ETV Bharat / bharat

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନଡ୍ଡାଙ୍କ ସମେତ 6 ସାଂସଦ - JP Nadda Takes Oath - JP NADDA TAKES OATH

BJP President JP Nadda Takes Oath As Rajya Sabha Member: ରାଜ୍ୟସଭା ସଦସ୍ୟ ଭାବେ ବିଜେପି ମୁଖ୍ୟ ନଡ୍ଡାଙ୍କ ସମେତ 6 ସାଂସଦ ନେଲେ ଶପଥ । ପୂର୍ବରୁ ସୋନିଆ ଗାନ୍ଧୀ ନେଇସାରିଛନ୍ତି ଶପଥ । ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନଡ୍ଡାଙ୍କ ସମେତ 6 ସାଂସଦ

author img

By ETV Bharat Odisha Team

Published : Apr 6, 2024, 8:15 PM IST

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ 5ଜଣ ନବନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ଆଜି ଏହି ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ଶପଥ ନେଇଥିବା ସଦସ୍ୟଙ୍କ ମଧ୍ୟରେ ଜେପି ନଡ୍ଡା, ଅଶୋକ ଚୌହାନ (ମହାରାଷ୍ଟ୍ର) ଚୁନ୍ନିଲାଲ ଗାରାସିୟା (ରାଜସ୍ଥାନ) ଅନିଲ କୁମାର ଯାଦବ ମନଦାଦି (ତେଲେଙ୍ଗାନା) ସୁଶ୍ମିତା ଦେବ ଓ ମହମ୍ମଦ ନଦ୍ଦିମୁଲ ହକ (ପଶ୍ଚିମବଙ୍ଗ) ରହିଛନ୍ତି । ଆଜିର ଶପଥବିଧି କାର୍ଯ୍ୟକ୍ରମ ସମ୍ପର୍କରେ ଉପରାଷ୍ଟ୍ରପତି ଧନଖଡ ଟ୍ବିଟ୍‌ ମଧ୍ୟ କରିଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଚଳିତଥର ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଗତଥର ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏଥର ସେ ଲୋକସଭାକୁ ନିର୍ବାଚନ ଲଢିବା ନେଇ ଆଲୋଚନା ହେଉଥିଲେ ସୁଦ୍ଧା ସେ ପୂର୍ବପରି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଏଥର ପାର୍ଟି ମୁଖ୍ୟରୁ ପୁଣି ଥରେ ମୋଦି କ୍ୟାବିନେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଏଥର କଂଗ୍ରସେର ଭେଟେରାନ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଲୋକସଭା ନିର୍ବାଚନକୁ ଅନାଗ୍ରହ କରି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ସୋନିଆ ରାଜସ୍ଥାନରୁ ଏଥର ପ୍ରଥମଥର ରାଜ୍ୟସଭା ଯାଇଛନ୍ତି । ସୋନିଆଙ୍କ ପାରମ୍ପରିକ ଲୋକସଭା ଆସନ ରାୟ-ବରେଲୀରେ ଏବେ କିଏ ନିର୍ବାଚନ ଲଢିବ ସେନେଇ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଏହି ଆସନରେ ଝିଅ ପ୍ରିୟଙ୍କାଙ୍କୁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଦୁଇଦିନ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟମାନେ ନିର୍ବାଚିତ ସଦସ୍ୟମାନେ ରାଜ୍ୟସଭା ସଦସ୍ୟତାର ଶପଥ ଗ୍ରହଣ କରିଥିଲେ । ଏହି ପର୍ଯ୍ୟାୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ।

ଏହା ମଧ୍ୟ ପଢନ୍ତୁ :- ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି - Raghunatha mohanty quits BJP

ଲୋକସଭା ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ 15 ରାଜ୍ୟର ଖାଲି ହୋଇଥିବା 56 ଆସନରେ ରାଜ୍ୟସଭା ନିର୍ବାଚନ ମଧ୍ୟ ଶେଷ ହୋଇଛି । ଏଥିରେ ଅଧିକାଂଶ ଆସନ ବିଜେପି ଖାତାକୁ ଯାଇଛି । ଭାରତୀୟ ଜନତା ପାର୍ଟି ଏବେ ଉଚ୍ଚସଦନରେ ସଂଖ୍ୟା ବହୁମତ ଠାରୁ ମାତ୍ର 3ଟି ଆସନ ପଛରେ ରହିଛି । ଏବେ ଲୋକସଭା ନିର୍ବାଚନରେ ମଧ୍ୟ ଦଳ 370 ଆସନ ସହ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ବଜାୟ ରଖିବା ପାଇଁ ଦମ୍ଭୋକ୍ତି ଦେଖାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.