ETV Bharat / bharat

ମହୁଆଙ୍କ ବାସଭବନରେ CBI ରେଡ, ଟିଏମସି କହିଲା ପ୍ରତିଶୋଧର ରାଜନୀତି - CBI raid on Mahua Moitra residence - CBI RAID ON MAHUA MOITRA RESIDENCE

CBI raid on Mahua Moitra residence: କ୍ୟାସ ଫର କ୍ବାରୀ ମାମଲାରେ ମହୁଆଙ୍କ ବାସଭବନରେ ସିବିଆଇ ଚଢାଉ ଜାରି । ପୂର୍ବରୁ ଯାଇଥିଲା ସାଂସଦ ପଦ । ଅଧିକ ପଢନ୍ତୁ

ମହୁଆ ମୋଇତ୍ରାଙ୍କ ଗରେ CBI ରେଡ, ଟିଏମସି କହିଲା ପ୍ରତିଶୋଧର ରାଜନୀତି

author img

By ETV Bharat Odisha Team

Published : Mar 23, 2024, 10:54 PM IST

କୋଲକାତା: ନିର୍ବାଚନ ପୂର୍ବରୁ କ୍ୟାସ ଫର କ୍ବାରୀ ମାମଲାରେ ପୁଣି ସକ୍ରିୟ ହେଲା କେନ୍ଦ୍ରୀୟ ସଂସ୍ଥା । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ବାସଭବନରେ ଚଡାଉ କରିଛି । କୋଲକାତାରେ ଥିବା ମହୁଆଙ୍କ ବାସଭବନରେ ଆଜି ସର୍ଚ୍ଚ ଜାରି ରଖିଛନ୍ତି ସିବିଆଇ ଅଧିକାରୀ । କର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ମହୁଆଙ୍କ ଦଳ ତୃଣମୂଳ କଂଗ୍ରେସ ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହିଛି । କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଟିଏମସି ଅଭିଯୋଗ କରିଥିବା ବେଳେ ଏହାକୁ ଭାରତୀୟ ଜନତା ପାର୍ଟି ଖଣ୍ଡନ କରିଛି । ଆଇନ ତାର କାମ କରିବ ବୋଲି କହିଛି ବିଜେପି ।

ଗତବର୍ଷ (2023) ଶେଷ ଭାଗରେ ମହୁଆ ଏହି ମାମଲାରେ ଛନ୍ଦି ହୋଇଥିଲେ । ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ମହଙ୍ଗା ପଡିଥିଲା । ପରେ ତାଙ୍କୁ ସଂସଦ ସଦାଚାର କମିଟିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ କମିଟିର ସୁପାରିଶ କ୍ରମେ ସଂସଦରେ ଭୋଟିଂ ମାଧ୍ୟମରେ ତାଙ୍କ ଲୋକସଭା ସଦସ୍ୟତା ମଧ୍ୟ ରଦ୍ଦ କରିଦିଆ ଯାଇଥିଲା । ସେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରି ସଂସଦରେ ପ୍ରାୟୋଜିତ ପ୍ରଶ୍ନ ପଚାରିବା ଓ ନିଜର ସଂସଦୀୟ ଲଗଇନ ଡିଟେଲ୍ସ ମଧ୍ୟ ଅନ୍ୟ କିଛି ସହଯୋଗୀଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା । ଲୋକସଭା ସଦାଚାର କମିଟି ମହୁଆ, ହୀରାନନ୍ଦାନୀ ଓ ସର୍ବୋଚ୍ଚକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଡାକି ଜେରା ମଧ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ହଠାତ ବିଗିଡିଲା ଆନ୍ଧ୍ର ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି - Andhra Governor hospitalized

ସିବିଆଇ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ମହୁଆଙ୍କ ବିରୋଧରେ ମାମଲା ଦାଏର କରିଛି । ଆଜି ସଂସ୍ଥା ବାସଭବନରେ ପହଞ୍ଚି ଚଢାଉ ମଧ୍ୟ କରିଛି । ତେବେ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ଠିକ ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛି ମହୁଆଙ୍କ ଦଳ ଟିଏମସି । ଏହା କେବଳ ପ୍ରତିଶୋଧର ରାଜନୀତି ବୋଲି ଦଳ କହିଛି । ଟିଏମସି ଏଥର ମଧ୍ୟ ମହୁଆଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.