ETV Bharat / bharat

ବେଙ୍ଗାଲୁରୁରେ ପ୍ରଶ୍ନପତ୍ର ଲିକ୍ ନେଇ ତାତି, ୨୩ରେ ହେବ ପିଏସଆଇ ପରୀକ୍ଷା

PSI Re-Exam Question Paper Leak: କର୍ଣ୍ଣାଟକରେ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଲିକକୁ ନେଇ ଆଶାୟୀଙ୍କ ଆନ୍ଦୋଳନ । ଆସନ୍ତା ୨୩ ଜାନୁଆରୀରେ ପରୀକ୍ଷା ହେବାକୁ ହୋଇଥିଲା ନିଷ୍ପତ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 21, 2024, 7:01 AM IST

ବେଙ୍ଗାଲୁରୁରେ ପ୍ରଶ୍ନପତ୍ର ଲିକ୍କୁ ନେଇ ତାତି, ଆସନ୍ତା ୨୩ରେ ହେବ ପିଏସଆଇ ପରୀକ୍ଷା

ବେଙ୍ଗାଲୁରୁ: ଗତ ଶୁକ୍ରବାର ଦିନ କର୍ଣ୍ଣାଟକରେ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ନେଇ ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ କରିଥିଲେ । ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଯୋଗୁଁ ପୁଣିଥରେ ଆସନ୍ତା ୨୩ ଜାନୁଆରୀରେ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଥିଲା । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ଚନ୍ଦ୍ର ଲେଆଉଟ ପୋଲିସ ଜଣେ ପୋଲିସ ସବ ଇନ୍ସପେକ୍ଟରକୁ ଗିରଫ କରି ପଚରାଉଚୁରା କରୁଛି ।

ପ୍ରଥମେ ପ୍ରଶ୍ନପତ୍ର ଲିକ ହେବା ପରେ ପିଏସଆଇ (ପୋଲିସ ସବ ଇନ୍ସପେକ୍ଟର) ନିଯୁକ୍ତିକୁ ପରେ କେନ୍ଦ୍ରୀୟ ଅପରାଧ ଶାଖା (ସିସିବି)କୁ ଦାୟିତ୍ବ ଦିଆଯାଇଥିଲା । ସିସିବି ପୋଲିସ ତଥାକଥିତ ପେପର ଲିକ ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହା ମଧ୍ୟରେ ଗୁଇନ୍ଦା ବିଭାଗରେ ଚାକିରୀ କରୁଥିବା ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କର ଏକ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେଣୁ ଏଥିପାଇଁ ପ୍ରଶ୍ନପତ୍ର ଲିକ ହେବା ଆଶଙ୍କାରେ ଚାକିରି ଆଶାୟୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ରଙ୍ଗନାଥସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

୨୩ ଜାନୁଆରୀକୁ ବେଙ୍ଗାଲୁରୁର ୧୧୭ଟି ପରୀକ୍ଷା କେନ୍ଦ୍ରରେ ପୋଲସି ସବ ଇନ୍ସପେକ୍ଟରର ନିଯୁକ୍ତି ପାଇଁ ପୁନଃ ପରୀକ୍ଷାକୁ ଧ୍ୟାନରେ ରଖି ପରୀକ୍ଷା କେନ୍ଦ୍ର ଏବଂ ତାର ଆଖପାଖ ୨୦୦ ମିଟରର ଅଂଚଳରେ ନିଷେଧ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ଏଥି ସହିତ ସହରର ପୋଲିସ କମିଶନର ବି ଦୟାନନ୍ଦ ବେଙ୍ଗାଲୁରୁ ସିଟି ପୋଲିସ କମିଶନରେଟ ଅନ୍ତର୍ଗତ ଆସୁଥିବା ସମସ୍ତ ପରୀକ୍ଷା କେନ୍ଦ୍ରଗୁଡିକରେ ନିଷେଧାଦେଶ ଜାରି କରିଛନ୍ତି ।

ପୋଲିସ ସବ ଇନିସପେକ୍ଟର ପରୀକ୍ଷା କେନ୍ଦ୍ର ଥିବା ସ୍ଥାନ ଏବଂ ତାହାର ଆଖପାଖ ଅଂଚଳରେ ସମସ୍ତ ଜେରକ୍ସ ଦୋକାନଗୁଡିକୁ ଆସନ୍ତା ୨୩ ଜାନୁଆରୀ ଦିନ ସକାଳ ୭ଟା ଠାରୁ ପରୀକ୍ଷା ପରିସମାପ୍ତି ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପୋଲିସ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କର୍ଣ୍ଣାଟକ ସରକାର ୨୩ ଡିସେମ୍ବର ୨୦୨୩ରେ ପ୍ରଶ୍ନପତ୍ର ଲିକ ହେବା ପରେ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିବାକୁ ଆଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.