हर गरीब व वंचित तबके से हर पल उनका आत्मसम्मान छीना है।
▪️जब मध्य प्रदेश में भाजपा नेता आदिवासियों पर पेशाब करता है, या जब यूपी के हाथरस की दलित बेटी का पुलिस जबरन…
ଜରୁରୀକାଳିନ ସ୍ଥିତି କେବେ ଲାଗୁ ହେଲା?
1975 ମସିହା ଜୁନ 25 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଆଉ ଏହି ସମ୍ବୋଧନ ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା । ସାରା ଦେଶରେ ଜରୁରୀ ସ୍ଥିତି ଜାରି କରାଯାଉଥିବା ନେଇ ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶବାସୀଙ୍କୁ ଅବଗତ କରାଇଥିଲେ । ଏହି ଶବ୍ଦ ଶୁଣିବା ପରେ କ'ଣ ହେବାକୁ ଯାଉଛି ସେନେଇ ଦେଶବାସୀଙ୍କ ମନରେ ଭୟ ଘାରିଥିଲା ।
କାହିଁକି ଜରୁରୀକାଳିନ ସ୍ଥିତି ଲାଗୁ ହେଲା?
1966ରେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଇନ୍ଦିରା ଗାନ୍ଧୀ । 1969ରେ ଇନ୍ଦିରା ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିଲେ । ମାତ୍ର ତାଙ୍କ ସହ କଂଗ୍ରେସ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଇନ୍ଦିରାଙ୍କ ସମର୍ଥିତ ଗୋଷ୍ଠୀ କଂଗ୍ରେସ (ଆର) ଭାବରେ ନାମିତ ହେଲା । ଏହି ଗୋଷ୍ଠୀ ହିଁ 1971 ସାଧାରଣ ନିର୍ବାଚନରେ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଠନ କଲା । ନ୍ଦିରା ଗାନ୍ଧୀ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ନିଜ ପ୍ରତିଦ୍ବନ୍ଦ୍ବି ‘ସଂଯୁକ୍ତ ଦେଶ ପାର୍ଟି’ ପ୍ରାର୍ଥୀ ରାଜ ନାୟରାୟଣଙ୍କ ଠାରୁ ବିଜୟୀ ହୋଇଥିଲେ । ସରକାରୀ କଳ ଓ ଅର୍ଥ ଓ କ୍ଷମତାର ଦୂରୁପଯୋଗ ଅଭିଯୋଗ ପରେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । 6 ବର୍ଷ ଯାଏଁ ଇନ୍ଦିରା ଗାନ୍ଧୀ ନିର୍ବାଚନ ଲଢିବା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଥିଲେ । କୋର୍ଟଙ୍କ ରାୟ ପରେ ରାମଲୀଳା ମଇଦାନରେ ବିରୋଧୀଙ୍କ ରାଲି ସରକାରକୁ ଅଡୁଆ ଘେରକୁ ଟାଣିଥିଲା । ଯାହା ପରେ ଲାଗୁ ହେଲା ଏମରଜେନ୍ସି ।
ଏମରଜେନ୍ସି ଲାଗୁ ପରେ ସ୍ଥିତି କିପରି ଥିଲା?
ଜେଲ କୋଠରୀରେ ନଜର ଆସିଥିଲେ ତମାମ ବିରୋଧୀ ନେତା । ସ୍ବାଧୀନତା ପରେ ମଧ୍ୟ ୧୯୭୫ରୁ ୧୯୭୭ ଯାଏଁ ୨ ବର୍ଷ ଧରି ମୌଳିକ ଅଧିକାର ହରାଇଥିଲେ ଦେଶବାସୀ । ଜରୁରୀକାଳିନ ସ୍ଥିତି ଲାଗୁ କରିବା ଦ୍ବାରା ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା । ଏମରଜେନ୍ସି ସମୟରେ ବହୁ କ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲା । ଗଣମାଧ୍ୟମ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିବାବେଳେ ନାଗରିକଙ୍କ ସ୍ବାଧୀନତାକୁ ସତେ ଯେମିତି ଏକ ସୀମା ମଧ୍ୟରେ ଆବଦ୍ଧ କଲା ଭଳି ସ୍ଥିତି ଉପୁଜିଥିଲା ।
ଜରୁରୀକାଳିନ ସ୍ଥିତି ପରେ ଇନ୍ଦିରାଗାନ୍ଧୀଙ୍କ ପରାଜୟ:
ଦେଶରେ ଜରୁରୀକାଳିନ ସ୍ଥିତି ଲାଗୁ ହୋଇଥିବା ସମୟରେ ବିରୋଧୀ ଦଳର ବଡ଼ ବଡ଼ ନେତା ଜେଲରେ ଥିଲେ । ବିରୋଧୀ ଏକଜୁଟ ହୋଇ ରାଷ୍ଟ୍ରପତି ଭବନ ଘେରାଉ କରିଥିଲେ । ଯାହାପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏମରଜେନ୍ସି ହଟିବା ପରେ ୧୯୭୭ରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରାଗାନ୍ଧୀଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ସେ ରାଏବରେଲୀରୁ ପ୍ରାର୍ଥୀ ହୋଇଥିବାବେଳେ ପରାଜୟ ବରଣ କରିଥିଲେ ।
ଏହା ବି ପଢନ୍ତୁ...‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’: ସଂସଦର ମିଳିତ ଅଧିବେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି - PRESIDENT ADDRESS IN JOINT SESSION