ETV Bharat / bharat

ସୁନିତା କେଜ୍ରିଓ୍ୱାଲ ବୋଧେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ - BJP slams AAP - BJP SLAMS AAP

BJP slams AAP: ସୁନିତା କେଜ୍ରିଓ୍ୱାଲଙ୍କୁ ବିଜେପି ନେତ୍ରୀଙ୍କ କଡା ସମାଲୋଚନା । ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ବୋଲି ବାଂଶୁରୀ ସ୍ୱରାଜ କଲେ ପ୍ରଶ୍ନ । ଆପ୍ ରଖିଲା ଉତ୍ତର । ଅଧିକ ପଢନ୍ତୁ

BJP slmas AAP
BJP slmas AAP
author img

By ETV Bharat Odisha Team

Published : Apr 2, 2024, 1:04 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ନେଇ ଜାତୀୟ ରାଜନୀତି ବେଶ୍ ସରଗରମ ରହିଛି । ଏହାମଧ୍ୟରେ ଆମ୍ ଆଦମୀ ପାର୍ଟିକୁ କଡା ଟାର୍ଗେଟ କରିଛି ବିଜେପି । ସୁନିତା କେଜ୍ରିଓ୍ୱାଲ ବୋଧେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୋଲି ଆପକୁ ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ । ଅନ୍ୟପଟେ ଏହାର କଡା ଜବାବ ରଖିଛନ୍ତି ଆପ୍ ମୁଖପାତ୍ର । ବିସ୍ତାରିତ ଏକଛତ୍ରବାଦୀ ଶାସନ ବିରୋଧରେ 'ସଂକଳ୍ପ ବଦ୍ଧ' ମେଣ୍ଟ ହେଉଛି ଇଣ୍ଡିଆ ମେଣ୍ଟ ବୋଲି କହିଛନ୍ତି ପ୍ରିୟଙ୍କା କକ୍କର ।

ଦିଲ୍ଲୀ ବିଜେପି ସମ୍ପାଦକ ଓ ଲୋକସଭା ପ୍ରାର୍ଥୀ ବାଂଶୁରୀ ସ୍ୱରାଜ ସୋମବାର ଦିନ ଏକ ପ୍ରେସମିଟରେ ଆପ୍ ଓ 'ଇଣ୍ଡିଆ' ମେଣ୍ଟକୁ କଡା ସମାଲୋଚନା କରିଛନ୍ତି । ଦୁର୍ନୀତି ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ରାମଲୀଲା ମୈଦାନରେ 'ଇଣ୍ଡିଆ' ମେଣ୍ଟର ରାଲି ଏକ 'ଫ୍ଲପ ଶୋ' ହୋଇଥିବା କହିଛନ୍ତି ବିଜେପି ନେତ୍ରୀ । ସେ ଆଉ ମଧ୍ୟ କହିଛନ୍ତି ଯେ, ସୁନିତା କେଜ୍ରିଓ୍ୱାଲ ବୋଧେ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କାରଣ ସେ ମିଡିଆ ବାର୍ତ୍ତା ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆସନ ବ୍ୟବହାର କରୁଛନ୍ତି । ଏନେଇ ମାର୍ଚ୍ଚ 21ରେ ସୁନିତା କେଜ୍ରିଓ୍ୱାଲ ଜାରି କରିଥିବା ଭିଡିଓ ବାର୍ତ୍ତାକୁ ଦେଖାଇ ସତ୍ୟତା ଉପସ୍ଥାପନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଯଦି ଆପ ନେତାମାନେ ଦୁର୍ନୀତିଗ୍ରସ୍ତ ନୁହଁନ୍ତି ତେବେ କାହିଁକି ଆପ୍ ନେତାମାନଙ୍କୁ କୋର୍ଟ ଜାମିନ ପ୍ରଦାନ କରୁନାହାନ୍ତି । ଦୀର୍ଘ ମାସ ହେଲା ଜେଲରେ ଥିବା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହଙ୍କୁ କାହିଁକି କୋର୍ଟ ଜାମିନ ପ୍ରଦାନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କେଜ୍ରିଓ୍ୱାଲ କାହିଁକି ଇଡିର 9 ଥର ସମନ କରିବା ପରେ ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ହୋଇନଥିଲେ ଓ ନିର୍ବାଚନ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । 'ପୀଡିତ କାର୍ଡ' ଖେଳିବା ପାଇଁ ସେ ଏଭଳି କରିଥିବା କହି କେଜ୍ରିଓ୍ୱାଲଙ୍କୁ କଟାକ୍ଷ କରିଛନ୍ତି ବିଜେପି ନେତ୍ରୀ ।

ଏହାମଧ୍ୟ ପଢନ୍ତୁ... କେଜ୍ରିଓ୍ବାଲଙ୍କ ନୂଆ ଠିକଣା ତିହାର ଜେଲ, କଟିଲା ପ୍ରଥମ ରାତି - Arvind Kejriwal In Tihar Jail

ସେ ଆଉ ମଧ୍ୟ କହିଛନ୍ତି ଯେ, ରବିବାର ଦିନ ରାମଲୀଲା ମୈଦାନରେ ଇଣ୍ଡିଆ ମେଣ୍ଟ ରାଲିରେ ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଷଣ ଦେଉଥିଲେ ସେହି ସମୟରେ ଅନେକ ଚେୟାର ଖାଲି ପଡିଥିଲା । ଯାହା ରାଲିକୁ ଜନତା ସମର୍ଥନ କରୁନଥିବା ଦର୍ଶାଉଛି । ଅନ୍ୟପଟେ ବାଂଶୁରୀଙ୍କୁ ମନ୍ତବ୍ୟକୁ ନେଇ ପାଲଟା ଜବାବ ରଖିଛନ୍ତି ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର । ସେ କହିଛନ୍ତି ଯେ, କେଜ୍ରିଓ୍ୱାଲଙ୍କ ରାଲିରେ ଏତେ ସଂଖ୍ୟାରେ ଲୋକଙ୍କ ସମର୍ଥନ ଦେଖି ବିଜେପି ଭୟଭୀତ ହୋଇଯାଇଛି । ଯେଉଁଥିପାଇଁ ଏଭଳି ମତାମତ ଦେଉଛି । ବିସ୍ତାରିତ ଏକଛତ୍ରବାଦୀ ଶାସନ ବିରୋଧରେ 'ସଂକଳ୍ପ ବଦ୍ଧ' ମେଣ୍ଟ ଭାବେ 'ଇଣ୍ଡିଆ' ମେଣ୍ଟ ଛିଡା ହୋଇଛି । ଆମେମାନେ ଏକାଠି ହୋଇ ବିଜେପିର ଦୁର୍ନୀତିଗ୍ରସ୍ତ ଚେହେରାକୁ ଜନତାଙ୍କ ସାମ୍ନାକୁ ଆଣିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.