ETV Bharat / bharat

କେନ୍ଦ୍ରର ବଡ଼ ନିଷ୍ପତ୍ତି: ଦିଲ୍ଲୀ ଭଳି ଜମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କୁ ମିଳିଲା ଅଖଣ୍ଡ କ୍ଷମତା - jk Reorganisation Act

author img

By ETV Bharat Odisha Team

Published : Jul 13, 2024, 6:07 PM IST

Centre Amends Jammu and Kashmir Reorganisation Act: ଦିଲ୍ଲୀ ଢାଞ୍ଚାରେ କାଶ୍ମୀର । ପ୍ରଶାସନିକ ବ୍ୟବସ୍ଥାରେ ନିର୍ବାଚିତ ସରକାରଙ୍କ ଠାରୁ କ୍ଷମତାଶାଳୀ ହେବେ ଉପରାଜ୍ୟପାଳ । 2019 ପୁନର୍ଗଠନ ଅଧିନିୟମକୁ ସଂଶୋଧନ କଲା କେନ୍ଦ୍ର । କଣ ରହିଛି ସର୍ତ୍ତାବଳୀ ପଢନ୍ତୁ ।

ଜମ୍ମୁ କାଶ୍ମୀରରେ ଉପରାଜ୍ୟପାଳ ଅଖଣ୍ଡ କ୍ଷମତାଶାଳୀ, ପୁନର୍ଗଠନ ଅଧିନିୟମକୁ ସଂଶୋଧନ କଲା କେନ୍ଦ୍ର
ଜମ୍ମୁ କାଶ୍ମୀରରେ ଉପରାଜ୍ୟପାଳ ଅଖଣ୍ଡ କ୍ଷମତାଶାଳୀ, ପୁନର୍ଗଠନ ଅଧିନିୟମକୁ ସଂଶୋଧନ କଲା କେନ୍ଦ୍ର (ETV Bharat Odisha)

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ପରି ଜମ୍ମୁ କାଶ୍ମୀରରେ ମଧ୍ୟ ଉପରାଜ୍ୟପାଳ ହେବେ ଅଖଣ୍ଡ କ୍ଷମତାର ଅଧିକାରୀ । ନିର୍ବାଚିତ ପ୍ରାଦେଶିକ ସରକାର ଠାରୁ ଅଧିକ ପ୍ରାଶାସନିକ କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ରହିବ । ଚଳିତବର୍ଷ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ହେବା ପୂର୍ବରୁ କେନ୍ଦ୍ର ସରକାର ଆଜି ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ -2019ରେ ଏହି ସଂଶୋଧନ କରିଛନ୍ତି । ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ-2019 ର ଧାରା-55 ଅନୁଯାୟୀ ସଂଶୋଧିତ ଅଧିନିୟମକୁ ଗୃହ ମନ୍ତ୍ରଣାଳୟ ଆଜି ସୂଚିତ କରିଛି ।

ସଂସଦରେ ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିମୟ ବିଲ 2019 ଅଗଷ୍ଟରେ ପାରିତ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ । ଏହା ଚଳିତବର୍ଷ ହେବା ନେଇ ସର୍ବାଧିକ ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ଏହି ସଂଶୋଧନ କରିଛି । ନିର୍ବାଚନ ପରେ ସରକାର ଗଠନ ହେଲେ, ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଅଧିକ କ୍ଷମତା ପାଇବେ । ଉପରାଜ୍ୟପାଳଙ୍କ ବିନା ଅନୁମତିରେ ନିର୍ବାଚିତ ସରକାର ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି କିମ୍ବା ବଦଳି କରିପାରିବେ ନାହିଁ । ଅର୍ଥାତ ପ୍ରଶାସନିକ ଭାବେ ଉପରାଜ୍ୟପାଳ ହିଁ ପ୍ରଦେଶରେ ମୁଖ୍ୟ ହେବେ । ନିର୍ବାଚିତ ସରକାରର ଅଧିକାର ଓ କ୍ଷମତା ପରିସର ସଙ୍କୁଚିତ ହେବ ।

ଜେ.କେ ପୁନର୍ଗଠନ ଅଧିନିୟମ-2019ର ଧାରା 55 ଅନୁଯାୟୀ ସଂଶୋଧିତ ନିୟମର କିଛି ଗୁରୁତ୍ବପୂର୍ଣ୍ଣ ବିନ୍ଦୁ

42-A- ପୋଲିସ, ପବ୍ଲିକ୍ ଅର୍ଡର, ସର୍ବଭାରତୀୟ ସେବା ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସମ୍ବନ୍ଧରେ ଅର୍ଥ ବିଭାଗର ପୂର୍ବ ସମ୍ମତି ଆବଶ୍ୟକ କରୁଥିବା କୌଣସି ପ୍ରସ୍ତାବକୁ ମୁଖ୍ୟ ସଚିବଙ୍କ ମାଧ୍ୟମରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ରାଜଭବନର ବିନା ସ୍ବୀକୃତିରେ ଏହାର କାର୍ଯ୍ୟାନ୍ବୟନ ସରକାର କରିପାରିବେ ନାହିଁ ।

42-B- ଅନୁସାରେ, ବିଚାର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷ ରଖିବା ପାଇଁ ଆଡଭୋକେଟ୍ ଜେନେରାଲ ଏବଂ ଅନ୍ୟ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପ୍ରସ୍ତାବ ମଧ୍ୟ ଉପରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ ହେବ । ମୁଖ୍ୟ ଶାସନ ସଚିବ ଏହି ପ୍ରସ୍ତାବ ଉପରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିବେ । ରାଜଭବନ ଏହା ଉପରେ ଅନୁମୋଦନ ଦେଲେ ଏହି ପ୍ରକ୍ରିୟା ଆଗକୁ ବଢିବ ।

ଓମାର ଅବଦୁଲ୍ଲାଙ୍କ ସମାଲୋଚନା:-

ଜମ୍ମୁ କାଶ୍ମୀରର ନେତାମାନେ କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି,‘‘ଜମ୍ମୁ କାଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବାର ଏହା ଆଉ ଏକ ଏକ ସଙ୍କେତ । ଜମ୍ମୁ କାଶ୍ମୀରବାସୀ ଏକ ଶକ୍ତିହୀନ, ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ ଅପେକ୍ଷା ଯୋଗ୍ୟ ମୁଖ୍ୟମନ୍ତ୍ରୀ ଚାହାନ୍ତି । ଏହି ନିୟମ କାର୍ଯ୍ୟକାରୀ ଫଳରେ ଜମ୍ମୁ କାଶ୍ମୀର ପ୍ରଶାସନରେ କିରଣୀ ନିଯୁକ୍ତି କରିବା ପାଇଁ ମଧ୍ୟ ସରକାରଙ୍କୁ ରାଜ୍ୟପାଳଙ୍କୁ ଅନୁରୋଧ କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ:- ୭ ରାଜ୍ୟର ଉପନିର୍ବାଚନ ଫଳାଫଳ; ହିମାଚଳରେ ଜିତିଲା କଂଗ୍ରେସ, ଜଳନ୍ଧରରେ ଆପ୍ ବିଜୟୀ - Assembly By Election Results 2024

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2019 ମସିହା ଅଗଷ୍ଟ 5 ତାରିଖରେ ଭାରତୀୟ ସମ୍ବିଧାନର ଧାରା 370 ଅନୁଯାୟୀ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରିଥିଲେ ମୋଦି ସରକାର । ଏହା ସହ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା ଜେ.କେ ଓ ଲଦାଖରେ ବିଭକ୍ତ କରାଯାଇଥିଲା । ଚଳିତଥର ପୁନର୍ଗଠନ ଅଧିନିୟମ ପାରିତ ହେବା ପରେ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଚଳିତବର୍ଷ କାଶ୍ମୀରକୁ ପୁଣି ରାଜ୍ୟ ପାହ୍ୟା ମିଳିବା ସହ ନିର୍ବାଚିତ ପ୍ରାଦେଶିକ ସରକାର ମଧ୍ୟ ମିଳିବ । ମାତ୍ର ତାହା ପୂର୍ବରୁ କେନ୍ଦ୍ର ସରକାର ଏହି ସଂଶୋଧନ ଆଣି ନିର୍ବାଚିତ ସରକାର ପରିବର୍ତ୍ତେ ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.