ETV Bharat / bharat

ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ସିପି ରାଧାକ୍ରିଷ୍ଣନ

C P Radhakrishan Telangana Governor: ତାମିଲସାଇ ସୁନ୍ଦରାଜନଙ୍କ ଇସ୍ତଫା ପରେ ତେଲେଙ୍ଗାନାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ସିପି ରାଧାକ୍ରିଷ୍ଣନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 20, 2024, 2:31 PM IST

Updated : Mar 20, 2024, 3:45 PM IST

ସିପି ରାଧାକ୍ରିଷ୍ଣନ
ସିପି ରାଧାକ୍ରିଷ୍ଣନ

ହାଇଦ୍ରାବାଦ: ତେଲେଙ୍ଗାନାକୁ ମିଳିଲା ନୂଆ ରାଜ୍ୟପାଳ । ରାଜ୍ୟପାଳ ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ । ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସିପି ରାଧାକ୍ରିଷ୍ଣନଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ନୂଆ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ହାଇଦ୍ରାବାଦରେ ପହଞ୍ଚି ରାଜଭବନରେ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ପ୍ରକାଶଥାଉକି, ସିପି ରାଧାକ୍ରିଷ୍ଣନ ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିବା ବେଳେ, ସେ ତେଲେଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ହାଇକୋର୍ଟର ପ୍ରଧାନ ବିଚାରପତି ଆଲୋକ ଆର୍ଦ୍ଦେ ସିପି ରାଧାକ୍ରିଷ୍ଣନଙ୍କ ଶପଥ ଗ୍ରହଣକୁ ପରିଚାଳନା କରିଥିଲେ । ଝାଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ତେଲେଙ୍ଗାନାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯିବା ସହିତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇବେ । ତେବେ ସିପି ରାଧାକ୍ରିଷ୍ଣନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ଜନ ପ୍ରତିନିଧୀ ଯୋଗ ଦେଇଥିଲେ ।

ପ୍ରକାଶଥାଉକି, ତାମିଲସାଇ ସୁନ୍ଦରାଜନ ଗତ 18 ତାରିଖରେ ଇସ୍ତଫା ଦେଇଥିଲେ । କିନ୍ତୁ ଏହା ପଛର କାରଣ ନେଇ ସ୍ପଷ୍ଟ କରିନଥିଲେ । ଏହାରି ଭିତରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତେବେ ଆଜି ରାଧାକ୍ରିଷ୍ଣନ ଦାୟିତ୍ବ ନେବା ପରେ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରି ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ମାତୃଭୂମିର ସେବା କରିବା ପାଇଁ ମେତେ ଅତିରିକ୍ତ ଦାୟିତ୍ବ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ।"

ଏହା ମଧ୍ୟ ପଢନ୍ତୁ: ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ଲୋକସଭା ନିର୍ବାଚନ

ସିପି ରାଧାକ୍ରିଷ୍ଣନ ତାମିଲନାଡୁ ତିପୁପୁରର ବାସିନ୍ଦା । ସେ 4ମେ 1957ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିବିଏ (Bachelor of Business Administration) ରହିଛି । ତାମିଲନାଡୁର ବିକାଶ ପାଇଁ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଭାରତୀୟ ନଦୀକୁ ସଂଯୋଗୀକରଣ ପାଇଁ ଉଦ୍ୟମ କରିବା ସହିତ ଆତଙ୍କବାଦୀ ବିରୋଧୀ ଅଭିଯାନ କରିଥିଲେ । ଏହାରି ଭିତରେ 2023 ମସିହା ଫେବୃଆରୀ 18 ତାରିଖରେ ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ତେବେ ବର୍ତ୍ତମାନ ତାଙ୍କୁ ତେଲେଙ୍ଗାନା ଏବଂ ପୁଡୁଚେରୀରର ଅତିରିକ୍ତ ଦାୟିତ୍ବ ମିଳିଛି ।

ତାମିଲନାଡୁର କୋଏମ୍ବାଟୁର ଲୋକସଭା ଆସନରୁ ଦୁଇଥର ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । 2016ରୁ 2019 ମସିହା ପର୍ଯ୍ୟନ୍ତ ଅଲ ଇଣ୍ଡିଆ କୋୟାର ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ । ପୂର୍ବରୁ ତାମିଲନାଡୁର ଜଣେ ବିଜେପି ନେତା ଭାବେ ସେ ବେଶ୍ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2024, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.