ETV Bharat / bharat

ନୂଆ ପ୍ରୟୋଗ କରିବ ପଦ୍ମ ଦଳ ! ଗୁଜୁରାଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

author img

By ETV Bharat Odisha Team

Published : Jan 24, 2024, 6:46 AM IST

JP Nadda Inaugurates Party office: ଗତକାଲି(ମଙ୍ଗଳବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୁଜୁରାଟ ଗସ୍ତରେ ଯାଇ ରାଜ୍ୟରେ ଲୋକସସଭା ନିର୍ବାଚନ ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟ ଶୁଭାରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ଶାଖାର ସଭାପତି ସିଆର ପଟେଲ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ ।

ନୂଆ ପ୍ରୟୋଗ କରିବ ପଦ୍ମ ଦଳ! ଗୁଜୁରାଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଗାନ୍ଧୀନଗର: ଆସନ୍ତା ସାଧାରଣ ନିର୍ବାଚନକୁ ଅବିସ୍ମରଣୀୟ, ଅକଳ୍ପନୀୟ ଅତୁଳନୀୟ କରିବା ପାଇଁ କେନ୍ଦ୍ରୀୟ ବିଜେପିର ବଡ ରଣନୀତି ଆରମ୍ଭ ହୋଇଛି । ଦଳ ‘ମିଶନ 400 ପାର’ ଉପରେ କାମ ଜୋରଦାର କରିଛି । ଏଥିପାଇଁ କେନ୍ଦ୍ରୀୟ ନେତା ଯୋଜନାବଦ୍ଧ ରଣନୀତି କରି ମୈଦାନକୁ ଓହ୍ଲାଇଲେଣି । ଗୋଟିଏ ପଟେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାରି ରହିଥିବା ବେଳେ, ଅନ୍ୟପଟେ ବିଜେପିର ଶୀର୍ଷ ନେତା ମାନେ 400 ପାର ରଣନୀତି ନେଇ ମୈଦାନରେ ଡେରା ପକାଇଛନ୍ତି । ଆଗାମୀ ନିର୍ବାଚନରେ ବିଜେପି ନୂଆ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ରହିଛି । 2024 ନିର୍ବାଚନରେ ଦଳ ଏକାଧିକ ପରୀକ୍ଷା ନିରୀକ୍ଷା କରିବାକୁ ଯାଉଛି । ଆଉ ବିଜେପିର ନିର୍ବାଚନୀ ପ୍ରୟୋଗଶାଳା ହେବ ଗୁଜୁରାଟ । ରାଜ୍ୟରେ ବିଜେପି ଯେଉଁ ରଣନୀତି ଆପଣାଇବ ସେହି ରଣନୀତି ଦେଶବ୍ୟାପୀ ପ୍ରୟୋଗ କରିବ ।

ଅଧିକ ପଢନ୍ତୁ- Himachal Assembly poll: ବିଜେପିର ପ୍ରତିଶ୍ରୁତି, ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍

ଏଥିପାଇଁ ଗୁଜୁରାଟ ମୈଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପହଞ୍ଚିଛନ୍ତି । ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟ ଶାଖା ସଭାପତିଙ୍କ ସହ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ‘‘2024 ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଲୋକସଭା ଆସନରେ ବିଜେପିର ପ୍ରଚଣ୍ଡ ବିଜୟ ହେବାକୁ ଯାଉଛି । ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବେ । ଏଥିପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଚେତନ ଅଛନ୍ତି ।’’ ଭୂପେନ୍ଦ୍ର ପଟେଲ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ଜନତାଙ୍କ ଅତୁଟ ବିଶ୍ବାସ ଓ ବିଜେପିର ବିକାଶ ରାଜନୀତିର ବିଶ୍ବାସର ସହିତ ଦେଶରେ ପୁଣି ଥରେ ‘ଏକବାର ଫିର ମୋଦି ସରକାର’ ଆଦର୍ଶ ବାକ୍ୟ ସାକାର ହେବ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୁଜୁରାଟ ଗସ୍ତରେ ଯାଇ ରାଜ୍ୟରେ ଲୋକସସଭା ନିର୍ବାଚନ ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟ ଶୁଭାରମ୍ଭ କରିଛନ୍ତି । ଏଥିରେ ରାଜ୍ୟ ଶାଖାର ସଭାପତି ସିଆର ପଟେଲ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ । କ୍ଷେତ୍ରୀୟ କାର୍ଯ୍ୟାଳୟ ଆରମ୍ଭ ସହିତ ବିଜେପି ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛି । କାରଣ ଗତ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ପକ୍ଷରୁ ବିଜେପିକୁ ଯେଉଁଭଳି ଭାବେ କଡା ଆହ୍ବାନ ମିଳିଥିଲା ତାହାକୁ ଦୃଷ୍ଟିରେ ରଖି ଦଳ କୌଣସି ରିସ୍କ ନେବାକୁ ଚାହୁଁନାହିଁ । ଯଦିଓ ବିଧାନସଭା ନିର୍ବାଚନରେ ଦଳ ନିଜ ରଣନୀତିରେ ସଫଳ ହେବା ସହ ନୂଆ ରେକର୍ଡ ସ୍ଥାପନ କରିଛି ହେଲେ ଲୋକସଭା ନିର୍ବାଚନରେ କୌଣସି ତ୍ରୁଟି କରିବାକୁ ଚାହୁଁନାହିଁ ।

ଆଗାମୀ ସାଧାରଣ ନିର୍ବାଚନରେ ବିଜେପି 400 ପାର ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ଗୁଜୁରାଟ ମାଟିକୁ ପ୍ରୟୋଗଶାଳା କରିବ । ଗୁଜୁରାଟକୁ ଅଭେଦ୍ୟ ଦୁର୍ଗରେ ପରିଣତ କରି ସାରା ଦେଶରେ ନିଜର ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ଏଥିପାଇଁ ଗୁଜୁରାଟର ସମସ୍ତ 26 ଲୋକସଭା ଆସନରେ ସ୍ବତନ୍ତ୍ର ଭାବେ ଦଳୀୟ କାର୍ଯ୍ୟାଳୟ ସ୍ଥାପନ କରାଯାଉଛି । ଏଥିପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଗସ୍ତରେ ଅଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅହମ୍ମଦାବାଦ ସ୍ଥିତ ଥଲତେଜ ଅଞ୍ଚଳରେ ଦଳର ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଠାରୁ ରାଜ୍ୟର ଅନ୍ୟ 25 ଟି ନିର୍ବାଚନୀ କାର୍ଯ୍ୟାଳୟ ଭର୍ଚୁଆଲ ଯୋଗେ ଉଦଘାଟନ କରିଛନ୍ତି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ଦେଢ ମାସ ମଧ୍ୟରେ ଦଳ ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟ ଆରମ୍ଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.