ETV Bharat / bharat

୮ ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ; ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ - New Railway Projects Of Odisha

author img

By ETV Bharat Odisha Team

Published : Aug 9, 2024, 11:05 PM IST

New Railway Projects: ଓଡ଼ିଶାରେ ନିର୍ମାଣ ହେବାକୁ ୟାଉଛି 6ଟି ନୂଆ ରେଳ ଲାଇନ । ଆଜି ପ୍ରଧାନମନ୍ତ୍ରୀ ମୋଟ 8ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

New Railway Projects
New Railway Projects (ETV Bharat Odisha)

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ୬ ନୂଆ ରେଳ ପ୍ରକଳ୍ପ । ୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଞ୍ଜୁରୀ ମିଳିଛି । ଏନେଇ ପ୍ରେସମିଟ୍‌ରେ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ତେବେ ୮ଟି ମଧ୍ୟରୁ ୬ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ରହିଛି । ଯାହାକି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଏହାସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ଯୋଡ଼ିବ ବୋଲି ରେଳମନ୍ତ୍ରୀ କହିଛନ୍ତି ।

ଓଡ଼ିଶା ପାଇଁ ରେଳ ପ୍ରୋଜେକ୍ଟ:-

ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ, ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ନୂଆ ରେଳ ଲାଇନ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ୧୭୩ କିମି ନୂଆ ରେଳ ଲାଇନ୍ ହେବ। ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଡ଼ିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହା ସହ "ୱେଷ୍ଟର୍ଣ୍ଣ ଓଡ଼ିଶା ଓ ସାଉଥ୍ ଓଡ଼ିଶା' ମଧ୍ୟରେ ଏକ ପ୍ରକାରର ଯୋଗାଯୋଗ ହୋଇପାରିବ । ଯାହା ଫଳରେ ତେଲେଙ୍ଗାନା ଓ ଆନ୍ଧ୍ରାକୁ ଯୋଡ଼ି ଏକ ନୂଆ ରେଳ କରିଡ଼ର ହୋଇପାରିବ। ଏହା ଅର୍ଥନୀତି, ପର୍ଯ୍ୟଟନ, ଚାକିରି କ୍ଷେତ୍ରରେ, ଶକ୍ତି କ୍ଷେତରେ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ
ଓଡ଼ିଶା ପାଇଁ ୬ ରେଳ ପ୍ରକଳ୍ପ ମଞ୍ଜୁରୀ (PIB)

ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନୂଆ ରେଳ ଲାଇନ:-

ଅନ୍ୟପଟେ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଯେଉଁ ଆଦିବାସୀ ବହୁଳ କ୍ଷେତ୍ର ପାଇଁ ମଧ୍ୟ ଯୋଡ଼ି ହୋଇପାରିବ । ଏହାରି ମଧ୍ୟରେ କେନ୍ଦୁଝରର ବାଦାମ ପାହାଡର ନୂଆ ରେଳ ଲାଇନ ୮୨ କିଲୋମିଟର, ବାଙ୍ଗିରିପୋଷି ଗୋରମହିଷାଣି ନୂଆ ରେଳ ଲାଇନ ୮୫ କିଲୋମିଟର, ବୁରାମୁଲା ଚକୁଳିଆ ନୂଆ ଲାଇନ ୬୦ କିଲୋମିଟର । ଏହି ତିନୋଟି ପ୍ରୋଜେକ୍ଟ ଉତ୍ତର-ପୂର୍ବ ଅର୍ଥାତ ବେଙ୍ଗଲ, ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତର ପୂର୍ବ ରାଜ୍ୟ ଯୋଡ଼ି ହୋଇପାରିବେ । ଏମାନଙ୍କ ପାଇଁ ମଧ୍ୟ ଏକ କରିଡର କରାଯିବ ଯାହା ଇଷ୍ଟ କୋଷ୍ଟ ସହିତ ଯୋଡି ହୋଇପାରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ନୂଆ ରେଳ ଲାଇନ
ନୂଆ ରେଳ ଲାଇନ (PIB)

ଗଙ୍ଗା ଉପରେ ଦୁଇଟି ଲାଇନ:-

ନୂଆ ରେଳ ଲାଇନ
ନୂଆ ରେଳ ଲାଇନ (PIB)

ଏପଟେ ଝାଡ଼ଖଣ୍ଡ ଓ ବିହାରର ଗଙ୍ଗା ନଦୀ ଉପରେ ଦୁଇଟି ରେଳ ଲାଇନ ନିର୍ମାଣ କରାଯିବ । ଏଥିଲାଗି ୨୦୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ୮ଟି ପ୍ରୋଜେକ୍ଟରେ ରେଳ ୧୦୪୩ ମିଲିୟନ ଟନ କାର୍ଗୋ ରେଳ ମୋଡରେ ଆସିବ । ୭୬୭ କୋଟି କିଲୋଗ୍ରାମ କାର୍ବନ ଡାଇଅସ୍କାଇଡ ବଞ୍ଚିବ । ଏହି ପ୍ରୋଜେକ୍ଟ ସହ ୩୦ କୋଟି ଗଛ ବୃକ୍ଷରୋପଣ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.