ETV Bharat / bharat

ଟିଭି ଚ୍ୟାନେଲକୁ ଫୋନ ଆସିଲା, ଆମେ ଚେନ୍ନାଇ ସଚିବାଳୟକୁ ବୋମାରେ ଉଡାଇଦେବୁ

Bomb Threat To Chennai Secretariat: ଚେନ୍ନାଇ ସଚିବାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । କେହି ଜଣେ ଅଜଣା ବ୍ୟକ୍ତି ଟିଭି ଚ୍ୟାନେଲକୁ ଫୋନ କରି ଏହି ଧମକ ଦେଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 1, 2024, 1:29 PM IST

ଚେନ୍ନାଇ: ପୁଣି ଚେନ୍ନାଇରେ ବୋମା ବିସ୍ଫୋରଣ ଧମକ । ଏଥର ଚେନ୍ନାଇ ସଚିବାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । କେହି ଜଣେ ଅଜ୍ଞାତ ବ୍ୟକ୍ତି ତାମିଲନାଡୁର ଏକ ଟିଭି ଚ୍ୟାନେଲକୁ କଲ୍ କରି ସଚିବାଳୟରେ ବୋମା ଖଞ୍ଜା ଯାଇଥିବା କହିଛି । ଏହି ଧମକପୂର୍ଣ୍ଣ କଲ୍ ପରେ ସଚିବାଳୟରେ ଭୟର ବାତାବରଣ ଖେଳିଯାଇଛି । ରାଜ୍ୟ ପୋଲିସ ବିଭାଗ ଆଲର୍ଟ ମୋଡକୁ ଆସିବା ସହ ସ୍ନିଫର କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ସହିତ ଘଟଣାସ୍ଥଳରେ ଟିକିନିକ ଛାନଭିନ କରିଛି ।

ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ଏକ ଘରୋଇ ଟିଭି ଚ୍ୟାନେଲକୁ ଫୋନ କରି ସଚିବାଳୟରେ ବୋମା ଖଞ୍ଜା ହୋଇଥିବା କହିଥିଲା । ଏନେଇ ଟିଭି ଚ୍ୟାନେଲ ସଙ୍ଗେ ସଙ୍ଗେ ପୋଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲା । ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ ଓ ସ୍ନିଫର ଡଗ୍ ସହ ପୋଲିସ ଟିମ ସଚିବାଳୟରେ ପହଞ୍ଚି କୋଣ ଅନୁକୋଣରେ ଟିକିନିକ ଯାଞ୍ଚ କରିଛି । ସହକାରୀ ପୋଲିସ କମିଶନରଙ୍କ ନେତୃତ୍ୱରେ ଟିମ୍ ମନ୍ତ୍ରୀଙ୍କ ରୁମ, ଅଧିକାରୀଙ୍କ ରୁମ, ବିଧାନସଭା ହଲ, ପାର୍କିଂ ଅଞ୍ଚଳ ସହ ପୁରା ସଚିବାଳୟ ଛାନଭିନ୍ କରିଛି । ତେବେ ଏବେ ଯାଏଁ ସେଠାରୁ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିବା ନେଇ କୌଣସି ସୂଚନା ହସ୍ତଗତ ହୋଇନି ।

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଧମକ

ଏହା ମଧ୍ୟ ପଢନ୍ତୁ: ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର

ବାରମ୍ବାର ଚେନ୍ନାଇରେ ବୋମା ବିସ୍ଫୋରଣର ମିଛ ଧମକ ମିଳୁଛି । କେତେବେଳେ ସ୍କୁଲ ତ ଆଉ କେତେବେଳେ ସରକାରୀ ପ୍ରତିଷ୍ଠାନ । ଏଇ କିଛି ଦିନ ତଳେ ଚେନ୍ନାଇ ସହରର ୧୩ଟି ଘରୋଇ ସ୍କୁଲରେ ବୋମା ଖଞ୍ଜା ଯାଇଥିବା ନେଇ ଧମକ ଆସିଥିଲା । ଧମକ ଦେଇଥିବା ବ୍ୟକ୍ତି ବୋମାରେ ସେହି ସ୍କୁଲ ଗୁଡିକୁ ଉଡାଇ ଦେବାକୁ କହିଥିଲା । କିନ୍ତୁ ବହୁ ଖୋଜାଖୋଜି ପରେ ବି ସ୍କୁଲଗୁଡିକରୁ ସେମିତି କିଛି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା । ତେବେ କିଏ ଏହି ଧମକପୂର୍ଣ୍ଣ ମେସେଜ କରିଥିଲା ସେନେଇ କିଛି ଜଣାପଡିନି । ଏବେ ସଚିବାଳୟରେ ବୋମା ବିସ୍ଫୋରଣ ଧମକ ପରେ ପୋଲିସ ଏହି ଦୁଇଟି ଯାକ ଘଟଣାର ତଦନ୍ତ କରୁଛି । ଏଥିସହ ଆଖପାଖରେ କୌଣସି ସନ୍ଦେହଜନକ ଗତିବିଧି ଦେଖିବାକୁ ମିଳିଲେ ତୁରନ୍ତ ସଜାଗ ହେବା ସହ ପୋଲିସକୁ ଖବର ଦେବାକୁ ସାଧାରଣ ଲୋକଙ୍କୁ ଅପିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.