ETV Bharat / bharat

ଆଜିଠୁ ସଂସଦର ବଜେଟ ଅଧିବେଶନ; ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ, କାଲି ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ - Budget session 2024

author img

By ETV Bharat Odisha Team

Published : Jul 22, 2024, 7:26 AM IST

Budget session 2024: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ । ଆଜିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଅଧିକ ପଢନ୍ତୁ

Budget Session
Budget Session (ETV BHARAT ODISHA)

ନୂଆଦିଲ୍ଲୀ: ଆଜିଠୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ । ଏହାପରେ ଆସନ୍ତାକାଲି 2024-25 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ସପ୍ତମ ଥର ପାଇଁ ସଂସଦରେ ବଜେଟ ପେଡି ଖୋଲିବାକୁ ଯାଉଛନ୍ତି ନିର୍ମଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ଅଧିବେଶନ ହେବ । ଯାହା ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ । ବଜେଟରେ କେଉଁ କେଉଁ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆୟାଉଛି ତାହା ଉପରେ ସମସ୍ତଙ୍କ ନଜର । ରେକର୍ଡ ସପ୍ତମ ଥର ପାଇଁ ସାଧାରଣ ବଜେଟ ଆଗତ କରିବେ ସୀତାରମଣ ।

ଏହି ପ୍ରସଙ୍ଗରେ କମ୍ପିବ ଗୃହ: ଏଥର ବଜେଟ ଅଧିବେଶନରେ ପ୍ରଶ୍ନକାଳରେ କମ୍ପିବ ଗୃହ । ମାଳମାଳ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ। ସଂସଦରେ ନିଟ-ୟୁଜି, ପ୍ରଶ୍ନପତ୍ର ଲିକ, ଜମ୍ମୁକାଶ୍ମୀରେ ଆତଙ୍କବାଦୀ ଆକ୍ରମଣ, ମଣିପୁର ହଂସା, କାଉଡିଆ, ଅଗ୍ନିବୀର ଯୋଜନା ପରି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନବାଣରେ ଘେରିବେ ବିରୋଧି । ସେପଟେ ପ୍ରତି ଆକ୍ରମଣ ପାଇଁ ମଧ୍ୟ କେନ୍ଦ୍ର ସରକାର ତୟାର ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବଜେଟ 2024-25; ବଢିପାରେ ଆୟକର ଛାଡ ସୀମା, ମଧ୍ୟବିତ୍ତଙ୍କୁ ଖୁସି କରିବେ ଅର୍ଥମନ୍ତ୍ରୀ ! - Union Budget 2024

ସର୍ବଦଳୀୟ ବୈଠକ: ବଜେଟ ଅଧିବେଶନ ପୂର୍ବରୁ ଗତକାଲି ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେନେଇ ସରକାର ସମସ୍ତଙ୍କ ଦଳ ଗୁଢିକର ସହଯୋଗ ଲୋଡିଥିଲେ । କେବଳ ଟିଏମସିକୁ ଛାଡି ଦେଲେ କଂଗ୍ରେସ, ଆପ୍‌, ଓ୍ବାଇଏସଆ, ବିଜେଡି ସମେତ ମୋଟ 44ଟି ଦଳର 55 ନେତା ଏଥିରେ ସାମିଲ ହୋଇଥିଲେ । ବୈଠକେର ଲୋକସଭା ଉପବାଚସ୍ପତି ପଦ ଦାବି କରିଥିଲା କଂଗ୍ରେସ । ଏଥିସହ ଲୋକସଭାରେ ନିଟ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା । ସେପଟେ ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟାତା ଦେବାକୁ ଜେଡିୟୁ ଓ ଓ୍ବାଇଏସଆରସିପି ଦାବି କରିଥିବା ଗଣମାଧ୍ୟମକୁ କହିଥିଲେ କଂଗ୍ରେସ ନେତା ଜୟରାମ ରମେଶ

ସାଧାରଣ ନିର୍ବାଚନ ଥିବାରୁ ଫେବୃଆରୀ 1ରେ କେନ୍ଦ୍ର ଅର୍ଥମନ୍ତ୍ରୀ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ । ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କ ପାଇଁ କିଛି ବଡ ଘୋଷଣା କରିବା ନେଇ ଆଶା କରାଯାଉଛି । ଜୁନ 23ରୁ ଅଷ୍ଟାଦଶ ଲୋକସଭାରେ ପ୍ରଥମ ଅଧିବେଶନ ବସିଥିଲା । ଏଥିରେ ନିଟ୍-ୟୁଜି ପେପର ଲିକ, ମଣିପୁର, ଅଗ୍ନିବୀର ଯୋଜନା ଇତ୍ୟାଦି ପ୍ରସଙ୍ଗକୁ ନେଇ ମୋଦି ସରକାରକୁ ଘେରିଥିଲେ ବିରୋଧୀ । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.