ETV Bharat / bharat

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ସହଯୋଗୀ ଅଧିକାରୀଙ୍କ ବିରୋଧରେ ଏତଲା ଦାଏର - Case Against Delhi Chief Secretary

author img

By ETV Bharat Odisha Team

Published : Apr 12, 2024, 6:45 AM IST

Case Against Delhi Chief Secretary: ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ନାମରେ ଦାଏର ହେଲା ଏତଲା । ଏକ ଘୋଟାଲା ମାମଲାରେ ପ୍ରମାଣ ଚୋରି କରିଥିବା ଅଭିଯୋଗ କରିଥିଲା ଉତ୍ତରାଖଣ୍ଡର ଏନଜିଓ ।

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ସହଯୋଗୀ ଅଧିକାରୀଙ୍କ ବିରୋଧରେ ଦାଏର ହେଲା ଏତଲା

ଡେରାଡୁନ: ଏକ ଘୋଟାଲା ମାମଲାରେ ତଥ୍ୟ ଓ ପ୍ରମାଣ ଚୋରି କରିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଓ ତାଙ୍କ କନିଷ୍ଠ ସହକର୍ମୀ ଅଧିକାରୀ ରାଜାଶେଖରଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଛି । ଉତ୍ତରାଖଣ୍ଡର ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଏତଲା ଦାଏର ହୋଇଥିବା ଜଣାପଡିଛି । ଏକ ଏନଜିଓ ଏହି ମାମଲାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ମାର୍ଚ୍ଚ ୨ ତାରିଖରେ କୋର୍ଟ ଏକ ଏନଜିଓ ଦ୍ବାରା ଦାଖଲ କରାଯାଇଥିବା ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ । ପ୍ଲିଜାଣ୍ଟ ଭ୍ୟାଲି ଫାଉଣ୍ଡେସନ ନାମକ ଏହି ବେସରକାରୀ ସଂଗଠନ ଏହି ଅଭିଯୋଗ ସହ ମାମଲା ଦାଏର କରିଥିଲା । ଏହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସ୍ୱୀକାର କରିବା ରାଜସ୍ୱ ପୋଲିସକୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୋଗର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କହିଥିଲେ । ‘ପ୍ଲିଜାଣ୍ଟ ଭ୍ୟାଲି ଫାଉଣ୍ଡେସନ’ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ, ଏହି ଅଧିକାରୀମାନେ ଫେବୃଆରୀ 14 ତାରିଖରେ ଦାଦାକଡା ଗ୍ରାମରେ ଏନଜିଓ ଦ୍ୱାରା ପରିଚାଳିତ ଏକ ସ୍କୁଲକୁ ଚାରିଜଣିଆ ଟିମ ପଠାଇଥିଲେ । ସେମାନେ ଏହି ଏନଜିଓର ଯୁଗ୍ମ ସଚିବଙ୍କ କାର୍ଯ୍ୟାଳୟରେ ବଳପୂର୍ବକ ପ୍ରବେଶ କରିବା ସହ ଭଙ୍ଗାରୁଜା କରିଥିଲେ । ଧମକ ଦେଇଏକାଧିକ ଫାଇଲ ଓ ଅନ୍ୟ ପ୍ରମାଣପତ୍ର ନେଇ ଚାଲିଯାଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଆଇପିସି ଧାରା 392 (ଡକାୟତି), 447 (ଅପରାଧିକ ଅପରାଧ), 120 ବି (ଅପରାଧିକ ଷଡଯନ୍ତ୍ର), 504 ଏବଂ 506 ରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ନିଯୁକ୍ତି ଅନିୟମିତତା ଅଭିଯୋଗରେ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବରଖାସ୍ତ - Kejriwals Private Secretary Sacked

ଏହା ମଧ୍ୟ ପଢନ୍ତୁ :- ED ପରେ ବାନ୍ଧିଲା CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା - K Kavitha Arrested By CBI

ଅନ୍ୟପଟେ ଗତକାଲି ମଦ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା ଲାଗିଛି । ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଗତକାଲି ପଦରୁ ବରଖାସ୍ତ କରାଯାଇଛି । ନିଯୁକ୍ତି ସମୟରେ ଅନିୟମିତତା ଓ ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ପଦରୁ ହଟାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.