ETV Bharat / bharat

୨୦୧୯ ଅପେକ୍ଷା ବିଜେପିକୁ ଏଥର କମ୍ ସିଟ୍ ମିଳିବ: ମମତା ବାନାର୍ଜୀ - Mamata Targets BJP - MAMATA TARGETS BJP

Mamata Targets BJP: ଚଳିତ ନିର୍ବାଚନରେ ବିଜେପିକୁ ଅପେକ୍ଷାକୃତ କମ୍ ସିଟ୍ ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ ରାଲିରେ ସମ୍ଭୋଧିତ କରି ସେ ଏପରି କହିଛନ୍ତି ।

Mamata Targets BJP
Mamata Targets BJP
author img

By ETV Bharat Odisha Team

Published : Apr 24, 2024, 10:44 PM IST

କୋଲକାତା: ବିଜେପିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟ୍ । ଆଜି (ବୁଧବାର) ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ରାଲି ବେଳେ ଜନସଭାକୁ ସମ୍ବୋଧିତ ଅବସରରେ ବିଜେପି ଉପରେ ବର୍ଷିଛନ୍ତି ଦିଦି । ଚଳିତ ନିର୍ବାଚନରେ ବିଜେପିକୁ ଅପେକ୍ଷାକୃତ କମ୍ ସିଟ୍ ମିଳିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, "ଏଥର ବିଜେପିକୁ ବହୁତ କମ୍ ସିଟ୍ ମିଳିବ । ୨୦୨୯ ଅପେକ୍ଷା ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିବ ଭାଜପା ।"

ବୋଲପୁର ଲୋକସଭା ଆସନ ଅଧୀନରେ ଆସୁଛି ଓସଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଗତଥର ବିଜେପି ମୋଟ 543 ଟି ମଧ୍ୟରୁ 303 ଟି ଆସନ ପାଇଛି । କିନ୍ତୁ ଏଥର ଉତ୍ତରପ୍ରଦେଶରେ ବିଜେପିକୁ ଏତେ ଆସନ ମିଳିବ ନାହିଁ । ଅଖିଳେଶ ଯାଦବ ଭଲ ପ୍ରଦର୍ଶନ କରୁଛନ୍ତି । ବିହାରରେ ମଧ୍ୟ 2019 ରେ ଜିତିଥିବା ଆସନର ଅଧା ମଧ୍ୟ ପାଇବ ନାହିଁ ବିଜେପି ।

ନିର୍ବାଚନ ରାଲିରେ ମମତା ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଅନେକ ରାଜ୍ୟ ବିଷୟରେ କହିଛନ୍ତି । ସେ ଦାବି କରିଛନ୍ତି ଯେ, ଗତଥର ବିଜେପି ଭଲ ଫଳାଫଳ ପାଇଥିଲେ ମଧ୍ୟ ଏଥର ପୂର୍ବ ରେଜଲ୍ଟକୁ ବଜାୟ ରଖିପାରିବ ନାହିଁ । ଭାରତର ଦକ୍ଷିଣ ଭାଗରେ ବିଜେପି ଭଲ ପ୍ରଦର୍ଶନ କରିବ ନାହିଁ ବୋଲି ସେ ଦୃଢୋକ୍ତି ବାଢିଛନ୍ତି । ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ 80 ଟି ଲୋକସଭା ଆସନ ଅଛି । 2014 ନିର୍ବାଚନରେ , ବିଜେପି ଏବଂ ତା'ର ସହଯୋଗୀ ଦଳ 80 ଟି ସିଟ୍ ମଧ୍ୟରୁ 71 ଟି ଜିତିଥିଲେ । କିନ୍ତୁ 2019 ରେ ବିଜେପି ଏବଂ ଏନଡିଏ 64ଟି ସିଟ୍ ପାଇଥିବା ସୂଚନା ରହିଛି । ଏହି ରେକର୍ଡକୁ ଦେଖିଲେ ଏଥର ଉତ୍ତରପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରିପାରିବ ନାହିଁ ବୋଲି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏହା ବି ପଢନ୍ତୁ...ମୋଦିଙ୍କ ମନ୍ତବ୍ୟକୁ ବିରୋଧ, ଚେନ୍ନାଇରେ ଆଉ ଏକ ହେଟ୍ ସ୍ପିଚ ମାମଲା - Election Hate Speech

ପଶ୍ଚିମବଙ୍ଗ ସମେତ ଉତ୍ତରପ୍ରଦେଶ ଏବଂ ଆସାମରେ ନିର୍ବାଚନ ଲଢିବାକୁ ଯାଉଛି ତୃଣମୂଳ କଂଗ୍ରେସ । ଯଦିଓ ପଶ୍ଚିମବଙ୍ଗରେ ବିଜେପିର ପ୍ରଦର୍ଶନ ସମ୍ପର୍କରେ ମମତା କିଛି ମତ ରଖିନାହାନ୍ତି ତଥାପି ବିଜେପି ବିରୋଧରେ ଭୋଟ୍ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି । ମମତା ଅଭିଯୋଗ ଆଣିଛନ୍ତି, "ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛି । ନହେଲେ ମତଦାନ ପ୍ରକ୍ରିୟା ମେ ସୁଦ୍ଧା ଶେଷ ହୋଇଥାନ୍ତା ।" ଭୀଷଣ ଗରମ ସତ୍ତ୍ବେ ନିର୍ବାଚନରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.