ETV Bharat / bharat

ପଶ୍ଚିମବଙ୍ଗରେ ଜୋରସୋରରେ ଚାଲିଛି ବିଜେପିର ୱାଶିଂ ମେସିନ ଫର୍ମୁଲା: କଂଗ୍ରେସ - Jairam Ramesh slams BJP - JAIRAM RAMESH SLAMS BJP

Jairam Ramesh takes a dig at PM modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତକୁ ଜୟରାମ ରମେଶଙ୍କ ଟାର୍ଗେଟ । ପଶ୍ଚିମବଙ୍ଗରେ ଜୋରସୋରରେ ଚାଲିଛି ବିଜେପିର ୱାଶିଂ ମେସିନ ଫର୍ମୁଲା । ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଟିକେଟ ଦେଇଛି ବିଜେପି । ଅଧିକ ପଢନ୍ତୁ

Jairam Ramesh
Jairam Ramesh
author img

By ETV Bharat Odisha Team

Published : Apr 16, 2024, 4:52 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ପଶ୍ଚିମବଙ୍ଗରେ ବିଜେପିର ୱାଶିଂ ମେସିନ ପୁଣି ଥରେ ଆରମ୍ଭ ହୋଇଛି । ସେଠାରେ ଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କୁ ବିଜେପି ଟିକେଟ ଦେଉଛି । ରାଜ୍ୟରେ 'ବିଜେପି ୱାଶିଂ ମେସିନ' ଜୋରସୋରରେ ଚାଲିଥିବା ବେଳେ ରାଜ୍ୟରୁ ଦୁର୍ନୀତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କିପରି ବାହାନା କରିପାରିବେ ବୋଲି ଜୟରାମ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାର ଗସ୍ତରେ ସାରି ପଶ୍ଚିମବଙ୍ଗ ଯିବେ । ସେଠାରେ ଅନେକ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକୁ ଦୃଷ୍ଟିରେ ରଖି କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, " ଯେହେତୁ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗକୁ ଗସ୍ତ କରୁଛନ୍ତି, ଏଠାରେ ପ୍ରଶ୍ନ ଉଠିଛି ଇଡି ତାପସ ରଏଙ୍କ ସମ୍ବନ୍ଧରେ କଣ ଭୁଲିଗଲାଣି ? ଗୋରଖାଲ୍ୟାଣ୍ଡବାସୀଙ୍କୁ ବିଜେପି କାହିଁକି ଫମ୍ପା ପ୍ରତିଶ୍ରୃତି ଦେଉଛି ? ଗାନ୍ଧୀ ଏବଂ ଗଡସେଙ୍କ ମଧ୍ୟରେ ଚୟନ କରିବାରେ ପ୍ରଧାନମନ୍ତ୍ରୀ ଜଷ୍ଟିସ ଗାଙ୍ଗୁଲିଙ୍କୁ ସାହାଯ୍ୟ କରିପାରିବେ କି ?"

ଏହା ବି ପଢନ୍ତୁ- ଯିଏ ବି ସମ୍ବିଧାନ ବିରୋଧରେ ଅଛନ୍ତି ଚଳିତ ନିର୍ବାଚନରେ ଦଣ୍ଡିତ ହେବେ: ମୋଦି

ଏନେଇ ଜୟରାମ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, "ମନି ଲଣ୍ଡରିଂ ମାମଲାରେ ଚଳିତ ବର୍ଷ ଜାନୁଆରୀରେ ଟିଏମସି ନେତା ତାପସ ରଏଙ୍କୁ ଇଡି ଦ୍ବାରା ଜେରା କରାଯାଇଥିଲା । ଏକ ଭିଡିଓରେ ଦର୍ଶାଯାଇଥିଲା ଯେ ଶୁଭେନ୍ଦୁ ଅଧିକାରୀ ନିଜେ ୱାଶିଂ ମେସିନ ଯୋଜନାର ଜଣେ ବଡ଼ ହିତାଧିକାରୀ ଥିଲେ ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପି ଲୋକସଭା ପ୍ରାର୍ଥୀ । ତାପସ ରଏ ଏକ ମ୍ୟୁନିସିପାଲିଟି ନିଯୁକ୍ତି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହାର 3 ମାସ ପରେ ତାପସ ବିଜେପିରେ ଯୋଗଦାନ କରିଥିଲେ । ଏବେ ସେ କୋଲକାତା ଉତ୍ତର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ 'ଭ୍ରଷ୍ଟାଚାର ହଟାଓ' ସାରା ଦେଶରେ ଲାଗୁ ହେଉଥିବା ବେଳେ ତାଙ୍କ ଦଳରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଟିକେଟ ଦିଆଯାଉଛି । ତାପସ ରଏଙ୍କ କ୍ଷେତ୍ରରେ କାହିଁକି ଇଡିର କାର୍ଯ୍ୟାନୁଷ୍ଠାନ ବନ୍ଦ ରହିଛି ?"

ଗୋରଖାଲାଣ୍ଡ ବିବାକୁ ନେଇ ଘେରିଲେ:- ଜୟରାମ ଗୋରଖବାସୀଙ୍କ ବହୁଦିନର ଦାବିକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଗତ ବର୍ଷ ଦାର୍ଜିଲିଂରେ ବ୍ୟାପକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବାବେଳେ ଗୋରଖାମାନେ ଗୋରଖଲାଣ୍ଡ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଦୀର୍ଘ ଦିନର ଦାବିକୁ ପୁଣି ଦୋହରାଇଥିଲେ । 2004, 2009, 2014 ଏବଂ 2019ର ନିର୍ବାଚନୀ ଇସ୍ତାହାରରେ ବିଜେପି ଏକ ସ୍ଥାୟୀ ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିଲା । ଦାର୍ଜିଲିଂ ହିଲ୍ସ, ସିଲିଗୁରି ଟେରାଇ ଏବଂ ଦୋରା ଅଞ୍ଚଳର ସ୍ଥାୟୀ ସମାଧାନ ଏଯାବତ ହୋଇପାରିନାହିଁ । ଏପରିକି ବିଜେପି ଦାର୍ଜିଲିଂ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତିଥିବା ସତ୍ତ୍ବେ, 2004ରୁ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି।"

ଏହି ଦୀର୍ଘ ଦିନର ଦାବି ସମ୍ପର୍କରେ ଗୋରଖାବାସୀଙ୍କୁ ପ୍ରଧାନମନ୍ତ୍ରୀ କଣ ଜବାବ ଦେବେ ବୋଲି ରମେଶ ପ୍ରଶ୍ନ କରିଛନ୍ତି । ଯେତେବେଳେ ଗାନ୍ଧୀ ଏବଂ ଗଡସେଙ୍କ ମଧ୍ୟରେ ବାଛିବାକୁ କୁହାଗଲା, ସେତେବେଳେ ଗାଙ୍ଗୁଲି କହିଲେ ତାଙ୍କୁ ଏ ବିଷୟରେ ଚିନ୍ତା କରିବାର ପାଇଁ ସମୟ ଦରକାର । ଏହି ସମୟରେ ବିଜେପିର ସାଂସଦ ତଥା ସାଂସଦ ପ୍ରାର୍ଥୀମାନେ ସାରା ଦେଶରେ ସମ୍ବିଧାନ ସଂଶୋଧନ କରିବାକୁ ଧମକ ଦେଉଛନ୍ତି, ସେତେବେଳେ ଭାରତୀୟ ଜନତା ପାର୍ଟିର ପ୍ରତିବଦ୍ଧତାକୁ ନେଇ ଆଶଙ୍କା ସୃଷ୍ଟି କରୁଛି ବୋଲି ଜୟରାମ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.