ETV Bharat / bharat

ମିସ ଇଣ୍ଡିଆ ଓ ଟପ୍ ଆଙ୍କରରୁ ସଂଖ୍ୟା ଲଘୁ କେତେ ? ପଚାରିଲେ ରାହୁଲ, 'ବାଲବୁଦ୍ଧି' କହି କଟାକ୍ଷ କଲେ ରିଜଜୁ - Bal Budhhi Swipe

author img

By ETV Bharat Odisha Team

Published : Aug 25, 2024, 9:13 PM IST

Kiran Rijiju Says Bal Budhhi To Rahul: ମିସ ଇଣ୍ଡିଆ ପ୍ରସଙ୍ଗକୁ ନେଇ ତୀବ୍ର ହୋଇଛି ରାଜନୀତି। ମିସ ଇଣ୍ଡିଆ ଓ ଟପ୍ ଆଙ୍କର ତାଲିକାରେ ସଂଖ୍ୟାଲଘୁ କେତେ ଜଣ ଅଛନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଆଉ ରାହୁଲଙ୍କ ପ୍ରଶ୍ନ ପରେ 'ବାଲ ବୁଦ୍ଧି' ବୋଲି କହି କଟାକ୍ଷ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜଜୁ । ପୂରା ଖବର ପଢନ୍ତୁ

Reservation Politics
Reservation Politics (ETV Bharat)

ନୂଆଦିଲ୍ଲୀ: ସଂରକ୍ଷଣ ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି । କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ମିସ୍ ଇଣ୍ଡିଆରୁ ଆରମ୍ଭ କରି ଆଙ୍କରଙ୍କ କଥା ଉଠାଇଛନ୍ତି ରାହୁଲ । ଏହାକୁ ନେଇ 'ବାଲ ବୁଦ୍ଧି' ବା ବାଳକ ବୁଦ୍ଧି କହି ରାହୁଲଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜଜୁ।

'Miss India ଲିଷ୍ଟରେ ନାହାନ୍ତି ସଂଖ୍ୟାଲଘୁ'

ରାହୁଲ ଅଭିଯୋଗ ଆଣିଛନ୍ତି, "ମୁଁ ଲିଷ୍ଟ ଯାଞ୍ଚ କରିସାରିଛି । ହେଲେ ମିସ ଇଣ୍ଡିଆ ଲିଷ୍ଟରେ ଦଳିତ, ଆଦିବାସୀ କିମ୍ବା ଅନ୍ୟ ପଛୁଆ ବର୍ଗଙ୍କ ନାଁ ନାହିଁ । ଏସବୁରେ କେଉଁ ପଛୁଆ ବର୍ଗର ମହିଳା ପ୍ରତିନିଧିତ୍ବ କରୁଥିବା ଦେଖିବାକୁ ମିଳିନାହିଁ । ଏପରିକି ଗଣମାଧ୍ୟମର ଟପ୍ ଆଙ୍କର ମଧ୍ୟ ଏହି ଶ୍ରେଣୀରେ ନାହାନ୍ତି । ଆମେ ଜାଣିବାକୁ ଚାହୁଁଛୁ ଯେ, ବଲିଉଡ ଓ ମିସ ଇଣ୍ଡିଆରେ 90 ପ୍ରତିଶତରୁ କେତେ ଜଣ ସାମିଲ ଅଛନ୍ତି? ଏହାର ଯାଞ୍ଚ ହେବା ଆବଶ୍ୟକ ।" ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ପ୍ରଶ୍ନ କରିଥିେଲ, "ସେମାନେ କହୁଛନ୍ତି ମୋଦି ଯାହାକୁ ଆଲିଙ୍ଗନ କଲେ ସେ ମହାଶକ୍ତିଶାଳୀ ହୋଇଯାଉଛନ୍ତି । ଯେତେବେଳେ 90 ପ୍ରତିଶତ ଲୋକଙ୍କର ଅଂଶଗ୍ରହଣ ହେଉନି ସେମାନେ ସୁପରପାୱାର ହେଲେ କିପରି ?"

କିରଣ ରିଜଜୁଙ୍କ କାଉଣ୍ଟର:

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ 'ସମ୍ବିଧାନ ସମ୍ମାନ ସମ୍ମିଳନୀ'ରେ ରାହୁଲ ଏଭଳି ମନ୍ତବ୍ୟ ଦେଇଥିଲେ। ଯାହାକୁ କାଉଣ୍ଟର କରି କିରଣ ରିଜଜୁ କହିଛନ୍ତି, "ଏବେ ସେମାନେ ମିସ ଇଣ୍ଡିଆ ପ୍ରତିଯୋଗିତା, ଫିଲ୍ମ, କ୍ରୀଡାରେ ବି ଆରକ୍ଷଣ ଚାହୁଁଛନ୍ତି । ଏହା କେବଳ ପିଲାଳିଆମି ମୁଦ୍ଦା । ଯିଏ ତାଙ୍କ ସମର୍ଥନ କରୁଛି ସେ ମଧ୍ୟ ସମାନ ଭାବରେ ଦାୟୀ । ସରକାର ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଚୟନ କରନ୍ତି ନାହିଁ । ଅଲମ୍ପିକ ପାଇ ଆଥଲେଟ୍ ଚୟନ କରନ୍ତି ନାହିଁ କି ଫିଲ୍ମ ପାଇଁ ଅଭିନେତା ଅଭିନେତ୍ରୀଙ୍କୁ ବାଛନ୍ତି ନାହିଁ ।"

ଏହା ବି ପଢନ୍ତୁ...ମହିଳାଙ୍କ ବିରୋଧୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ଦୋଷୀ ଯିଏ ବି ହେଉ ଛଡା ଯିବନି - PM Modi On Crime Against Women

ଏହା ବି ପଢନ୍ତୁ...‘ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପନ୍ନ କରିଛି’ - CM MOHAN TARGET CONGRESS

ପ୍ରଥମ ଆଦିବାସୀ ରାଷ୍ଟ୍ରପତି ପ୍ରସଙ୍ଗ:

କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ ଆହୁରି କହିଛନ୍ତି, "ଏଭଳି ବୟାନ ଦେଇ ରାହୁଲ ଗାନ୍ଧୀ ଆମ ଦେଶ ବିଭାଜନ କରିପାରିବେ ନାହିଁ । ତାଙ୍କୁ ରାଷ୍ଟ୍ରପତି, ଓବିସି ପ୍ରଧାନମନ୍ତ୍ରୀ, SC ST କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ଦେଖାଯାଉନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.