ETV Bharat / bharat

ରାଜ୍ୟସଭା ନିର୍ବାଚନ; ସୋନିଆଙ୍କ ନାମାଙ୍କନ ଉପରେ ବିଜେପିର ଆପତ୍ତି - ରାଜ୍ୟସଭା ନିର୍ବାଚନ

Objection on Sonia Gandhi Nomination papers: ରାଜ୍ୟସଭା ନିର୍ବାଚନ ଲାଗି ସୋନିଆ ଗାନ୍ଧୀଙ୍କ ନାମାଙ୍କନ ପତ୍ର ଉପରେ ଆପତ୍ତି ଉଠାଇଲା ବିଜେପି । ନାମାନଙ୍କ ପତ୍ର ଖାରଜ ଲାଗି କଲା ଦାବି । ଅଧିକ ପଢନ୍ତୁ

Sonia Gandhi
Sonia Gandhi
author img

By ETV Bharat Odisha Team

Published : Feb 16, 2024, 4:25 PM IST

ଜୟପୁର: ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏଥିଲାଗି ସେ ରାଜସ୍ଥାନରୁ ନିଜ ନାମାଙ୍କନ ଭରିଛନ୍ତି । ତେବେ ସୋନିଆଙ୍କ ନାମାଙ୍କନ ଉପରେ ଆପତ୍ତି ଉଠାଇଛି ବିଜେପି । ଆଜି (ଶୁକ୍ରବାର) ବିଜେପି ପକ୍ଷରୁ ଯୋଗେନ୍ଦ୍ର ସିଂ ତନୱାର ବ୍ୟକ୍ତିଗତ ଭାବେ ଏହି ଆପତ୍ତି ଉଠାଇଛନ୍ତି । ସୋନିଆ ଗାନ୍ଧୀ ନିଜ ସତ୍ୟପାଠରେ ଇଟାଲୀରେ ଥିବା ପୈତୃକ ସମ୍ପତ୍ତି ବାବଦରେ ବିସ୍ତୃତ ସୂଚନା ଦେଇନଥିବା ସେ ଅଭିଯୋଗ କରିଛନ୍ତି ।

ବିଜେପି ପକ୍ଷରୁ ଯୋଗେନ୍ଦ୍ର ସିଂ ତନୱାର ନିର୍ବାଚନ ଅଧିକାରୀଙ୍କୁ ଇମେଲ ମାଧ୍ୟମରେ ସୋନିଆ ଗାନ୍ଧୀଙ୍କ ସତ୍ୟପାଠ ଉପରେ ଏହି ଆପତ୍ତି ଉଠାଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସୋନିଆ ଗାନ୍ଧୀ ନିଜ ସତ୍ୟପାଠରେ ଇଟାଲୀରେ ଥିବା ପୈତୃକ ସମ୍ପତ୍ତି ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହାନ୍ତି । ନିୟମ ଅନୁସାରେ ନାମାଙ୍କନ ଭରୁଥିବା ପ୍ରାର୍ଥୀ ନିଜ ନାଁରେ ଥିବା ସମସ୍ତ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିବା ବାଧ୍ୟତାମୂଳକ । ହେଲେ ସୋନିଆ ଗାନ୍ଧୀ ଇଟାଲୀରେ ଥିବା ନିଜ ପୈତୃକ ସମ୍ପତ୍ତି ବାବଦରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସତ, ହେଲେ ଅନେକ କିଛି ତଥ୍ୟକୁ ଲୁଚାଇଛନ୍ତି । ଯଦି ସୋନିଆ ନିୟମ ଅନୁସାରେ ନିଜ ସମ୍ପତ୍ତି ବାବଦରେ ସମସ୍ତ ତଥ୍ୟ ପ୍ରଦାନ ନ କରନ୍ତି, ତେବେ ତାଙ୍କ ନାମାନଙ୍କନ ପତ୍ରକୁ ଖାରଜ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରୁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ସୂଚନା ଥାଉ କି ରାଜସ୍ଥାନର ୩ଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ । ଏହି ୩ଟି ଆସନରୁ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ଲାଗି ଶେଷ ତାରିଖ ଗତକାଲି ଅର୍ଥାତ ଫେବୃଆରୀ ୧୫ ତାରିଖ ରହିଥିଲା । ରାଜ୍ୟ ବିଧାନସଭା ସଂଖ୍ୟାବଳର ବହୁମତ ଅନୁସାରେ ଏଥିରୁ ୨ଟି ଆସନ ବିଜେପି ଓ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯିବ । ରାଜସ୍ଥାନରେ ମୋଟ ୧୦ଟି ରାଜ୍ୟସଭା ଆସନ ରହିଛି । ଏଥିରୁ ୬ଟିରେ କଂଗ୍ରେସ ଓ ୪ଟିରେ ବିଜେପି ସାଂସଦ ରହିଛନ୍ତି । ତେବେ କଂଗ୍ରେସ ଟିକେଟର ପ୍ରତି ଥର ବାହାର ନେତାଙ୍କୁ ସାଂସଦ ପ୍ରାର୍ଥୀ କରାଯାଉଥିବା ମୁଦ୍ଦା ପ୍ରତି ଥର ଉଠିଥାଏ । ହେଲେ ଏଥର ସୋନିଆ ଗାନ୍ଧୀଙ୍କ ନାମାଙ୍କନ ଉପରେ କାହାର କୌଣସି ଆପତ୍ତି ଦେଖିବାକୁ ମିଳିନାହିଁ ।

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିବା ପାଇଁ ଜୟପୁରରେ ସୋନିଆ ଗାନ୍ଧୀ, ସାଥିରେ ଅଛନ୍ତି ରାହୁଲ

ଅନ୍ୟପଟେ କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ରାଜନୈତିକ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଦୀର୍ଘ ୨୨ ବର୍ଷ ଧରି ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇଛନ୍ତି । ସୋନିଆ ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାୟବରେଲୀରୁ ୫ ଥର ଲୋକସଭା ସାଂସଦ ରହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ରାୟବରେଲୀ ଆସନରୁ ଲଢି ସେ ବିଜୟୀ ହୋଇଥିଲେ । ଏଥର ସୋନିଆ ଲୋକସଭା ନିର୍ବାଚନ ନ ଲଢି ଏଥର ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି । ସୋନିଆଙ୍କ ପାରମ୍ପରିକ ଆସନ ରାୟବରେଲୀ ଏଥର ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.