ETV Bharat / bharat

କାନ୍ଥ ଗ୍ରୀଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି - Faridabad Haryana

Body Of Newborn Found Stuck On Wall Grille: କାନ୍ଥରେ ଥିବା ଏକ ଗ୍ରୀଲରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ହରିଆଣା
ହରିଆଣା
author img

By ETV Bharat Odisha Team

Published : Mar 3, 2024, 2:17 PM IST

ଚଣ୍ଡିଗଡ଼: ମଣିଷ ସାଜିଲା ଅମଣିଷ । ହରିଆଣାରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଫରିଦାବାଦ ଅଜରୋନ୍ଦା ଗ୍ରାମର ସେକ୍ଟର 15Aର ଅଫିସ କଲୋନୀରେ ନବଜାତ ଶିଶୁକୁ ଘର ଉପରୁ ତଳକୁ ଫିଙ୍ଗି ଦିଆଯାଇଥିବା ବେଳେ ନବଜାତ ଶିଶୁ କାନ୍ଥରେ ଥିବା ଏକ ଗ୍ରୀଲରେ ଅଟକି ଯାଇ ମୃତ୍ୟୁବରଣ କରିଛି । ତେବେ ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ଦେଖି ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କିଏ ଓ କାହିଁକି ଏଭଳି କାଣ୍ଡ କରିଛି ସେନେଇ ଛାନଭିନ ଚଳାଇଛି । ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଗ୍ରୀଲରେ ଅଟକି ରହିଥିଲା ନବଜାତ ଶିଶୁର ମୃତଦେହ: ତେବେ ସ୍ଥାନୀୟ ଲୋକେ ଗ୍ରିଲରେ ଅଟକି ଥିବା ଛୁଆକୁ ଦେଖିବା ପରେ ଏନେଇ ସେକ୍ଟର 15A ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରିଲରେ ଲାଗିଥିବା ନବଜାତ ଶିଶୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫରିଦାବାଦ ସିଭିଲ ହସ୍ପିଟାଲକୁ ପଠାଇଥିଲେ । ଅମାନବୀୟ ଭାବରେ ଯିଏ ଏଭଳି କାଣ୍ଡ ଘଟାଇଛି ତାକୁ ତୁରନ୍ତ ଠାବ କରି କଠୋର ଦଣ୍ଡ ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ପିଲାଟିକୁ କିଏ ଫୋପାଡିଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଯୋଜନାବଦ୍ଧ ଥିଲା ନିଜ ପୁଅକୁ CEOଙ୍କ ହତ୍ୟା ଘଟଣା: ହୋଟେଲ ରୁମରୁ ଖାଲି କଫ ସିରପ୍ ବଟଲ ଜବତ

ଏହା ମଧ୍ୟ ପଢ଼ନ୍ତୁ...ଫାରୁକ କବୀରଙ୍କ ପତ୍ନୀ ଏବଂ ଶାଶୁ ଗିରଫ, ନବଜାତକ ସହ ଦେଶ ଛାଡି ପଳାଇବାକୁ କରିଥିଲେ ଉଦ୍ୟମ

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି : ତେବେ ଏହି ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଶିଶୁର ମୃତଦେହ ପୋଷ୍ଟମର୍ଟମ ପାଇଁ ଫରିଦାବାଦର ସିଭିଲ ହସ୍ପିଟାଲ ବିକେ ହସ୍ପିଟାଲକୁ ପଠାଯାଇଛି । ଶିଶୁଟିକୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଛି କିମ୍ବା ଗ୍ରିଲରେ ଫସିଯିବା କାରଣରୁ ଶିଶୁଟିର ମୃତ୍ୟୁ ହୋଇଛି ଏହାର ତଦନ୍ତ କରାଯାଉଛି । ବର୍ତ୍ତମାନ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ଫଳରେ ଯେଉଁମାନେ ଏହି ଘଟଣା ଘଟାଇଛନ୍ତି ସେମାନଙ୍କ ପାଖରେ ପହଞ୍ଚିବାକୁ ସହଜ ହେବ । ସେପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.